ଭୁବନେଶ୍ୱର ଯୁବକ ଅନ୍‌ଲାଇନ୍‌ରେ ଗାଈ ବିକୁଥିଲେ; ଲକ୍ଷେ ଟଙ୍କା ଲୁଟିନେଲେ ସାଇବର୍‌ ଅପରାଧୀ

ଅନ୍‌ଲାଇନ୍‌ରେ ନିଜ ଗାଈ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିଲେ ଏହି ଯୁବକ, ହେଲେ ସେ ସାଇବର୍‌ ଅପରାଧୀଙ୍କ ଚାଲ୍‌ ବୁଝି ପାରି ନ ଥିଲେ । ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ଠକିନେଇଥିଲା ଜଣେ ସାଇବର୍‌ ଅପରାଧୀ ।

ଭୁବନେଶ୍ୱର ଯୁବକ ଅନ୍‌ଲାଇନ୍‌ରେ ଗାଈ ବିକୁଥିଲେ; ଲକ୍ଷେ ଟଙ୍କା ଲୁଟିନେଲେ ସାଇବର୍‌ ଅପରାଧୀ
ଏକ ଲକ୍ଷ ଟଙ୍କା ହରାଇଥିବା ଦେବାଶିଷ ସାହୁ; (ଡାହାଣ) ଗାଈ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 15, 2021, 6:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏବେ ଅଧିକାଂଶ ଲୋକ ଅନଲାଇନ୍‌ ମାଧ୍ୟମରେ କିଣାବିକା କରିବାକୁ ପସନ୍ଦ କରୁଥିବା ବେଳେ ସାଇବର୍‌ ଠକମାନେ ସେମାନଙ୍କୁ ନିଜ ଟାର୍ଗେଟ୍‌ ବନେଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ଏକ ଗାଈକୁ ଅନଲାଇନରେ ବିକିବାକୁ ଯାଇ ଏକ ଲକ୍ଷ ଟଙ୍କା ହରେଇଛନ୍ତି ।

ଦେବାଶିଷ ସାହୁ ନାମକ ଏହି ଯୁବକ ଅନଲାଇନରେ ନିଜ ଗାଈ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିଲେ । ଏହାର ସୁଯୋଗ ନେଇ ଜଣେ ସାଇବର୍‌ ଅପରାଧୀ ତାଙ୍କୁ ଠକି ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଠକିନେଇଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସାଇବର୍‌ ଅପରାଧୀଙ୍କ ଚାଲ୍‌ ଦେବାଶିଷ ବୁଝି ନ ପାରି ଏତେ ଟଙ୍କା ହରେଇଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍‌ଚେକ୍ ବୁକ୍ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

‘‘ମୁଁ ଗାଈ ବିକ୍ରି କରିବାର ବିଜ୍ଞାପନ ଦେବା ପରେ ମୋ’ ଠାରୁ ଗାଈ କିଣିବାକୁ ଯୋଗାଯୋଗ କରିଥିଲେ ସେହି ସାଇବର୍‌ ଅପରାଧୀ । ସେ ମୋତେ ଫୋନ୍‌ କରିଥିଲେ ଓ ୨୦ ହଜାର ଟଙ୍କାରେ ଗାଈ ବିକ୍ରି ପାଇଁ ଆମ ଭିତରେ ବୁଝାମଣା ହୋଇଥିଲା । ମୋତେ ଟଙ୍କା ଦେବା ଉଦ୍ଦେଶ୍ୟରେ ଏକ QR କୋଡ୍‌ ପଠାଇବାକୁ ସେ ମୋତେ କହିଥିଲେ । QR କୋଡ୍‌ ପଠାଇଦେବା ପରେ ମୋ’ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଗଲା,’’ କହିଛନ୍ତି ଦେବାଶିଷ ।

ଦେବାଶିଷଙ୍କ ଆକାଉଣ୍ଟରୁ ଟଙ୍କା କଟିଥିବାର କେତେକ ପ୍ରମାଣ ଭିତରୁ ଗୋଟିଏ


QR କୋଡ଼୍‌ ଦେବା ପରେ ଚାହୁଁ ଚାହୁଁ ଲକ୍ଷେ ଟଙ୍କା ଦେବାଶିଷଙ୍କ ଆକାଉଣ୍ଟରୁ ଲୁଟି ନେଇଥିଲେ ସାଇବର ଅପରାଧୀ । ଟଙ୍କା କଟିଯାଇଛି ବୋଲି ଜାଣିବା ପରେ ବ୍ୟାଙ୍କ୍‌ ସହ ଯୋଗାଯୋଗ କରିଥିଲେ ଦେବାଶିଷ । ଜାଣିବାକୁ ପାଇଥିଲେ ଯେ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ସାଇବର ଅପରାଧୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO

ନିଜ କଷ୍ଟଉପାର୍ଜିତ ଟଙ୍କା ହରାଇବା ପରେ ଏବେ କମିଶନରେଟ୍‌ ପୋଲିସର ସାଇବର୍‌ ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି ଦେବାଶିଷ । ଏ ନେଇ ତଦନ୍ତ ଜାରି ରଖିଛି ସାଇବର ସେଲ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩୦ ବର୍ଷର ହେଲେ ପୁନମ୍ ପାଣ୍ଡେ, ସେହି ଅଭିନେତ୍ରୀ ଯିଏ ଟିମ୍ ଇଣ୍ଡିଆର ବିଜୟ ବିଷୟରେ କହିଥିଲେ

‘‘ଏହି ଅଭିଜ୍ଞତା ପରେ ମୁଁ ସମସ୍ତଙ୍କୁ କହିବି ଯେ ଅନଲାଇନ୍‌ ଟ୍ରାଞ୍ଜେକ୍ସନ୍‌ କରିବା ବେଳେ ସବୁ କଥାକୁ ଭଲ କରି ଯାଞ୍ଚ କରିବା ପରେ ଯାଇ ଆଗକୁ ବଢ଼ିବା ଉଚିତ । ନହେଲେ ମୋ’ ପରି ବଡ଼ ଠକାମିରେ ପଡ଼ିବା ସାର ହେବ,’’ କହିଛନ୍ତି ଦେବାଶିଷ ।



ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌ ପାଖକୁ ସାଇବର୍‌ ଅପରାଧର ଅନେକ ମାମଲା ନିୟମିତ ଆସିଚାଲିଛି । ପୋଲିସର କହିବା କଥା ଯେ ଏମିତି ଘଟଣା ଘଟିବାର ସୂଚନା ପାଇବା ମାତ୍ରେ କାଳ କ୍ଷେପଣ ନ କରି ପୀଡ଼ିତ ଲୋକେ ପୋଲିସ ନିକଟରେ ଅବିଯୋଗ କରିବା ଉଚିତ, କାରଣ ଡେରି ହେଲେ ସାଇବର୍‌ ଅପରାଧୀକୁ ଠାବ କରିବା ଓ ଟଙ୍କା ଫେରି ପାଇବା କଷ୍ଟକର ହୋଇଥାଏ ।
Published by: Anand Shankar Thankur Das
First published: March 15, 2021, 6:00 PM IST