ଆଜି ଶପଥ ନେବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ଦୁଇ ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ

ଆଜି ଶପଥ ନେବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ଦୁଇ ସାଂସଦ ।

ଆଜି ଶପଥ ନେବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ଦୁଇ ସାଂସଦ ।

  • Share this:
News 18 Odia Digital

ଭୁବନେଶ୍ୱର; ଆଜି ଶପଥ ନେବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ଦୁଇ ଜଣ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ । ଦିନ୧୧ଟାରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ସେମାନଙ୍କୁ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି। ତେବେ ବିଜେଡିର ଅନ୍ୟତମ ନିର୍ବାଚିତ ସାଂସଦ ସସ୍ମିତ ପାତ୍ର ପରବର୍ତ୍ତୀ ସମୟରେ ଶପଥ ନେବେ ବୋଲି ଜଣାପଡ଼ିଛି।

ପୂର୍ବରୁ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧ ରେ ଶେଷ ହୋଇଛି । ୨୦୧୬ ମସିହାରେ ଏନ. ଭାସ୍କାର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଷ୍ଣୁ ଦାସ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ବିଷ୍ଣୁ ଦାସଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ସ୍ଥାନରେ ପ୍ରତାପ ଦେବ ରାଜ୍ୟସଭାକୁ ଯାଇଥିଲେ । ତେବେ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ନିର୍ବାଚିତ ହେବା ପରେ ସେ ରାଜ୍ୟସଭା ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ସାଂସଦ କରାଯାଇଥିଲା ।
ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ରହିଛନ୍ତି। ଏମାନଙ୍କ ମଧ୍ୟରୁ କାହାକୁ ନେତା କରାଯିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସଙ୍କେତ ମିଳିପାରିନାହିଁ। ତେବେ ବିଜେଡିର ରାଜ୍ୟସଭା ସାଂସଦମାନଙ୍କ ମଧ୍ୟରୁ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ, ସୁଜିତ କୁମାର କିମ୍ବା ଡାକ୍ତର ସସ୍ମିତ ପାତ୍ରଙ୍କ ମଧ୍ୟରୁ ଜଣକର ନାମକୁ ସୁପ୍ରିମୋ ମୋହର ଲଗାଇପାରନ୍ତି ।
Published by:Soubhagya Mishra
First published: