ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ମାନବବାଦ ସଙ୍ଗଠନର ମୁଖା; ୬ ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି

ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ମାନବବାଦ ସଙ୍ଗଠନର ମୁଖା; ୬ ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି

Khordha Manababad Sangathan accused of banishing 6 Dalit families | ମାନବବାଦ ନାଁରେ ଓକିଲ ତଥା ଏହି ସଙ୍ଗଠନର ପୃଷ୍ଠପୋଷକ ମାନସ ଦାସ ‘‘ତାଲିବାନୀ ଶାସନ’’ ଜାରି ରଖି ସାଧାରଣ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଆସୁଥିବା ଅଭିଯୋଗ କରିଛନ୍ତି ଅନେକ ଗ୍ରାମବାସୀ ।

ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ମାନବବାଦ ସଙ୍ଗଠନର ମୁଖା; ୬ ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି
ମାନସ ଦାସ; (ଡାହାଣ) ବାସନ୍ଦ ହୋଇ ରହିଥିବା କେତେକ ପରିବାରର ମହିଳା
  • News18 Odia
  • Last Updated: August 30, 2021, 8:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଖୋର୍ଦ୍ଧାର ବିବାଦୀୟ ‘ମାନବବାଦ ସଙ୍ଗଠନ’ର ମୁଖା ଧୀରେ ଧୀରେ ଖୋଲିବାରେ ଲାଗିଛି । ଦିନକୁ ଦିନ ସାମ୍ନାକୁ ଆସୁଛି ଏହି ସଙ୍ଗଠନ ନାମରେ ଚାଲିଥିବା ଜୁଲମ୍‌ । ସଙ୍ଗଠନରେ ମିଶିବାକୁ ମନା କରିବାରୁ ଡାଳତୋଳା ଗାଁର ଛଅଟି ଦଳିତ ପରିବାରଙ୍କୁ ଗଲା ଛଅ ବର୍ଷ ହେଲା ବାସନ୍ଦ କରାଯାଇଛି । ଏହି ପରିବାରଗୁଡ଼ିକ ସେବେଠାରୁ ଜଙ୍ଗଲରେ ରହୁଛନ୍ତି ଓ ଏବେ ବି ସେମାନଙ୍କୁ ଧମକ ଦିଆଯାଉଛି ।

ବେଗୁନିଆ ଥାନାରେ ଏହି ସଙ୍ଗଠନର ମୁଖ୍ୟ ମାନସ ଦାସ ଓରଫ ଗୁରୁଜୀଙ୍କ ନାଁରେ ପୁଣି ଲିଖିତ ଅଭିଯୋଗ କରିଛନ୍ତି ଜଣେ ପୀଡ଼ିତ । ହେଲେ ମାନସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ପୋଲିସ ଉପରେ ଉଠିଛି ପ୍ରଶ୍ନ । ମାନବବାଦ ନାଁରେ ମାନସ ଦାସ ‘‘ତାଲିବାନୀ ଶାସନ’’ ଜାରି ରଖି ସାଧାରଣ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଆସୁଥିବା ଅଭିଯୋଗ କରିଛନ୍ତି ଅନେକ ଗ୍ରାମବାସୀ ।

ଏହା ବି ପଢ଼ନ୍ତୁ | ଆସୁଛି ନାକରେ ନେବାକୁ ଥିବା କରୋନା ଟିକା; ସବୁଠୁ ଅଧିକ ପ୍ରଭାବଶାଳୀ ହେବ ନାଜାଲ୍ ଭ୍ୟାକ୍ସିନ୍

କଡ଼ବ ଗାଁରୁ ବାପପୁଅଙ୍କ ଡାକିନେଇ ସଦର ଥାନା କରଡ଼ଗାଡି଼ଆରେ ଏକ କୋଠ ଘରେ ନିସ୍ତୁକ ମାଡ଼ ମାରିବା ଘଟଣାର ଏକ ଭିଡିଓ କ୍ଲିପ୍‌ ଭାଇରାଲ୍‌ ହେବା ପରେ ଛଅଟି ପରିବାରକୁ ବାସନ୍ଦ କରାଯାଇଥିବା ପରି ସଙ୍ଗୀନ ଘଟଣା ଏବେ ସାମ୍ନାକୁ ଆସିଛି । ୨୦୧୪ରେ ଏହି ସଙ୍ଗଠନରେ ସାମିଲ ନ ହେବାରୁ ଡାଳତୋଳା ଗାଁର ଛଅଟି ଦଳିତ ପରିବାରକୁ ଗାଁରୁ ବାସନ୍ଦ କରିଦେଇଥିଲେ ଗାଁ ଲୋକେ । ବାହାରେ କିଛି ଦିନ ରହିବା ପରେ ଗାଁ ନିକଟ ଜଙ୍ଗଲରେ ଏହି ଛଅ ପରିବାର ଦୀର୍ଘ ଛଅ ବର୍ଷ ହେବ ବସବାସ କରୁଛନ୍ତି ।

ଡାଳତୋଳା ଗାଁର ବାସନ୍ଦ ପରିବାରର ମହିଳା ମଞ୍ଜୁଲତା ପ୍ରଧାନ (ବାମ)


ଅଭିଯୋଗ ଅନୁସାରେ ବାସନ୍ଦ ହେବା ପରେ ଏହି ଛଅଟି ପରିବାର ଉପରେ ଆକ୍ରମଣ କରିବା ସହ ସେମାନଙ୍କ ଘରୁ ସବୁ ସାମଗ୍ରୀ ଲୁଟ୍‌ କରିନେଇଥିଲେ ମାନବବାଦ ସଙ୍ଗଠନର ସଦସ୍ୟମାନେ । ମିଥ୍ୟା ହତ୍ୟା ମାମଲାରେ ଛନ୍ଦି ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ବି ଏମାନେ ଅଭିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପିଲାଙ୍କ ହାତରୁ କ୍ଷୀର ପଡ଼ିଯିବାରୁ ମାସେମାନଙ୍କୁ ଡ୍ରେସ୍ ଖୋଲି ପିଟିଲେ; Video ଭାଇରାଲ୍ ହେଲା

‘‘ମାନବବାଦୀ ସଙ୍ଗଠନ ସବୁ ପ୍ରକାର କଷ୍ଟ ଦେଇଛି ଆମକୁ । ଆମ ଘର ଦ୍ୱାର ସବୁ ନେଇଛି । ଆମକୁ ବାଡ଼ିଆମରା କରିଛି । ସବୁ କରିଛି ମାନବବାଦୀ ସଙ୍ଗଠନ । ମାନବବାଦୀ ସଙ୍ଗଠନ ଓ ମାନସ ଦାସଙ୍କ ପ୍ରରୋଚନାରେ ଏ ସବୁ କାମ ହୋଇଛି,’’ କହିଛନ୍ତି ଡାଳତୋଳାର ଏକ ବାସନ୍ଦ ପରିବାରର ମୁଖିଆ ରମେଶ ଚନ୍ଦ୍ର ନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଖାଲି ଶିଳ୍ପା ଶେଟ୍ଟି ନୁହେଁ, ଏହି ବଲିଉଡ୍ ଅଭିନେତ୍ରୀମାନେ ବି ନିଜ ପତିଙ୍କ ପାଇଁ ସମାଲୋଚିତ ହୋଇଥିଲେ

ବାସନ୍ଦ ପରିବାରର ସଦସ୍ୟ ସାନୁଜ ନାୟକ କହିଛନ୍ତି, ‘‘ସେମାନେ ଆମ ପ୍ରତି ଅକଥନୀୟ ଅତ୍ୟାଚାର କରିଥିଲେ । ଗାଁରେ ଆମ ଘରେ ଲୁଟପାଟ୍‌ କରିଥିଲେ । ଆମ ଘରର ସବୁ ତକ ଜିନିଷ ପତ୍ର ବୋହି ନେଇଯାଇଥିଲେ । ଆମ ଘରେ ଥିବା ସବୁ ଲୋକଙ୍କୁ ମାରଧର ବି କରିଥିଲେ ।’’

ଏକ ବାସନ୍ଦ ପରିବାରର ସଦସ୍ୟ ସାନୁଜ ନାୟକ


‘‘ଆମକୁ ଗାଁରୁ ତଡ଼ି ଦେଇଥିଲେ । ଆଣ୍ଠୁଗଣ୍ଠି ଆମର ଖଣ୍ଡିଆ ହେଲା । ବ୍ଲଡ୍‌ ବୋହିଯାଉଥାଏ । ଥାନାକୁ ଗଲୁ । ସେଠି ମାନସ ଦାସଙ୍କୁ କହିଲୁ ‘ଦେଖନ୍ତୁ ସାର୍‌, ତମ ଲୋକ ମତେ ବାଡ଼େଇକି ଖଣ୍ଡିଆଖାବରା କରିଛନ୍ତି । ଏଫ୍‌.ଆଇ.ଆର୍‌. ଦିଅନ୍ତୁ’ । ସେ କହିଲେ ‘ଏଫ୍‌.ଆଇ.ଆର୍‌. କାହିଁକି ଦିଆଯିବ? ଏଫ୍‌.ଆଇ.ଆର୍‌. ଦିଆଯିବନି’,’’ କହିଛନ୍ତି ଡାଳତୋଳା ଗାଁର ଏକ ବାସନ୍ଦ ପରିବାରର ମହିଳା ମଞ୍ଜୁଲତା ପ୍ରଧାନ ।

ଏହା ବି ପଢ଼ନ୍ତୁ | ଫଟୋସୁଟ୍ ନାଁରେ ମଡେଲ୍ଙ୍କ ନଗ୍ନ ଭିଡିଓ ବନାଇଲେ; କୋଲକାତାରେ ଅଭିନେତ୍ରୀ କ୍ୟାମେରାମ୍ୟାନ୍ଗିରଫ

ଡାଳତୋଳା ଦଳିତ ସାହିରେ ହୋଇଥିବା ଏହି ଘଟଣାକୁ ଛଅ ବର୍ଷ ବିତିଥିଲେ ମଧ୍ୟ ଏବେ ଏହି ଛଅଟି ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି । ଗୁରୁଜୀଙ୍କ ନାଁରେ ଅଭିଯୋଗ ଆସିବା ପରେ ମାନବବାଦ ସଙ୍ଗଠନର ସଦସ୍ୟମାନେ ପହଞ୍ଚି ଏମାନଙ୍କୁ ଧମକ ଚମକ ଦେଉଛନ୍ତି ବୋଲି କହିଛନ୍ତି ଡାଳତୋଳା ବାସନ୍ଦ ପରିବାରର ମହିଳା ଦୁଖୀ ନାୟକ । ଗୁରୁଜୀଙ୍କ ନାଁ ଅଭିଯୋଗ କଲେ କିଛି ଭଲ ହେବନି ବୋଲି ଖୋଲାଖୋଲି ସେମାନେ କହୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କିଛି ସମୟ ଧରି ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ମାନବବାଦ ସଙ୍ଗଠନର ସମର୍ଥକ ବିରଞ୍ଚି ନାୟକ (ବାମ)


ପୂର୍ବରୁ ହୋଇଥିବା ଅଭିଯୋଗ ଉପରେ ବେଗୁନିଆ ପୋଲିସ ମାନସ ଦାସଙ୍କୁ ତଦନ୍ତ ପରିସରକୁ ନ ଆଣିବାରୁ ପୁଣି ଥରେ କଡ଼ବ ଗାଁର ମାଗୁଣୀ ନାୟକଙ୍କ ପୁଅ ଆନନ୍ଦ ନାୟକ ବେଗୁନିଆ ଥାନାର ଦ୍ବାରସ୍ଥ ହୋଇଛନ୍ତି । ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କ ନାଁରେ ପୁଣି ଥରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସବୁ ମଧ୍ୟରେ ଗୁରୁଜୀଙ୍କ ସମର୍ଥକମାନେ କହିଛନ୍ତି ଯେ ମାନବବାଦ ସଙ୍ଗଠନ ଓ ମାନସ ଦାସଙ୍କୁ ବଦନାମ କରିବାକୁ ଏକ ଷଡ଼ଯନ୍ତ୍ର ଚାଲିଛି ।

ଏହା ବି ପଢ଼ନ୍ତୁ | କୃଷ୍ଣ ଭକ୍ତିରେ ପାଗଳିନୀ ଏହି ବରିଷ୍ଠ IPS ଅଫିସର୍ ଚାକିରିରୁ ଅବସର ନେବାକୁ ଆବେଦନ କଲେ

‘‘ଆମର କହିବା କଥା ଯେ ଯଦି କେସ୍‌ ହେବ ତାହେଲେ ସ୍ପଟକୁ ଆସି ପୋଲିସ ତଦନ୍ତ କଲେ ଯଦି ଅଭିଯୋଗ ସତ ଜଣାପଡ଼ିବ ତାହେଲେ ଲୋକଙ୍କୁ ଆରେଷ୍ଟ୍‌ କରିବ । ଯଦି ଭୁଲ୍‌ ତଥ୍ୟ ମିଡ଼ିଆ ଆଗରେ, ଲୋକଙ୍କ ଆଗରେ ଓ ସମାଜ ଆଗରେ ରଖାଯାଏ ତାହେଲେ ଗୋଟେ ଲୋକର ଅପମାନ ହେଉଛି ବୋଲି ସମସ୍ତେ ଜାଣିରଖିବା ଉଚିତ,’’ କହିଛନ୍ତି ମାନବବାଦ ସଙ୍ଗଠନର ସମର୍ଥକ ବିରଞ୍ଚି ନାୟକ ।



ମାନସ ଦାସ ଓରଫ ଗୁରୁଜୀଙ୍କ ନାଁରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସୁଥିଲେ ବି ଏ ପର୍ଯ୍ୟନ୍ତ ଚୁପ୍‌ ହୋଇ ବସିଛି ଖୋର୍ଦ୍ଧା ପୋଲିସ । କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ପୋଲିସ ଗୁରୁଜୀଙ୍କୁ ତଦନ୍ତ ପରିସରକୁ ଆଣୁ ନ ଥିବା ଅଭିଯୋଗ ହୋକରିଛନ୍ତି ପୀଡ଼ିତ ପରିବାରମାନେ । ମାନସ ଦାସ କିନ୍ତୁ ତାଙ୍କ ବିରୁଦ୍ଧରେ ଆସିଥିବା ସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।
Published by: Anand S.T. Das
First published: August 30, 2021, 8:49 PM IST