ପୁରୀରେ ସେକ୍ସ କରିବାକୁ ମନା କରିବାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ, ତା’ ପରେ କାଟିଲା ନିଜ ଗୁପ୍ତାଙ୍ଗ

‘‘ତକିଆ ତଳେ ରଖିଥିବା ଛୁରୀରେ ତା’ ବେକକୁ କାଟିଦେଲି । ତା’ ପରେ ମୁଁ ଆଉ କିଛି ଜାଣି ନ ପାରି ମୋ’ର ସେଇଟା (ଲିଙ୍ଗ) କାଟି ଅଲଗା କରିଦେଲି । ସେ ତ ମରିଗଲା, ମୁଁ ୟାକୁ ଆଉ କାହିଁକି ରଖିବି?’’ କହିଛନ୍ତି ହସ୍ପିଟାଲରେ ମୃତ୍ୟୁ ସହ ଯୁଝୁଥିବା ବୁଲୁ ବେହେରା ।

ପୁରୀରେ ସେକ୍ସ କରିବାକୁ ମନା କରିବାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ, ତା’ ପରେ କାଟିଲା ନିଜ ଗୁପ୍ତାଙ୍ଗ
ସଙ୍କଟାପନ୍ନ ଅବସ୍ଥାରେ ଚ଼ିକିତ୍ସିତ ହେଉଛି ବୁଲୁ ବେହେରା ।
  • News18 Odia
  • Last Updated: February 24, 2020, 11:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଯୌନ କ୍ରିୟା ପାଇଁ ନିଜ ସ୍ତ୍ରୀ ମନା କରିବାରୁ କ୍ରୋଧ ଓ ଦୁଃଖରେ ହିତାହିତ ଜ୍ଞାନ ହରେଇ ସ୍ୱୀମୀ କରିବସିଲା ଅଭାବନୀୟ କାଣ୍ଡ । ସ୍ତ୍ରୀକୁ ଡାକି ତା’ ତଣ୍ଟି କାଟିବା ପରେ ନିଜ ଗୁପ୍ତାଙ୍ଗ କାଟି ଆତ୍ମହତ୍ୟା ଉଦ୍ୟମ କଲା ସେ ।

ଘଟଣାଟି ଘଟିଛି ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ । ବଳିଆପଣ୍ଡା ବସ୍ତିରେ ଏକ ଭଡ଼ା ଘରେ ରହି ରିକ୍ସା ଚ଼ଳାଇ ପରିବାର ପ୍ରତିପୋଷଣ କରୁଥିବା ୩୨ ବର୍ଷୀୟ ବୁଲୁ ବେହେରା କରିବସିଛି ଏମିତି କାଣ୍ଡ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ବୁଲୁ ଓ ତା’ ସ୍ତ୍ରୀ ୨୯ ବର୍ଷୀୟା ସ୍ତ୍ରୀ ଚନ୍ଦ୍ରମାକୁ ପୁରୀ ହସ୍ପିଟାଲକୁ ଅଣାଯାଇଥିଲା । ଉଭୟଙ୍କର ଚିକିତ୍ସା ଚ଼ାଲିଛି । ଚ଼ନ୍ଦ୍ରମା ସାମାନ୍ୟ ସୁସ୍ଥ ହେଉଥିବା ବେଳେ ଏବେ ବି ଗୁରୁତର ଅବସ୍ଥାରେ ଅଛି ବୁଲୁ ।

ହୋଟେଲରେ ହାଉସକିପିଂ କାମ କରି ପରିବାରକୁ ସହଯୋଗ କରୁଥିବା ଚ଼ନ୍ଦ୍ରମାକୁ ଫେବୃଆରୀ ୮ ତାରିଖ ରାତିରେ ବୁଲୁ ଘରକୁ ଫେରି ଯୌନ କ୍ରିୟା କରିବାକୁ ଡାକିଥିଲା । ବୁଲୁ ନିଶାସକ୍ତ ଥିବାରୁ ଓ ଅନେକ କାମ ଥିବାରୁ ଚ଼ନ୍ଦ୍ରମା ଅମଙ୍ଗ ହୋଇଥିଲା । କ୍ରୋଧ ଓ ଦୁଃଖରେ ହିତାହିତ ଜ୍ଞାନ ହରେଇ ବସି ବୁଲୁ ନିଜ ତକିଆ ତଳେ ରଖିଥିବା ପରିବା କଟା ଛୁରୀରେ ପ୍ରଥମେ ଚ଼ନ୍ଦ୍ରମାର ବେକ କାଟିବା ପରେ ନିଜ ଲିଙ୍ଗକୁ କାଟି ଅଲଗା କରିଦେଇଥିଲା ।

ଏ ସମ୍ପର୍କରେ ଚ଼ନ୍ଦ୍ରମାଙ୍କ ଭଉଣୀ ସୁଜାତା ବେହେରାଙ୍କ ପକ୍ଷରୁ ବଳିଆପଣ୍ଡା ଥାନାରେ ଏତାଲା ଦିଆଯାଇଥିଲା । ପୋଲିସ୍‌ ବୁଲୁ ବିରୁଦ୍ଧରେ ହତ୍ୟା ଉଦ୍ୟମର ଏକ ମାମଲା ରୁଜୁ କରି ତା’ ସୁସ୍ଥ ହେବାକୁ ଅପେକ୍ଷା କରିଛି ।

‘‘ସବୁ ବେଳେ ନିଶାସସ୍ତ ହୋଇ ରାତିରେ ଘରକୁ ଫେରି ସେ ଝଗଡ଼ା କରନ୍ତି । ଫେବୃଆରୀ ୮ ରାତିରେ ସେ ଅଣ୍ଡା ଆଣିବା ପରେ ତାକୁ ଆମଲେଟ କରିକି ଉଭୟେ ଖାଇଥିଲୁ । ତା’ ପରେ ସେ ସେଥି ପାଇଁ (ଯୌନ କ୍ରିୟା ପାଇଁ) ମୋତେ ବେଡ୍‌‌ ଉପରକୁ ଡାକିଥିଲେ । ହେଲେ ହୋଟେଲରେ ଅନେକ କାମ କରିଥିବାରୁ ମୁଁ ଅମଙ୍ଗ ହେଲେ । ସେ ନିଶାସକ୍ତ ଅବସ୍ଥାରେ ଥିବାରୁ ଜୋରରେ ପାଟିତୁଣ୍ଡ କଲେ । ତା ପରେ ତକିଆ ତଳୁ ଛୁରୀ ଆଣି ହଠାତ୍‌ ଖଟରୁ ଉଠି ମୋ’ ଛାତିକୁ ଗୋଇଠା ମାରି ମୋ’ ତଣ୍ଟି କାଟିଦେଇଥିଲେ…,’’ ହସ୍ପିଟାଲରେ କହିଛନ୍ତି ଚ଼ନ୍ଦ୍ରମା ବେହେରା ।

ତଣ୍ଟି କାଟିବା ଉଦ୍ୟମ ସମୟରେ ଚ଼ନ୍ଦ୍ରମା ପାଟି କରିବାରୁ ପଡ଼ିଶା ଘର ଲୋକେ ଦୌଡ଼ି ଯାଇ ତାଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲକୁ ଆଣିଥିଲେ ବୋଲି ସେ କହିଛନ୍ତି । ‘‘ସୌଭାଗ୍ୟ ବଶତଃ ଡାକ୍ତରଙ୍କ ଚ଼ିକିତ୍ସା ଯୋଗୁଁ ମୁଁ ବଞ୍ଚିଯାଇଛି,’’ କାନ୍ଦି କାନ୍ଦି କହିଛନ୍ତି ସେ ।

ବୁଲୁ ଓ ଚ଼ନ୍ଦ୍ରମାଙ୍କ ବିବାହକୁ ୧୬ ବର୍ଷ ବିତିଥିଲେ ବି ସେମାନଙ୍କର ପିଲାଛୁଆ ନାହାଁନ୍ତି । ବୁଲୁ କିନ୍ତୁ ଚ଼ନ୍ଦ୍ରମାଙ୍କ ଉପରେ ‘‘ଅନେକ ଲୋକଙ୍କ ସହ ଅନୈତିକ ସମ୍ପର୍କ’’ ରଖିଥିବା ଅଭଯୋଗ କରିଛନ୍ତି ।

‘‘ହୋଟେଲରେ କାମ କରି ସେ ପ୍ରତି ଦିନ ରାତି ଅଧରେ ଘରକୁ ଫେରେ । ମୁଁ ସେଥି ପାଇଁ (ଯୌନ କ୍ରିୟା ପାଇଁ) ଡାକିଲେ ସବୁ ବେଳେ ସେ ବିରୋଧ କରେ । ତା’ର ହୋଟେଲରେ ଅନେକ ଲୋକଙ୍କ ସହ ଅନୈତିକ ସମ୍ପର୍କ ରହିଛି । ଘଟଣା ଦିନ ମୁଁ ଡାକିଲି, ହେଲେ ସେ ମନା କରିବାରୁ ତାକୁ ହତ୍ୟା କରିବା ପାଇଁ ପୂର୍ବ ଯୋଜନା ଅନୁସାରେ ତକିଆ ତଳେ ରଖିଥିବା ଛୁରୀରେ ତା’ ବେକକୁ କାଟିଦେଲି । ତା’ ପରେ ମୁଁ ଆଉ କିଛି ଜାଣି ନ ପାରି ମୋ’ର ସେଇଟା (ଲିଙ୍ଗ) କାଟି ଅଲଗା କରିଦେଲି । ସେ ତ ମରିଗଲା, ମୁଁ ୟାକୁ ଆଉ କାହିଁକି ରଖିବି? କାଟିଦେବା ପରେ ରକ୍ତାକ୍ତ ହୋଇ ତଳେ ପଡ଼ିଗଲି । ତା’ ପରେ ଦେଖିଲା ବେଳକୁ ମେଡିକାଲରେ,’’  କହିଛନ୍ତି ବୁଲୁ ବେହେରା  ।

ଚ଼ନ୍ଦ୍ରମାଙ୍କ ମା’ ବ୍ରହ୍ମପୁର ବୁଗୁଡ଼ା ଅଞ୍ଚଳର କନକ ବେହେରାଙ୍କ କହିବା ଅନୁଯାୟୀ ସେହି ବୁଗୁଡା ଅଞ୍ଚଳର ବୁଲୁର ଚ଼ନ୍ଦ୍ରମା ସହ ୨୦୦୪ରେ ବିବାହ ହୋଇଥିଲା । ସେମାନଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇ ପ୍ରାଣ ହରାଇଥିଲେ । ପରେ ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ତାକୁ ସେ ନିଜ ପାଖରେ ରଖି ଲାଳନ ପାଳନ କରୁଛନ୍ତି । ଝିଅଜ୍ୱାଇଁ ପୁରୀ ଆସି ଏଠି ଭଡ଼ା ଘରେ ରହୁଛନ୍ତି ।

‘‘ବୁଲୁ ପ୍ରତି ଦିନ ଝିଅ ସହ ଝଗଡ଼ା କରୁଥିବା ଅନେକ ଥର ଫୋନରେ ସେ (ଚ଼ନ୍ଦ୍ରମା) କହିଛି । ବୁଲୁ ନିୟମିତ କାମକୁ ନ ଯାଇ ଘରେ ବସି ନିଶା ଖାଉଥିବା ବେଳେ ଚ଼ନ୍ଦ୍ରମା ସବୁବେଳେ ଖଟିକି ଆଣି ଘର ଚ଼ଳାଉଛି,’’ କହିଛନ୍ତି କନକ ।

ଚ଼ନ୍ଦ୍ରମାଙ୍କ ଭଉଣୀ ସୁଜାତା ବେହେରା କହିଛନ୍ତି ଯେ ଚ଼ନ୍ଦ୍ରମାଙ୍କ ବେକରେ ହୋଇଥିବା ଆଘାତ ଧୀରେ ଧୀରେ ଭଲ ହେଇ ଆସୁଛି । ‘‘ସେ ମଧ୍ୟ କଥାବାର୍ତା ଟିକେ ଟିକେ କରୁଛି । ହେଲେ ଭିଣୋଇ (ନିଜ ଗୁପ୍ତାଙ୍ଗ ସମ୍ପୂର୍ଣ୍ଣ କାଟି ଦେଇଥିବାରୁ) ଏବେ ବି ଗୁରୁତର ରହିଛନ୍ତି । ପରିସ୍ରା ନଳୀ ଲଗାଯାଇଛି । ସେ ମୋ’ ଭଉଣୀକୁ ମାରିବା ପାଇଁ ଯୋଜନା କରି ତା ବେକ କାଟିଥିଲେ । ହେଲେ ଭଗବାନ ତାକୁ ଦେଲେ ଶାସ୍ତି । ମୁଁ ଏ ନେଇ ବଳିଆପଣ୍ଡା ଥାନାରେ ହତ୍ୟା ଚ଼େଷ୍ଟାର ଅଭିଯୋଗ କରିଛି,’’ କହିଛନ୍ତି ସୁଜାତା ।

‘‘ଚ଼ନ୍ଦ୍ରମାଙ୍କ ପରିବାର ଲୋକଙ୍କ ଏତାଲାକୁ ନେଇ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ଜାରୀ ରହିଛି । ତେବେ ବୁଲୁର ଅବସ୍ଥା ସଙ୍କଟାପନ୍ନ ରହିଛି । ବୁଲୁ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଯୌନ କ୍ରିୟା କରିବାକୁ ଡାକି ଏଭଳି ଭୟାନକ କାଣ୍ଡ ଘଟାଇଛି । ତା’ ସ୍ତ୍ରୀ ସୁସ୍ଥ ହେବା ପରେ ତାଙ୍କ ବୟାନ ରେକର୍ଡ଼ ହୋଇଛି । ହସ୍ପିଟାଲରେ ଅଭିଯୁକ୍ତ ବୁଲୁ ବେହେରାଙ୍କ ପାଖରେ ଜଣେ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି,’’ କହିଛନ୍ତି ବଳିଆପଣ୍ଡା ଥାନା ଅଧିକାରୀ ଚ଼ିନ୍ମୟ କୁମାର ରାଉତ ।

ନିଶାସକ୍ତ ଅବସ୍ଥାରେ ବୁଲୁ ବେହେରା କରିଥିବା ଏହି କାରନାମା ପଛରେ କେବଳ ନିଶା ସମସ୍ୟା ନା ଦାରିଦ୍ର୍ୟ ରହିଛି ତାହା ବିତର୍କର ବିଷୟ ହୋଇ ଠିଆ ହୋଇଛି ।
First published: February 24, 2020, 11:22 PM IST
corona virus btn
corona virus btn
Loading