ସରକାରୀ ଅଫିସରଙ୍କ ଟେବୁଲରେ ୧ ଲକ୍ଷ ଟଙ୍କା ରଖି ଫେରାର୍ ହେଲା ‘‘ଅଜଣା ବ୍ୟକ୍ତି’’; ତଦନ୍ତ ଜାରି

ଓଡିଶା ରାଜ୍ୟ ବିହନ ନିଗମର ଏମ୍.ଡି. ଜ୍ୟୋତି ରଞ୍ଜନ ମିଶ୍ରଙ୍କ ସହ ସାକ୍ଷାତ ବେଳେ ନିଜ ପରିଚୟ ଦେବା ପୂର୍ବରୁ ତାଙ୍କ ହାତକୁ ସେହି ବ୍ୟକ୍ତି ଏକ ଖାମ୍ ବଢ଼ାଇ ଦେଇଥିଲେ l ମିଶ୍ର ଖାମଟିକୁ ଖୋଲି ଦେଖିଲେ ସେଥିରେ ବିଡ଼ା ବିଡ଼ା ଟଙ୍କା ଥିଲା ।

ସରକାରୀ ଅଫିସରଙ୍କ ଟେବୁଲରେ ୧ ଲକ୍ଷ ଟଙ୍କା ରଖି ଫେରାର୍ ହେଲା ‘‘ଅଜଣା ବ୍ୟକ୍ତି’’; ତଦନ୍ତ ଜାରି
ଜ୍ୟୋତି ରଞ୍ଜନ ମିଶ୍ର ଓଡିଶା ରାଜ୍ୟ ବିହନ ନିଗମରେ ଗତ ଦୁଇ ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ (ଏମ୍‌.ଡି.) ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ ସାକ୍ଷାତ କରିବାକୁ ଆସି ଜଣେ ‘‘ଅଜଣା ବ୍ୟକ୍ତି’’ ତାଙ୍କ ଟେବୁଲ ଉପରେ ୧ ଲକ୍ଷ ଟଙ୍କା ରଖି ଫେରାର ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚl ଜୋର ଧରିଛି l ମାମଲା ପହଞ୍ଚିଛି ଥାନାରେ l ଟଙ୍କା ଜବତ କରି ଲିଙ୍ଗରାଜ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

ଓଡିଶା ରାଜ୍ୟ ବିହନ ନିଗମରେ ଗତ ଦୁଇ ବର୍ଷ ହେଲା କାର୍ଯ୍ୟରତ ଜ୍ୟୋତି ରଞ୍ଜନ ମିଶ୍ର ବରିଷ୍ଠ ଓ ଦକ୍ଷ ଓ.ଏ.ଏସ୍‌. ଅଫିସର ଭାବେ ଜଣାଶୁଣା l ମଙ୍ଗଳବାର ଦିନ ଗୋଟାଏ ବେଳେ ସେ ସାମନ୍ତରାପୁରସ୍ଥିତ ନିଜ କାର୍ଯ୍ୟାଳୟରେ ଥିଲେ l ଏତିକି ବେଳେ ଜଣେ ବ୍ୟକ୍ତି ତାଙ୍କୁ ଅଫିସରେ ସାକ୍ଷାତ କରିଥିଲେ l ସାକ୍ଷାତ ବେଳେ ନିଜ ପରିଚୟ ଦେବା ପୂର୍ବରୁ ସେ ଏକ ଖାମ୍‌ ମିଶ୍ରଙ୍କ ହାତକୁ ବଢ଼ାଇ ଦେଇଥିଲେ l ମିଶ୍ରଙ୍କ କହିବା ଅନୁସାରେ ଖାମଟିକୁ ଖୋଲିଲା ବେଳକୁ ସେଥିରେ ବିଡ଼ା ବିଡ଼ା ଟଙ୍କା ଦେଖି ଜ୍ୟୋତି ସଙ୍ଗେ ସଙ୍ଗେ ଟଙ୍କା ଭର୍ତ୍ତି ଖାମଟିକୁ ତଳକୁ ଫୋପାଡ଼ି ସେହି ବ୍ୟକ୍ତିଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ l ହେଲେ ବ୍ୟକ୍ତି ଜଣକ ଫେରାର ହେବାରେ ସକ୍ଷମ ହୋଇଥିଲେ l

