ଭୁବନେଶ୍ୱରରେ ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତା: ସାମିଲ ହୋଇଥିଲେ ଟ୍ରାନ୍ସଜେଣ୍ଡର ପ୍ରତିଯୋଗୀ

ମାନସ କୁମାର ଭଞ୍ଜଦେଓ ହେଲେ ମିଷ୍ଟର ଉତ୍କଳ ଓ ଭକ୍ତି ପଟ୍ଟନାୟକ ହେଲେ ମିସ ଉତ୍କଳ। ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ଫ୍ୟାସନ ଶୋ'ରେ ନୂଆ କରି ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗଙ୍କୁ ସାମିଲ କରାଯାଇଥିଲା।

ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ଫ୍ୟାସନ ଶୋ' ପ୍ରତିଯୋଗିତା

ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ଫ୍ୟାସନ ଶୋ' ପ୍ରତିଯୋଗିତା

  • Share this:
News18 Odia Digital

ଭୁବନେଶ୍ୱର : ମାନସ କୁମାର ଭଞ୍ଜଦେଓ ହେଲେ ମିଷ୍ଟର ଉତ୍କଳ ଓ ଭକ୍ତି ପଟ୍ଟନାୟକ ହେଲେ ମିସ ଉତ୍କଳ। ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ଉତ୍କଳଗ୍ୟାଲେରିଆ ମଲରେ ଆୟୋଜିତ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ଫ୍ୟାସନ ଶୋ' ପ୍ରତିଯୋଗିତାରେ ବାଜିମାତ କରିଛନ୍ତି ଏହି ଦୁଇ ପ୍ରତିଯୋଗୀ। ଏହି କାର୍ଯ୍ୟକ୍ରମରେ ଅଭିଷେକ ମହାପାତ୍ର ମିଷ୍ଟର ଉତ୍କଳ ରନର୍ସ ଅପ ହୋଇଥିଲା ବେଳେ ପ୍ରିୟା ମହାପାତ୍ର ମିସ ଉତ୍କଳ ରନର୍ସ ଅପ ହୋଇଥିଲେ। ସେହିଭଳି ଶିଶୁ କିଶୋରୀ ଓ କିଶୋର ବିଭାଗରେ ସାନଭି ସନୟା ଓ ପ୍ରେମ୍ ପ୍ରସାଦ ବିଜୟୀ ହୋଇଥିବା ବେଳେ ରୋସନି ନାୟକ ଓ ୟଶରାଜ ରନରସ୍ ଟାଇଟେଲେ ହାସଲ କରିଥିଲେ।

ଚଳିତ ଥର ଫ୍ୟାଶନ ଶୋରେ ନୂଆ କରି ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗଙ୍କୁ ଏହି ଶୋ'ରେ ସାମିଲ କରାଯାଇଥିଲା। କ୍ୟାମ୍ପରେ ସେମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା।

ପ୍ରତିଯୋଗିତାରେ ବିଜେତା ଓ ରନର୍ସ ଅପ ପ୍ରତିଯୋଗୀ ଏଭଳି ଆୟୋଜନକୁ ସାଧୁବାଦ ଜଣାଇବା ସହିତ ଲୁକାୟିତ ପ୍ରତିଭାଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିପାରିବ ବୋଲି ମତ ରଖିଥିଲେ। ତୃତୀୟ ଲିଙ୍ଗର ପ୍ରତିଯୋଗୀ ମାନେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ଉଚ୍ଚ ପ୍ରଶଂସା କରିଥିଲେ।

ଚଳିତ ବର୍ଷ ପ୍ରତିଯୋଗିତା ପାଇଁ ୩ଟି ବର୍ଗ ରଖାଯାଇଥିଲା । ମିଷ୍ଟର ଓ ମିସ୍ ଜୁନିୟର , ମିଷ୍ଟର ଓ ମିସ୍ ସିନିୟର ଓ ଟ୍ରାନ୍ସଜେଣ୍ଡର । ଅଡିଶନରେ ଶତାଧ୍ଵକ ପ୍ରତିଯୋଗୀ ଭାଗ ନେଇଥିବାବେଳେ ମୋଟ୍ ୬୨ ଜଣ ପ୍ରତିଯୋଗୀଙ୍କୁ ଏଥିରୁ ଚୟନ କରାଯାଇଥିଲା । ପୁରୁଷ ବର୍ଗରେ ୧୪,ମହିଳାରେ ୧୪ ଓ ଟ୍ରାନ୍ସଜେଣ୍ଡର ବର୍ଗରେ ୧୪ ଓ ଜୁନିୟରରେ ୨୦ ଜଣ ଲେଖାଏଁ ଚୟନ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଭିନେତା  ଦେବାଶିଷ ପାତ୍ର,ତପି ମିଶ୍ର, ଅଭିନେତ୍ରୀ ଜାଗୃତି ରଥ, ସମାଜସେବୀ ଲିଙ୍କନ ସୁବୁଦ୍ଧି, ମୀରା ପରିଡା,ସାଧନା ମିଶ୍ର, ମେଘନା ସାହୁ,ନୃତ୍ୟ ଶିଳ୍ପୀ ଶାଶ୍ବତ ଯୋଶୀ, ପୂର୍ବତନ ଫ୍ୟାଶନ ମଡେଲ ସୁଦିପ୍ତା ପରିଖ, ଆଓ ନେକ୍ସଟ୍‌ର ପ୍ରତିଷ୍ଠାତ,ସିଇଓ କୌସିକ ଦାସ ଓ ଡ.ଚିଦାତ୍ମିକା ଖଟୁଆ ପ୍ରମୁଖ ଯୋଗଦେଇଥିଲେ।
Published by:Soumya Das
First published: