ମାନସ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତଙ୍କ କଥାରେ ରହୁନି ତାଳମେଳ; ଶୀଘ୍ର ହେବ ଲାଏ ଡିଟେକ୍ସନ ଟେଷ୍ଟ

୪ ଅଭିଯୁକ୍ତକୁ ମାରାଥନ ଜେରା କରିଛି କ୍ରାଇମ୍ ବ୍ରାଞ୍ଚ। କେତେବେଳେ ଏକୁଟିଆ ତ ଆଉ କେତେବେଳେ ମୁହାଁମୁହିଁ ଜେରା କରୁଛି କ୍ରାଇମ୍ ବ୍ରାଞ୍ଚ। ପ୍ରଥମ ଦିନରେ କାହିଁକି ମାନସକୁ ହତ୍ୟା କରିଲେ ସେ ସମ୍ବନ୍ଧୀୟ ଅଭିଯୁକ୍ତଙ୍କୁ ଜେରା କରୁଥିବା ଜଣା ପଡ଼ିଛି।

ମାନସ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ମାନସ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

  • Share this:
News18 Odia Digital

ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଖୋଲୁଛି ପାପର ପେଡ଼ି। ମାନସ ସ୍ୱାଇଁଙ୍କୁ କାହିଁକି ହତ୍ୟା କଲେ ସେନେଇ ଗିରଫ ହୋଇ ରିମାଣ୍ଡରେ ଆସିଥିବା

୪ ଅଭିଯୁକ୍ତକୁ ମାରାଥନ ଜେରା କରିଛି କ୍ରାଇମ୍ ବ୍ରାଞ୍ଚ। କେତେବେଳେ ଏକୁଟିଆ ତ ଆଉ କେତେବେଳେ ମୁହାଁମୁହିଁ ଜେରା କରୁଛି କ୍ରାଇମ୍ ବ୍ରାଞ୍ଚ। ପ୍ରଥମ ଦିନରେ କାହିଁକି ମାନସକୁ ହତ୍ୟା କରିଲେ ସେ ସମ୍ବନ୍ଧୀୟ ଅଭିଯୁକ୍ତଙ୍କୁ ଜେରା କରୁଥିବା ଜଣା ପଡ଼ିଛି।

ମାନସ ସ୍ୱାଇଁ ମର୍ଡରର ହଟୁଛି ସସପେନ୍ସ। ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଥିଲେ ମଧ୍ୟ ପୂରା ଘଟଣା ଉପରୁ ପରଦା ହଟିବାରେ ନା ଧରୁନି। କେତେବେଳେ ଏକୁଟିଆ ତ ଆଉ କେତେବେଳେ ମୁହାଁମୁହିଁ ଜେରା କରୁଛି କ୍ରାଇମ୍ ବ୍ରାଞ୍ଚ। କାହିଁକି ମାନସକୁ ହତ୍ୟା କଲେ? ମେମୋରି ଚିପର ସତ କଣ? ଅଶ୍ଳୀଳ ଭିଡ଼ିଓର ରହସ୍ୟ କଣ? ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ରହିଛି? ହତ୍ୟା ସହ କେଉଁ ବଡ ବଡ଼ିଆଙ୍କ ଲିଙ୍କ ଅଛି କି? ମାନସଙ୍କୁ ହତ୍ୟା କରିବା ପାଇଁ କାହିଁକି ଷଡ଼ଯନ୍ତ୍ର ରଚିଲେ? ମାନସ ଏମିତି କଣ ଜାଣିଥିଲା ଯେଉଁଥି ପାଇଁ ତାକୁ ମିଳିମିଶି ହତ୍ୟା କଲେ? ତଦନ୍ତକାରୀ ଟିମର ଏମିତି କିଛି ପ୍ରଶ୍ନରେ ଝାଳନାଳ ହୋଇଯାଥିଲେ ୪ ଅଭିଯୁକ୍ତ।

ପୂର୍ବତନ ପୋଲିସ ଡ଼ିଜି ସଞ୍ଜୀବ ମାରିକ କହିଛନ୍ତି, "ଶର୍ମିଷ୍ଠା ଓ ନିରଞ୍ଜନ ସେଠୀଙ୍କୁ ମୁହାଁମୁହିଁ ଜେରା କରିଲେ ହତ୍ୟାକାଣ୍ଡ ଉପରୁ ସସପେନ୍ସ ହଟିବ। କାରଣ ଉଭୟ ଜାଣିଛନ୍ତି କାହିଁକି ସେମାନେ ମାନସଙ୍କୁ ହତ୍ୟା କଲେ। ଉଭୟଙ୍କ ମଧ୍ୟରେ କେଉଁଠୁ ସମ୍ପର୍କ ଆରମ୍ଭ ହେଲା ଓ କିଭଳି ସମ୍ପର୍କ ଥିଲା ସେନେଇ ମଧ୍ୟ ଜେରା କରିଲେ ପୂରା ସତ ସାମ୍ନାକୁ ଆସିବ।’’

ପ୍ରଥମ ଦିନ ରିମାଣ୍ଡ ସରିବା ପରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମାନସଙ୍କୁ ଏକ କାଠ ଫାଳିଆରେ ମାଡ଼ ମରାଯାଇଥିଲା। ସେହିପରି ବିଧା ଗୋଇଠା ମାଡ଼ରେ ମାନସର ପିଞ୍ଜରା ଭାଙ୍ଗି ଯାଇଥିଲା। ଯାହା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତର ଉଲ୍ଲେଖ କରିଛନ୍ତି।

ସେହିଭଳି ମିଳିଥିବା ସୂଚନା ଅନୁସାରେ, ମାନସ ଘଟଣାକୁ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଖୋଜୁଥିବା ଜାଣିବା ପରେ ଛୁ ମାରିଥିଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ପ୍ରଥମେ ଯାଜପୁରରେ ଥିବା ସମ୍ପର୍କୀୟ ଘରକୁ ଯାଇ ରହିଥିଲା। ପରେ ଟ୍ରେନ ଯୋଗେ ଭଦ୍ରକରୁ ଗୌହାଟି ପଳାଇଥିଲା ଶର୍ମିଷ୍ଠା। ସାଙ୍ଗରେ ଥିଲା ଝୁନା ଭୋଇ। ଟଙ୍କା ସାରିଯିବାରୁ କଲିକତା ପଳାଇ ଆସି ଷ୍ଟେସନରେ ରହୁଥିଲେ। ଟଙ୍କା ସରି ଯିବାରୁ ଭୁବନେଶ୍ୱର ଆସୁଥିବା ବେଳେ ଉଭୟଙ୍କୁ ଧରିଥିଲା ପୋଲିସ।

ସୂଚନାଯୋଗ୍ୟ, ମାନସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମତେ ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକକୁ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମ୍ ବ୍ରାଞ୍ଚ। ପରବର୍ତ୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସମେତ ସବୁ ଅଭିଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିବାକୁ ଅଣ୍ଟା ଭିଡ଼ିଛି ତଦନ୍ତକାରୀ ଟିମ। କ୍ରାଇମ୍ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଶର୍ମିଷ୍ଠା ଓ ନିରଞ୍ଜନଙ୍କର ଖୁବ୍ ଶୀଘ୍ର କରାଯିବ ପଲିଗ୍ରାଫ ଟେଷ୍ଟ।
Published by:Lipina Das
First published: