କେନ୍ଦୁଝରରେ ତିନି ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟାର ଦୋଷୀକୁ ମିଳିଲା ଫାଶୀ ଦଣ୍ଡ

ଘରର ଜଣେ ସଦସ୍ୟ ପରି ପ୍ରତି ଦିନ ଆସି ଯେଉଁ କୁନି ଝିଅଟିକୁ ଭାଇ ପରି ସ୍ନେହ କରୁଛି ବୋଲି ସେ ଦେଖାଉଥିଲା, ଦିନେ ସେହି ନିଷ୍ପାପ ଶିଶୁ ସହ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଥିଲା ସେ । ପାଖାପାଖି ତିନି ବର୍ଷ ତଳର ଏହି ଜଘନ୍ୟ କୃତ୍ୟ ପାଇଁ ନ୍ୟାୟାଳୟ ଦୋଷୀ ସୁନୀଲ କୁମାର ନାୟକକୁ ମୃତ୍ୟୁ ଦଣ୍ଡ ଦେଇଛି ।

କେନ୍ଦୁଝରରେ ତିନି ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟାର ଦୋଷୀକୁ ମିଳିଲା ଫାଶୀ ଦଣ୍ଡ
ଦଣ୍ଡ ଶୁଣିବା ପରେ ନ୍ୟାୟାଳୟ ପରିସରରେ ଦୋଷୀ ସୁନୀଲ କୁମାର ନାୟକ
  • News18 Odia
  • Last Updated: December 19, 2019, 5:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଅଭୟ କୁମାର ମହାପାତ୍ର

କେନ୍ଦୁଝର: ଘରର ଜଣେ ସଦସ୍ୟ ପରି ପ୍ରତି ଦିନ ଆସି ଯେଉଁ କୁନି ଝିଅଟିକୁ ଭାଇ ପରି ସ୍ନେହ କରୁଛି ବୋଲି ସେ ଦେଖାଉଥିଲା, ଦିନେ ସେହି ନିଷ୍ପାପ ଶିଶୁ ସହ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଥିଲା ସେ । ପାଖାପାଖି ତିନି ବର୍ଷ ତଳର ଏହି ଜଘନ୍ୟ କୃତ୍ୟ ପାଇଁ ନ୍ୟାୟାଳୟ ଦୋଷୀ ସୁନୀଲ କୁମାର ନାୟକକୁ ମୃତ୍ୟୁ ଦଣ୍ଡ ଦେଇଛି ।

୨୦୧୭ ମସିହା ଜାନୁଆରୀ ୧୩ ତାରିଖ ଦିନ କେନ୍ଦୁଝର ଜିଲ୍ଲା ଚ଼ମ୍ପୁଆ ଥାନାର ଶଶାଙ୍ଗ ଗାଁରେ ଘଟିଥିବା ଏହି ଅପରାଧର ଶୁଣାଣି ବେଳେ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ଲୋକନାଥ ସାହୁ ୨୮ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ସାକ୍ଷ-ପ୍ରମାଣକୁ ବିଚ଼ାର କରିବା ପରେ ଏହି ରାୟ ଦେଇଥିଲେ ।

ଏକୋଇଶି ବର୍ଷୀୟ ଅଭିଯୁକ୍ତ ସୁନୀଲ କୁମାର ନାୟକ ନ୍ୟାୟାଳୟ ପରିସରରେ ଜଜ୍‌ଙ୍କ ରାୟ ଜାଣିବା ପରେ ବଡ଼ ଶାନ୍ତ ଭାବରେ ନିଜକୁ ନିର୍ଦୋଷ ବୋଲି କହିଥିଲା । ଉଚ୍ଚ ନ୍ୟାୟାଳୟରେ ତାକୁ ନ୍ୟାୟ ମିଳିବ ବୋଲି କହିଥିଲା ସେ । ତେବେ ତାକୁ ମିଳିଥିବା ମୃତ୍ୟୁ ଦଣ୍ଡକୁ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବୋଲି କହି କେନ୍ଦୁଝର ଜିଲ୍ଲାବାସୀ ସ୍ବାଗତ କରିଛନ୍ତି ।

ଟ୍ରାକ୍ଟର ଚ଼ଳାଇ ପେଟ ପୋଷୁଥିବା ଶଶାଙ୍ଗ ଗାଁର ବାସିନ୍ଦା ମୁକ୍ତିକାନ୍ତଙ୍କ (ଛଦ୍ମ ନାମ) ସହିତ ଟ୍ରାକ୍ଟର୍‌ର ହେଲ୍‌ପର୍ ରୂପେ କାମ କରୁଥିଲା ଶାନ୍ତନୁ ନାୟକଙ୍କ ପୁଅ ସୁନୀଲ । ମୁକ୍ତିକାନ୍ତଙ୍କ ଘରକୁ ପ୍ରତି ଦିନ ସେ ଆସୁଥିଲା ଓ ସମୟ ପାଇଲେ ତାଙ୍କ ତିନି ବର୍ଷର ସାନ ଝିଅ ସହ ଖେଳି ତାକୁ ଖୁସି କରାଉଥିଲା । ଅନେକ ସମୟରେ ସୁନୀଲ ସେଇ ଛୋଟ ଝିଅଟିକୁ ନେଇ ଆଖପାଖକୁ ମଧ୍ୟ ଯାଏ ।

ଦୋଷୀ ସୁନୀଲର ବର୍ତ୍ତମାନ ବୟସ ୨୧


୨୦୧୭ ମସିହା ଜାନୁଆରୀ ୧୩ ତାରିଖର ପର ଦିନ ଥିଲା ମକର ସଂକ୍ରାନ୍ତି । ଚ଼ମ୍ପୁଆ ଅଞ୍ଚଳରେ ଧୁମଧାମରେ ମକର ସଂକ୍ରାନ୍ତି ପାଳନ କରାଯାଏ । ମାତ୍ର କୁନି ଝିଅଟି ନିଜ ଜୀବନର ଚ଼ତୁର୍ଥ ମକର ସଂକ୍ରାନ୍ତି ଦେଖିବା ପାଇଁ ଜିଇଁ ରହିଲା ନାହିଁ ।

ମକର ସଂକ୍ରାନ୍ତି ପାଇଁ ଅପରାହ୍ନରେ ମୁକ୍ତିକାନ୍ତ ନିଜ ସ୍ତ୍ରୀ ଓ ବଡ଼ ଝିଅକୁ ଧରି ନିକଟସ୍ଥ ଚ଼ମ୍ପୁଆ ବଜାରକୁ କିଛି ଜିନିଷ କିଣିବା ପାଇଁ ବାହାରି ଯିବା ପରେ ତାଙ୍କ ଘରେ ତିନି ବର୍ଷର ସାନ ଝିଅ ଓ ଘରେ କାମଦାମ କରୁଥିବା ନାମୀ ମହାକୁଡ ନାମକ ମହିଳା ଜଣେ ଥିଲେ । ଏହାର ସୁଯୋଗ ନେଇ ସୁନୀଲ ଆସି ଚକୋଲେଟ୍ ଖାଇବାକୁ କହି ଛୋଟ ଝିଅଟିକୁ ବାହାରକୁ ଡାକି ନେଲା ।

ସନ୍ଧ୍ୟାରେ ଘରକୁ ଫେରି ମୁକ୍ତିକାନ୍ତ ସାନ ଝିଅକୁ ନ ପାଇ ଏ ସମ୍ପର୍କରେ ସୁନୀଲକୁ ପଚ଼ାରିବାରୁ ସେ ତାକୁ ଗାଁ ଛକରେ ଛାଡି଼ ଦେଇଥିଲା ବୋଲି କହିଥିଲା । ହେଲେ ଚ଼ାରି ଆଡ଼େ ଖୋଜିବା ସତ୍ୱେ ଝିଅକୁ ନ ପାଇ ମୁକ୍ତିକାନ୍ତ ପର ଦିନ ଚ଼ମ୍ପୁଆ ଥାନାରେ ଝିଅ ହଜିଥିବା ନେଇ ଏକ ଏତାଲା ଦେଇଥିଲେ ।

ହେଲେ ସେହି ଦିନ ୨ଟା ବେଳେ କୁନି ଝିଅଟିର ଶବ ଗାଁ ସ୍କୁଲ୍‌ର ପରିତ୍ୟକ୍ତ ରୋଷେଇ ଘରୁ କ୍ଷତବିକ୍ଷତ ତଥା ରକ୍ତାକ୍ତ ଅବସ୍ଥାରେ ମିଳିଥିଲା । ପୋଲିସ୍ ଘଟଣାର ଦୁଇ ଦିନ ପରେ ଫେରାର୍ ଥିବା ସୁନୀଲକୁ ଗିରଫ କରିଥିଲା ।

ଏହି ମାମଲାରେ ପୋଲିସ୍ ସୁନୀଲ୍ ନାଁରେ ଆଇପିସିର ଦଫା ୩୬୩, ୩୭୬ (୨ଏଫ୍), ୩୭୬ (୨ଆଇ), ୩୦୨, ୨୦୧ ଓ ପୋକ୍ସୋ ଆଇନ୍‌ର ଦଫା ୬ ଅନ୍ତର୍ଗତ ମାମଲା ରୁଜୁ କରିଥିଲା । ୨୮ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କେନ୍ଦୁଝର ଏଡିଜେ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ଜଜ୍ ଲୋକନାଥ ସାହୁ ଦଫା ୩୬୩ ଓ ୨୦୧ ରେ ସୁନୀଲକୁ ସାତ ବର୍ଷ ସଶ୍ରମ କାରାଦଣ୍ଡ, ଦଫା ୩୭୬ ଓ ପୋକ୍ସୋର ଦଫା ୬ ରେ ଆଜୀବନ କାରାଦଣ୍ଡ ଓ ଆଇପିସିର ଦଫା ୩୨୦ ରେ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ।
Published by: Anand Shankar Thankur Das
First published: December 19, 2019, 5:17 PM IST
corona virus btn
corona virus btn
Loading