News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଏକ ଏ.ଟି.ଏମ୍.ରୁ ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ବାପ-ପୁଅ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ନୟାପଲ୍ଲୀ ଥାନା ଅଧୀନ ୟୁନିଟ-୮ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶିରିପୁର ଏ.ଟି.ଏମ୍. ଶାଖାରେ ଏହି ବାପା-ପୁଅ ଗ୍ୟାଙ୍ଗ୍ ସୋମବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ କରିଥିଲେ ।
ବାପ ଓ ନାବାଳକ ପୁଅ ଲୁଟ୍ ଉଦ୍ୟମ କରୁଥିବା ବେଳେ ସି.ସି.ଟି.ଭି. ଇ-ସର୍ଭିଲାନ୍ସ ଜରିଆରେ ଏ.ଟି.ଏମ୍.ର ସିକ୍ୟୁରିଟି ଏଜେନ୍ସି ଏହା ଜାଣି ପାରିଥିଲା । ଏ ନେଇ ସେମାନେ ବ୍ୟାଙ୍କର ମ୍ୟାନେଜରଙ୍କୁ ଜଣାଇବା ପରେ ସ୍ଥାନୀୟ ଲୋକଙ୍କ ଜରିଆରେ ବାପ ଓ ପୁଅକୁ କାବୁ କରି ନୟାପଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଏହି ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ଏହି ପେନ୍ ସନ୍ ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨ , ୦୦୦ ଟଙ୍କା ପେନ୍ ସନ୍ ; ଜାଣନ୍ତୁ ସବୁ କିଛି
ଗିରଫ ହୋଇଥିବା ଅଭିଯୁକ୍ତ କନ୍ଧମାଳ ଜିଲ୍ଳାର ପ୍ରମୋଦ ଦିଗଲ ଓ ତାଙ୍କ ୧୬-ବର୍ଷୀୟ ପୁଅ । ବାପ ଓ ପୁଅ ନୟାପଲ୍ଲୀରେ ଭଡ଼ାରେ ରହନ୍ତି । ଉଭୟଙ୍କଠାରୁ ଏହି ଅପରାଧରେ ବ୍ୟବହୃତ ଗ୍ୟାସ କଟର୍ ଓ ପାଇପ୍ ଆଦି ଜବତ କରିଛି ପୋଲିସ । ବାପା ଓ ପୁଅଙ୍କ ଲୁଟ୍ ଅପରେସନର ଉପାୟ ଦେଖିଲେ ଏମାନେ ପେଶାଦାର ବୋଲି ଜଣା ପଡୁଛି ବୋଲି କହିଛି ପୋଲିସ । ତେଣୁ ସେମାନଙ୍କ ପୁରୁଣା କ୍ରାଇମ୍ ରେକର୍ଡ଼ର ଯାଞ୍ଚ ଆରମ୍ଭ ହୋଇଛି ବୋଲି ନୟାପଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ।
ଲୁଟ୍ ଉଦ୍ୟମ ବେଳେ ବାପ ଓ ପୁଅ ହେଲମେଟ୍ ପିନ୍ଧିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ ହେ ଭଗବାନ ! କାହିଁକି ମୋ ’ ବାହାଘର କରେଇଲ … ମୋ ’ ସ୍ୱାମୀ ଖୁବ୍ ଖରାପ …’’ ଭାଇରାଲ୍ ଭିଡିଓରେ ମହିଳା
“ସୋମବାର ରାତି ୧୨ଟା ୨୫ମିନିଟ ସମୟରେ ବମ୍ବେ ଅଫିସରୁ ଏ.ଟି.ଏମ୍.ରୁ ଲୁଟ ହେଉଥିବା ନେଇ ଖବର ଆସିଥିଲା । ସଙ୍ଗେ ସଙ୍ଗେ ଆମେ ନୟାପଲ୍ଲୀ ପୋଲିସ ଓ ସ୍ଥାନୀୟ କିଛି ଲୋକଙ୍କୁ ଖବର ଦେଇଥିଲୁ । ବୋଲିସ ପହଞ୍ଚିବା ପୂର୍ବରୁ କିଛି ଯୁବକ ଏହି ଦୁଇ ଲୁଟେରାଙ୍କୁ କାବୁ କରିଥିଲେ । ପରେ ଆମେ ଆସି ପୋଲିସକୁ ଲୁଟେରାଙ୍କ ଜିମା ଦେଇଥିଲୁ । ଏ.ଟି.ଏମ୍.ରେ ୧୦ଲକ୍ଷରୁ ଅଧିକ ଟଙ୍କା ଥିଲା,” କହିଛନ୍ତି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଶିରିପୁର ବ୍ରାଞ୍ଚ୍ ମ୍ୟାନେଜର ଦୀପକ ସାହୁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡି଼ବା ପରେ ଧୋନି ଓ ଶାସ୍ତ୍ରୀଙ୍କ ନାଁ ନେଲେ ; କ ’ ଣ କହିଲେ ଜାଣନ୍ତୁ