‘‘ସେହି ବ୍ୟକ୍ତି ଜଣକ ସରକାରଙ୍କ ପାଖରୁ ଆସିଛନ୍ତି ଓ ସାରଙ୍କ ସହ ଏକ ଜରୁରୀ କଥା ଅଛି କହି ତାଙ୍କ ଚାମ୍ବରକୁ ଯାଇଥିଲେ l ପ୍ରାୟ ୪୦ରୁ ୫୦ ସେକେଣ୍ଡ ପରେ ସେ ଦୌଡ଼ି ଦୌଡ଼ି ବାହାରକୁ ଆସିଥିଲେ l ତାଙ୍କୁ ଧରିବାକୁ ବହୁତ ଚେଷ୍ଟା କଲୁ, ହେଲେ ସେ ଫେରାର ହୋଇଗଲେ,’’ କହିଛନ୍ତି ଓଡ଼ିଶା ବିହନ ନିଗମର ପି.ଏସ.ଆଇ. ମନୋରଞ୍ଜନ ପରିଡ଼ା ।

ଜୁନ ୪ରେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ବାଲିଅନ୍ତା  ତହସିଲଦାର ଓ.ଏ.ଏସ. ଅଧିକାରୀ ରଶ୍ମିରେଖା ପ୍ରଧାନ l


ଏବେ ପ୍ରଶ୍ନ ଉଠୁଛି କିଏ ସେ ଅପରିଚିତ ବ୍ୟକ୍ତି? କାହିଁକି ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କା ଦେଇଥିଲେ? ଟଙ୍କା ଦେବା ପରେ କାହିଁକି ସେ ଫେରାର ହୋଇଗଲେ? ଲାଞ୍ଚ ଆକାରରେ ଟଙ୍କା ଦେବାକୁ ବ୍ୟକ୍ତି ଜଣକ ଆସିଥିଲେ କି?

‘‘ମୁଁ ସେହି ବ୍ୟକ୍ତିଙ୍କୁ ଜାଣି ନାହିଁ l ମୁଁ କାହାକୁ ଟଙ୍କା ମାଗି ନାହିଁ l ଏହା ପଛରେ ମୋତେ କେହି ଫସାଇବାକୁ ଷଡ଼ଯନ୍ତ୍ର କରୁଥିବା ଲାଗୁଛି,’’ କହିଛନ୍ତି ମିଶ୍ର ।

ଲିଙ୍ଗରାଜ ଥାନା ପୋଲିସ କହିଛି କିଏ ଏବଂ କାହିଁକି ଟଙ୍କା ନେଇ ମିଶ୍ରଙ୍କ ପାଖକୁ ଯାଇଥିଲେ ତାହା ଉପରେ ତଦନ୍ତ ଜାରି ରଖିଛି l ଜବତ ଟଙ୍କାକୁ ଟ୍ରେଜେରିରେ ଡିପୋଜିଟ କରାଯିବ l ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି ।

ସନ୍ଦେହ କରାଯାଉଛି ଯେ ମିଶ୍ରଙ୍କୁ ଫସାଇବାକୁ ଏହା ଏକ ଷଡ଼ଯନ୍ତ୍ର ଥିଲା l ଯଦି ମିଶ୍ରଙ୍କ ନାଁରେ ଭିଜିଲାନ୍ସରେ କେସ୍‌ ହୋଇଥାନ୍ତା ତେବେ ଭିଜିଲାନ୍ସ ଟିମ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା l ଘଟଣା ପରେ ମିଶ୍ର ବିଚଳିତ ହୋଇ ପଡ଼ିଛନ୍ତି l ବିଭାଗରେ କେହି ତାଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ସେ ସନ୍ଦେହ କରୁଛନ୍ତି ।

ଜୁନ ୪ରେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ବାଲିଅନ୍ତା  ତହସିଲଦାର ଓ.ଏ.ଏସ. ଅଧିକାରୀ ରଶ୍ମିରେଖା ପ୍ରଧାନ l
First published: July 1, 2020, 7:43 PM IST
corona virus btn
corona virus btn
Loading