ରେଙ୍ଗାଲୀ: ଶୁଣାଣି ନ ହେବାରୁ ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ, ଫେସବୁକ୍ ଲାଇଭ୍ କଲେ

ତହସିଲ ଅଫିସରେ ନିଆଁ ଲଗାଇବା ପାଇଁ ରାଜୀବ ଘରୁ ପୂରା ପ୍ରସ୍ତୁତ ହୋଇ ଆସିଥିଲେ । ଟେମ୍ପୁରେ ସେ ଏକ ବ୍ୟାନର ବି ଲଗାଇଥିଲେ । ନିଆଁ ଲଗାଇ ସାରି ଏହି ଘଟଣାକୁ ନିଜ ଫେସବୁକ ଆକାଉଣ୍ଟରେ ସେ ଲାଇଭ କରିଥିଲେ । ସେ ଗିରଫ ହୋଇଛନ୍ତି ।

ରେଙ୍ଗାଲୀ: ଶୁଣାଣି ନ ହେବାରୁ ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ, ଫେସବୁକ୍ ଲାଇଭ୍ କଲେ
ଅଭିଯୁକ୍ତ ରାଜୀବ କିସାନ ଓ (ଡାହାଣ) ତହସିଲ ଅଫିସରେ ଜଳିଯାଇଥିବା ନଥିପତ୍ର
  • News18 Odia
  • Last Updated: November 20, 2020, 9:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଜିଲ୍ଲାର ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ପଶି ନିଆଁ ଲଗାଇ ଦେଇଛନ୍ତି ଜଣେ ଯୁବକ । ଏହି ଅଗ୍ନିକାଣ୍ଡରେ ତହସିଲ କାର୍ଯ୍ୟାଳୟର କେତେକ କାଗଜପତ୍ର ଜଳି ନଷ୍ଟ ହୋଇଯାଇଛି । ନିଜର କୌଣସି କାମ ପାଇଁ ତହସିଲ ଅଫିସକୁ ବାରମ୍ବାର ଆସି ନୟାନ୍ତ ହେବା ପରେ ଯୁବକ ଜଣକ ଏହି କାଣ୍ଡ ଭିଆଇଥିବା କହିଛନ୍ତି । ତାଙ୍କୁ ଗିରଫ କରାଯାଇଛି ।

ରେଙ୍ଗାଲୀ ବ୍ଲକ ତିଲେଇମାଲ ଗ୍ରାମର ରାଜୀବ କିସାନ ନାମକ ଏହି ଯୁବକ ଶୁକ୍ରବାର ପୂର୍ବାହ୍ନରେ ଏହି ଅଗ୍ନିକାଣ୍ତ ଘଟାଇଥିଲେ । ରେଙ୍ଗାଲୀ ଅଗ୍ନିଶମ ବିଭାଗର କର୍ମୀମାନେ ସୂଚନା ପାଇ ତହସିଲ ଅଫିସରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ରାଜୀବ ଏକ ଡଲା ଅଟୋରେ ନିଜ ପରିବାର ସହ କିଛି ଟାୟାର, ତାଙ୍କ କାଗଜ ପତ୍ର ଓ ପେଟ୍ରୋଲ ଧରି ତହସିଲ ଅଫିସରେ ପହଞ୍ଚିଥିଲେ ଓ ସେଠାରେ ନିଆଁ ଲଗାଇଥିଲେ ବୋଲି ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ | ବିହାର ନିର୍ବାଚନ ପ୍ରଚାରରୁ ଫେରି ଅଭିନେତ୍ରୀ ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

ନିଆଁ ପର୍ଯ୍ୟାୟ କ୍ରମେ ତହସିଲ ଅଫିସରେ ବ୍ୟାପି ଯାଇଥିଲା । ନିଆଁକୁ କାବୁ କରିବାକୁ ଅଗ୍ନିଶମ ବିଭାଗକୁ ଏକ ଘଣ୍ଟା ଲାଗିଥିଲା । ରାଜୀବ କିସାନଙ୍କୁ ରେଙ୍ଗାଲୀ ଥାନା ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