ପ୍ରମୋଦ ଓ ତାଙ୍କ ପୁଅ ପ୍ରଥମେ ହେଲମେଟ୍ ପିନ୍ଧି ଏ.ଟି.ଏମ୍. ଭିତରକୁ ପଶିଥିଲେ । ପ୍ରଥମେ ଟଙ୍କା ଅଛି କି ନାହିଁ ଯାଞ୍ଚ କରିବା ପରେ ଗ୍ୟାସ୍ କଟର୍ ସାହାଯ୍ୟରେ ଏ.ଟି.ଏମ୍. ମେସିନକୁ କାଟିବାକୁ ଉଦ୍ୟମ କରିଥିଲେ । ଆଖପାଖ ଲୋକଙ୍କ ସନ୍ଦେହରୁ ବର୍ତ୍ତିବା ପାଇଁ ଏ.ଟି.ଏମ୍. ସଟରକୁ ବନ୍ଦ କରିଦେଇଥିଲେ । ଏହାର ସମ୍ପୂର୍ଣ୍ଣ ଚିତ୍ର ଏ.ଟି.ଏମ୍.ରେ ଲାଗିଥିବା ସି.ସି.ଟି.ଭି. କ୍ୟାମେରାରେ କଏଦ ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି ; ଆପଣ ବି ଦେଖନ୍ତୁ
“ଆମେ ସି.ସି.ଟି.ଭି. ଫୁଟେଜକୁ ଯାଞ୍ଚ କରୁଛୁ । ଏମାନଙ୍କ ଲୁଟର ପଦ୍ଧତି ଦେଖିଲେ ଲାଗୁଛି ଏମାନେ ପେଷାଦାର ଅପରାଧି । କାରଣ ଲୁଟର ସବୁ ଜିନିଷ ଏମାନଙ୍କ ପାଖରୁ ଆମେ ଜବତ କରିଛୁ । ଫେରାର୍ ଥିବା ଅଭିଯୁକ୍ତକୁ ଧରିବା ପାଇଁ ଆମେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛୁ । ଅଭିଯୁକ୍ତର ପୂର୍ବ କ୍ରାଇମ୍ ରେକର୍ଡ଼ ନେଇ ଜିଲ୍ଲା ପୋଲିସ ସହ ଆମେ ଯୋଗାଯୋଗ କରିଛୁ । ଏମାନେ ପୂର୍ବରୁ କେଉଁ ଏ.ଟି.ଏମ୍.ରୁ ଲୁଟପାଟ୍ କରିଛନ୍ତି କି ନାହିଁ ସେ ନେଇ ମଧ୍ୟ ଆମ ତଦନ୍ତ ଚାଲିଛି,’’ କହିଛନ୍ତି ଭୁବନେଶ୍ୱର ଅତିରିକ୍ତ ଡି.ସି.ପି. ପ୍ରକାଶ ଚନ୍ଦ୍ର ପାଲ ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ ; Election Laws Amendment Bill ପାସ୍ ହେଲା
୨୦୨୧ରେ ଭୁବନେଶ୍ୱର ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ତିନୋଟି ଏ.ଟି.ଏମ୍.ରେ ଲୁଟ୍ ଉଦ୍ୟମ କରିଥିଲେ ଲୁଟେରାମାନେ । ସେଥିରୁ ପଟିଆ ଏ.ଟି.ଏମ୍.ରୁ ଲୁଟେରାମାନେ ୨୭ଲକ୍ଷ ଟଙ୍କା ଲୁଟି ନେଇଥିଲେ ଓ ଅନ୍ୟ ଦୁଇଟି ଲୁଟରେ ବିଫଳ ହୋଇଥିଲେ । ଏ ସବୁ ଘଟଣା ପରେ ଏ.ଟି.ଏମ୍.ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ଏ.ଟି.ଏମ୍.ଗୁଡିକର ସୁରକ୍ଷା ପାଇଁ ବାରମ୍ବାର ବ୍ୟାଙ୍କମାନଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆୟିବା ପରେ ବି ସେମାନଙ୍କ ଚେତା ପଶୁ ନ ଥିବା ଦେଖିବାକୁ ମିଳିଛି ।
Published by: Anand S.T. Das
First published: January 18, 2022, 22:50 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।