News18 Odia Digital
ସୁନ୍ଦରଗଡ଼: ଯେଉଁ ନାରୀ ସହ ସେ ପାଖାପାଖି ୩୦ ବର୍ଷ ଜୀବନ ବିତାଇଲା, ଶେଷରେ ତାକୁ ହିଁ ହତ୍ୟା କଲା । ଚାରି ଦିନ ତଳେ ସମସ୍ତଙ୍କ ଅଜାଣତରେ ତାକୁ ହତ୍ୟା କରିବା ପରେ ନିଜ ଘର ପଛ ପଟ ବାଡ଼ିରେ ଗାତ ଖୋଳି ତା’ ମୃତ ଦେହକୁ ପୋତିଦେଇଥିଲା ପିଶାଚ ପତି, ଆଉ ଭାବିଥିଲା ଯେ ତା’ର ଏହି ଜଘନ୍ୟ ଅପରାଧ ସବୁ ଦିନ ପାଇଁ ଅଜଣା ରହିଯିବ । ହେଲେ ତାହା ହେଲା ନାହିଁ ।
ଏହି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗା ପୋଷ୍ଟ ଅଫିସ ନିକଟ ଅଞ୍ଚଳରେ । ଜଣେ ବ୍ୟକ୍ତିଙ୍କ ଘର ବାଡ଼ି ପଟେ ମାଟି ତଳୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯିବା ପରେ ଜଣା ପଡ଼ିଛି ଯେ ତାକୁ ତା’ ୩୦ ବର୍ଷର ସ୍ୱାମୀ ହିଁ ହତ୍ୟା କରି ସେଇଠି ପୋତି ଦେଇଥିଲା ।
ଏହା ବି ପଢ଼ନ୍ତୁ | ‘MLA କିଣିନେଲେ ଶେଷ ହୋଇଯିବନି ତୃଣମୂଳ କଂଗ୍ରେସ’: BJP ଉପରେ ମମତାଙ୍କ ଆକ୍ରମଣମୃତା ଶକୁନ୍ତଳା ନାୟକଙ୍କ ଗଳିତ ଶରୀରକୁ ଗ୍ରାମବାସୀ ଓ ପୋଲିସ ମିଶି ତାଙ୍କ ହତ୍ୟାର ଚାରି ଦିନ ପରେ ଉଦ୍ଧାର କରିଛନ୍ତି । ତାଙ୍କ ସ୍ୱାମୀ ଖଏରୁ ନାୟକଙ୍କୁ ଏହି ହତ୍ୟା ପାଇଁ ଗିରଫ କରାଯାଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ ସେମାନଙ୍କ ସାମନାରେ ଓ ପୋଲିସ ଆଗରେ ଖଏରୁ ଏହି ଜଘନ୍ୟ କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ।

ଗିରଫ ହେବା ପରେ ଅଭିଯୁକ୍ତ ଖଏରୁ ନାୟକ
‘‘ଗତ ତିନି ଦିନ ହେବ ପଡ଼ୋଶୀମାନେ ଶକୁନ୍ତଳାଙ୍କୁ ଖଏରୁଙ୍କ ଘରେ ନ ଦେଖିବାରୁ ସନ୍ଦେହ ବ୍ୟକ୍ତ କରିଥିଲେ । ଖଏରୁକୁ ପଚାରିବାରୁ ସେ ସେମାନଙ୍କୁ କହିଥିଲା ଯେ ଶକୁନ୍ତଳା ଦୂର ଗାଁର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଛି । ହେଲେ ସେ ଅସଲ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଗ୍ରାମବାସୀମାନେ ଜାଣି ପାରିଥିଲେ,’’ କହିଛନ୍ତି ଏହି ଘଟଣାର ତଦନ୍ତରେ ନିୟୋଜିତ ଜଣେ ପୋଲିସ ଅଧିକାରୀ ।
ଏହା ବି ଦେଖନ୍ତୁ | ବିକିନି ଜାଗାରେ କେବଳ ଫୁଲ… ଇଣ୍ଟରନେଟରେ ହଙ୍ଗାମା ମଚେଇଥିବା ଅଭିନେତ୍ରୀମାନଙ୍କର କେତେକ ଫଟୋମଙ୍ଗଳବାର ଦିନ ପୋତା ଶବର ଗନ୍ଧ ବାହାରକୁ ଆସିବାରୁ ଲୋକେ ସନ୍ଦେହ କରି ତଳସରା ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ମାଟି ତଳୁ ଶବ ବାହାର କରିବା ପ୍ରକ୍ରିୟା ଆରମ୍ଭ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ମହିଳା ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି । ଏ ନେଇ ପୋଲିସର ତଦନ୍ତ ଆଗକୁ ବଢ଼ୁଛି ।
ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ ଖଏରୁର ଶକୁନ୍ତଳାଙ୍କ ସହ ବିଧିବଦ୍ଧ ଉପାୟରେ ବିବାହ ହୋଇ ନ ଥିଲା । ଉଭୟେ ଦୀର୍ଘ ପାଖାପାଖି ୩୦ ବର୍ଷ ହେବ ପତି-ପତ୍ନୀ ରୂପେ ଏକ ଲିଭ୍-ଇନ୍ ସମ୍ପର୍କରେ ରହିଆସୁଥିଲେ । ଶକୁନ୍ତଳା ନିଜ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ଖଏରୁ ସହ ରହିଆସୁଥିଲା ।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେନିକଟରେ ଖଏରୁର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଗଢ଼ି ଉଠିଥିବା କଥା କେତେକ ଗ୍ରାମବାସୀ ପୋଲିସକୁ କହିଛନ୍ତି । ସେମାନଙ୍କ ଅନୁସାରେ ସେହି ମହିଳାଙ୍କ ସହ ସମ୍ପର୍କ ଆରମ୍ଭ ହେବା ଦିନରୁ ଖଏରୁ ଶକୁନ୍ତଳା ଆଡ଼େ ଧ୍ୟାନ ଦେଉ ନ ଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହି ହେଉଥିଲା । ସେଥି ପାଇଁ ଖଏରୁ ଶକୁନ୍ତଳାକୁ ହତ୍ୟା କରିଥିବା ଗ୍ରାମବାସୀମାନେ କହିଛନ୍ତି ।
ସେହି ଅନ୍ୟ ମହିଳା ଏହି ହତ୍ୟାରେ ସାମିଲ ଥିବା ସନ୍ଦେହ କରାଯାଉଛି । ପୋଲିସ ସେହି ମହିଳାଙ୍କ ସହ ପଚରାଉଚରା କରିବ ବୋଲି ଜଣାପଡ଼ିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।