ଅଗ୍ନିକାଣ୍ଡରେ ଜଳିଯାଇଥିବା ତହସିଲ ଅଫିସର ଏକ ସିଲିଂ ଫ୍ୟାନ୍


ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇବା ପାଇଁ ରାଜୀବ ଘରୁ ପୂରା ପ୍ରସ୍ତୁତ ହୋଇ ଆସିଥିଲେ । ଟେମ୍ପୁରେ ସେ ଏକ ବ୍ୟାନର ମଧ୍ୟ ଲଗାଇଥିଲେ । ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇବା ପରେ ଏହି ଘଟଣାକୁ ନିଜ ଫେସବୁକ ଆକାଉଣ୍ଟରେ ସେ ଲାଇଭ କରିଥିଲେ ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍: ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ରାଜୀବ ଅଭିଯୋଗ କରିଥିଲେ ଯେ ରେଙ୍ଗାଲୀ ତହସିଲ ଅଞ୍ଚଳରେ ଥିବା ତାଙ୍କ ନିଜସ୍ବ ପୈତୃକ ଜମିକୁ ଜାଲିଆତି କରି ବିକ୍ରି କରି ଦିଆଯାଇଥିବାରୁ ସେ ଓ ତାଙ୍କ ପରିବାର ସର୍ବଶ୍ୱାନ୍ତ ହୋଇ ଯାଇଛନ୍ତି । ଏହି ଅଭିଯୋଗ କରି ସେ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବା ସତ୍ତ୍ୱେ ତାଙ୍କୁ ନ୍ୟାୟ ମିଳି ନ ଥିଲା ବୋଲି ସେ କହିଛନ୍ତି । ଏପରିକି ସେ ମାନ୍ୟବର ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇ ସେଠାରୁ ନିର୍ଦ୍ଦେଶ ଆଣିବା ପରେ ବି ତାଙ୍କୁ ନ୍ୟାୟ ମିଳି ନ ଥିଲା ବୋଲି ସେ କହିଛନ୍ତି ।

ନିଜ ଫେସବୁକ ଲାଇଭରେ ତାଙ୍କ ପୈତୃକ ଜମିକୁ କେମିତି ଜାଲିଆତି କରି ବିକ୍ରି କରିଦିଆଯାଇଛି ବୋଲି ପ୍ରଶ୍ନ କରିବା ସହ ତହସିଲ ଅଫିସରେ ନିଆଁ ଲଗାଇଥିବା କଥାକୁ ମଧ୍ୟ ସ୍ୱୀକାରୋକ୍ତିରେ କହିଛନ୍ତି ରାଜୀବ । ଘଟଣା ଘଟିବା ପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଏସ.ଡି.ପି.ଓ.  ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ ବା ପ୍ରେମିକା ଠାରୁ ଧୋକା ମିଳେ

‘‘ସକାଳ ୧୦ଟା ବେଳେ ସବୁ ଦିନ ଭଳି ଅଫିସ ଖୋଲା ଯାଇଥିଲା । ଅଫିସ ଖୋଲିବାର ଅଳ୍ପ ସମୟ ପରେ ଯୁକବ ଜଣକ ଆସିଥିଲେ ଓ କାହାକୁ କିଛି ନ କହି କାର୍ଯ୍ୟଳୟରେ ନିଆଁ ଲଗାଇ ଦେଇଥିଲେ । ମୁଁ ସେତେବେଳେ ବାହରେ ଥିଲି,’’ କହିଛନ୍ତି ରେଙ୍ଗାଲୀ ତହସିଲଦାର ସୁନିଲ ମେହେର । ଯୁବକଙ୍କ ଅଭିଯୋଗ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ‘‘ଯୁବକ ଜଣକ ପୂର୍ବରୁ କେବେ କୌଣସି ଅଭିଯୋଗ ନେଇ ମୋ’ ପାଖକୁ କିମ୍ବା ମୋ’ କାର୍ଯ୍ୟାଳୟକୁ ଆସି ନାହାନ୍ତି,’’ ସେ କହିଛନ୍ତି ।



ସମ୍ବଲପୁର ସଦର ଉପଖଣ୍ଡ ଆରକ୍ଷୀ ଅଧିକାରୀ ତପନ ମହାନ୍ତ କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟାଇଥିବା ଯୁବକକୁ ଗିରଫ କରାଯାଇଛି ଓ ଏହି ମାମଲାର ତଦନ୍ତ କରାଯାଉଛି । ତହସିଲ ଅଫିସରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।
Published by: Anand Shankar Thankur Das
First published: November 20, 2020, 9:49 PM IST
corona virus btn
corona virus btn
Loading