ବଲାଙ୍ଗିର: ନିଜ କକା ଓ ଖୁଡ଼ୀଙ୍କୁ ହାଣି ହତ୍ୟା କରିବା ପରେ ମୃତ ଦେହକୁ କୂଅରେ ପକେଇଲା ଯୁବକ

ପୁତୁରା ଓ କକାଙ୍କ ଲଢେଇକୁ ଛଡ଼ାଇବାକୁ ଯାଇଥିବା ଖୁଡ଼ୀଙ୍କୁ ବି ସେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଅଭିଯୁକ୍ତ । କକା ଓ ଖୁଡ଼ୀ ରକ୍ତାକ୍ତ ହୋଇ ଭୂଇଁରେ ଲୋଟିପଡ଼ିବା ପରେ ତାଙ୍କୁ ଟାଣି ଟାଣି ନେଇ ଏକ କୂଅରେ ଫୋପାଡି ଦେଇଥିଲା ସେ ।

ବଲାଙ୍ଗିର: ନିଜ କକା ଓ ଖୁଡ଼ୀଙ୍କୁ ହାଣି ହତ୍ୟା କରିବା ପରେ ମୃତ ଦେହକୁ କୂଅରେ ପକେଇଲା ଯୁବକ
ହତ୍ୟାକାଣ୍ଡ ଘଟିଥିବା ସ୍ଥାନର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବଲାଙ୍ଗିର: ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ କୁଟ୍ରାବେଡା ଗାଁରେ ଜଣେ ଯୁବକ ପାରିବାରିକ ଜମା ଜମା ବିବାଦକୁ ନେଇ ଗଣ୍ଡଗୋଳ ହେବା ପରେ ନିଜ କକା ଓ ଖୁଡ଼ୀଙ୍କୁ ହାଣି ହତ୍ୟା କରିଛି । ପୋଲିସ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଏହି ହତ୍ୟାକାଣ୍ଡରେ ଆହୁରି ତିନି ଜଣ ସମ୍ପୃକ୍ତ ଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପୋଲିସକୁ ପ୍ରତ୍ୟକ୍ଷଦର୍ଶୀମାନେ ଦେଇଥିବା ବୟାନ ଅନୁସାରେ କୁଟ୍ରାବେଡା ଗାଁରେ ସବୁ ଦିନ ପରି ଗାଁ ଦାଣ୍ଡରେ ଗତ କାଲି ସନ୍ଧ୍ୟାରେ ତ୍ରିଲୋଚନ ନାଗ ନିଜ ସାଙ୍ଗସାଥୀଙ୍କ ସହ ମିଶି ତାସ୍ ଖେଳୁଥିଲେ । ଏତିକି ବେଳେ ତାଙ୍କ ପୁତୁରା କୁଶଧ୍ବଜ ଆସି ପୂର୍ବ ଜମି ବିବାଦକୁ ନେଇ ଗଣ୍ଡଗୋଳ ଆରମ୍ଭ କରିଥିଲା । ଏଥିରେ ତ୍ରିଲୋଚନ ତାସ୍ ଖେଳ ଛାଡି ନିଜ ଘରକୁ ପଳାଇ ଆସିଥିଲେ । ଏତିକି ବେଳେ ପୂର୍ବ ଯୋଜନା ଅନୁଯାୟୀ କୁଶଧ୍ୱଜ ନିଜ କକା ତ୍ରିଲୋଚନଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ ।

ପୁତୁରା ଓ କକାଙ୍କ ଲଢେଇକୁ ଛଡ଼ାଇବାକୁ ଯାଇଥିବା ଖୁଡ଼ୀ ସୀମା ନାଗଙ୍କୁ ବି ସେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା କୁଶଧ୍ୱଜ । ତ୍ରିଲୋଚନ ଓ ସୀମା ପୁତୁରାର ଆକ୍ରମଣରେ ରକ୍ତାକ୍ତ ହୋଇ ଭୂଇଁରେ ଲୋଟିପଡ଼ିବା ପରେ ସେମାନଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ ଏକ କୂଅରେ ଫୋପାଡି ଦେଇଥିଲା କୁଶଧ୍ୱଜ । ଉଭୟଙ୍କର କୂଅ ଭିତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମୃତକଙ୍କ ଝିଅ ଗୋମତୀ ନାଗ ଓ ପରିବାରର ପିଲାମାନେ


‘‘କୁଶ ଓ ଅନ୍ୟମାନେ ମୋ’ ବାପା ଓ ମାଆଙ୍କ ସହ ଜମି ବିଷୟରେ ସବୁ ବେଳେ ଝଗଡ଼ା କରୁଥିଲେ ଓ ତାଙ୍କୁ ମାରିଦେବେ ବୋଲି ଧମକ ଦେଉଥିଲେ । ଆଜି ଶେଷରେ ସତରେ ମାରିଦେଲେ । ମୋ’ ବାପା ତାସ୍‌ ଖେଳୁଥିବା ବେଳେ କୁଶ ଆସି ତାଙ୍କ ସହ ଝଗଡ଼ା କଲା ଓ ତାଙ୍କ ଉପରେ ଆକ୍ରମଣ କଲା । ମୋ’ ମାଆ ତାଙ୍କୁ ବଞ୍ଚେଇବାକୁ ଯାଇ ରକ୍ତାକ୍ତ ହୋଇଗଲେ । ସେମାନଙ୍କୁ ମାରି କୁଶ ତାଙ୍କୁ ଟାଣି ଟାଣି ନେଇ କୂଅ ଭିତରେ ପକେଇ ଦେଲା,’’ କାନ୍ଦି କାନ୍ଦି କହିଛନ୍ତି ମୃତକଙ୍କ ଝିଅ ଗୋମତୀ ନାଗ । ଏହି ହତ୍ୟାକାଣ୍ଡରେ ଆହୁରି ତିନିରୁ ଚାରି ଜଣ ଥିବା ଅଭିଯୋଗ କରିଛନ୍ତି ଗୋମତୀ । ଗ୍ରାମବାସୀ ରାଧେଶ୍ୟାମ କେତକୀ କହିଛନ୍ତି ଯେ ମୃତକ ଓ ତାଙ୍କ ଭାଇଙ୍କ ପରିବାର ମଧ୍ୟରେ ଏକ ରାସ୍ତାର ଜମିକୁ ନେଇ ବହୁ ଦିନ ଧରି କଳି ଝଗଡ଼ା ଲାଗି ରହିଥିଲା ।

ଖବର ପାଇ ଆଜି ସକାଳୁ ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୁଶ ନାଗକୁ ଅଟକ ରଖି ପଚରାଉଚୁରା କରିଛି । ପୋଲିସ ପହଞ୍ଚିବା ପରେ ଦମକଳ ବାହିନୀଙ୍କ ସହାୟତାରେ କୂଅରୁ ଦୁଇ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଜମିଜମା ବିବାଦରୁ ଏଭଳି ତୁମୁଳୁକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତ ବେଳେ ଜଣା ପଡ଼ିଛି । ପୂର୍ବରୁ ମଧ୍ୟ କୁଶଧ୍ବଜ ନାଗ ଜମିଜମା ବିବାଦକୁ ନେଇ ଗିରଫ ହୋଇ ଜେଲ୍ ଯାଇସାରିଛନ୍ତି । କୁଶଧ୍ବଜଙ୍କ ଘରକୁ ଲାଗିକରି ଥିବା ଜମିରେ ରାସ୍ତା ଖଣ୍ଡିଏ ପାଇଁ ଏ ଭଳି ବର୍ବର କାଣ୍ଡ ଘଟିଛି ।

ହତ୍ୟା ରେ ବ୍ୟବହାର ହୋଇଥିବା ଧାରୁଆ ବିନ୍ଧାଣୀଟି ଅଭିଯୁକ୍ତ କୂଅ ଭିତରେ ଫିଙ୍ଗି ଦେଇଥିବାରୁ ପୋଲିସ କୂଅ ପାଣିକୁ ଶୁଖାଇ ଅସ୍ତ୍ରଟି କୁ ଜବତ କରିବ ବୋଲି କଣ୍ଟାବାଞ୍ଜି ଏସ୍.ଡି.ପି.ଓ. ସରୋଜ କୁମାର ମହାପାତ୍ର କହିଛନ୍ତି ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 6, 2020, 9:30 PM IST
corona virus btn
corona virus btn
Loading