ଅନୁଗୁଳ: ଗର୍ଭବତୀ ଭାଉଜକୁ ହାତୁଡ଼ିରେ ପିଟି ହତ୍ୟା କଲା ଯୁବକ, ଥାନାରେ ପହଞ୍ଚି ଆତ୍ମସମର୍ପଣ କଲା

ସୁବାସ ଭୋଇ ପୋଲିସକୁ ଦେଇଥିବା ବୟାନ ଅନୁସାରେ ଘରେ କେହି ନ ଥିବା ବେଳେ ତା’ର ଭାଉଜ ସହ ସାମାନ୍ୟ ବଚସା ହେବାରୁ ସେ ଏକ ଲୁହା ହାତୁଡି଼ରେ ତା’ ମୁଣ୍ଡକୁ ପିଟି ଦେଇଥିଲା ଓ ବାହାର ପଟୁ କବାଟ ବନ୍ଦ କରି ସିଧା ଥାନାକୁ ଆସିଥିଲା ।

ଅନୁଗୁଳ: ଗର୍ଭବତୀ ଭାଉଜକୁ ହାତୁଡ଼ିରେ ପିଟି ହତ୍ୟା କଲା ଯୁବକ, ଥାନାରେ ପହଞ୍ଚି ଆତ୍ମସମର୍ପଣ କଲା
ପୋଲିସ ଅଭିଯୁକ୍ତ ସୁବାସ ଭୋଇକୁ ଗିରଫ କରିଛି ।
  • News18 Odia
  • Last Updated: February 4, 2021, 11:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅନୁଗୁଳ: ଜଣେ ଯୁବକ ନିଜ ଆଠ ମାସର ଗର୍ଭବତୀ ଭାଉଜକୁ ହାତୁଡି଼ରେ ପିଟି ହତ୍ୟା କରିଛି । ତା’ ପରେ ସେ ନିଜେ ଥାନାରେ ପହଞ୍ଚି ଅପରାଧ ସ୍ୱୀକାରକ କରିବା ସହ ଆତ୍ମସମର୍ପଣ କରିଛି । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗାଁରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

୨୫ ବର୍ଷୀୟ ଯୁବକ ସୁବାସ ଭୋଇ ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଅନୁଗୁଳ ଟାଉନ ଥାନାରେ ପହଞ୍ଚି ସେ ନିଜେ ନିଜେ ଭାଉଜକୁ ହତ୍ୟା କରିଥିବା କହିଥିଲା । ତା’ ଠାରୁ ସବୁ କିଛି ଶୁଣିବା ପରେ ପୋଲିସ ରାତିରେ ଘଟଣା ସ୍ଥଳରେ ପହଞ୍ଚି ଥିଲା । କୋଠରୀର ବାହାରୁ କବାଟ ବନ୍ଦ ଥିଲା । ଭିତରେ ଖଟ ଉପରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଡିଥିଲା । ମୃତା ମହିଳା ୨୨ ବର୍ଷୀୟା ସଙ୍ଗୀତା ଭୋଇ ଓ ଅଭିଯୁକ୍ତ ସୁବାସର ଭାଉଜ ବୋଲି ନିଶ୍ଚିତ ହୋଇଥିଲା ପୋଲିସ । ତା’ ପର ଦିନ ତଦନ୍ତ ଆରମ୍ଭ ହୋଇଥିଲା ।

ଏହା ବି ପଢ଼ନ୍ତୁ | Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଡିଜେଲ୍‌; ମଦ ବି ମହଙ୍ଗା ହେବ

ଫରେନସିକ୍‌ ଟିମ୍‌ ଆସି ହତ୍ୟା ସ୍ଥଳକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ପୋଲିସ ହତ୍ୟାରେ ବ୍ୟବହାର ହୋଇଥିବା ଲୁହା ହାତୁଡି଼ଟି ବି ଜବତ କରିଥିଲା । ଅପରାହ୍ଣରେ ଶବକୁ ବ୍ୟବଛେଦ ପାଇଁ ପଠାଇଥିଲା ପୋଲିସ । ତେବେ ସୁବାସ କାହିଁକି ନିଜ ଭାଉଜକୁ ହତ୍ୟା କଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ ।

ସୁବାସ ପୋଲିସକୁ ଦେଇଥିବା ବୟାନ ଅନୁସାରେ ଘରେ କେହି ନ ଥିବା ବେଳେ ତା’ର ଭାଉଜ ସହ ସାମାନ୍ୟ ବଚସା ହେବାରୁ ସେ ଲୁହା ହାତୁଡି଼ରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା ଓ ବାହାର ପଟୁ କବାଟ ବନ୍ଦ କରି ସିଧା ଥାନାକୁ ଆସିଥିଲା । ମୃତା ସଙ୍ଗୀତାର ଘର ନାଲକୋ ଥାନା ଅନ୍ତର୍ଗତ ବେନ୍ତପୁର ଗାଁରେ । ତା’ ବିବାହ ୨୦୨୦ ଜୁନ୍‌ ମାସରେ ନୀଳ ଭୋଇଙ୍କ ସହ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲା

ସଙ୍ଗୀତାଙ୍କ ଶାଶୁ ଘର ପରିବାରରେ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଦିଅର ରହନ୍ତି । ସକାଳ ହେଲେ ଶାଶୁ ଓ ଶ୍ୱଶୁର ଛେଳି ଚରାଇବାକୁ ଯାଆନ୍ତି । ସନ୍ଧ୍ୟା ହେଲେ ଘରକୁ ଫେରନ୍ତି । ଦିନମଜୁରିଆ ସ୍ୱାମୀ ବି କାମ କରିବାକୁ ବାହାରକୁ ଯାଆନ୍ତି । ଘରେ କେହି ନ ଥିବା ବେଳେ ଅଭିଯୁକ୍ତ ସୁବାସର ସେ ଦିନ ସକାଳୁ ସଙ୍ଗୀତା ସହ କୌଣସି କଥାକୁ ନେଇ ଭୀଷଣ ବଚସା ହୋଇଥିଲା । ଫଳରେ ସଙ୍ଗୀତା ସାହିର ଜଣେ ଲୋକଙ୍କ ଘରେ ଲୁଚି ରହିଥିଲା ଓ ସନ୍ଧ୍ୟା ହେବାରୁ ନିଜ ଘରକୁ ଫେରିଥିଲା । ଏତିକି ବେଳେ ସୁବାସ ତାକୁ ହତ୍ୟା କରିଥିଲା ବୋଲି ପୋଲିସକୁ କହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କ୍ରିକେଟର୍‌ ସୁନୀଲ୍ ନରେନ୍ ପିତା ହେଲେ; ପୁଅର ଫଟୋ ସୋସିଆଲ ମିଡି଼ଆରେ ଭାଇରାଲ୍‌ ହେଲା

ହେଲେ ହତ୍ୟାକାଣ୍ଡର ଏହି ବିବରଣୀ ଓ କାରଣକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସଙ୍ଗୀତାଙ୍କ ବାପ ଘର ଲୋକେ । ପୋଲିସ ସୁବାସକୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ଓ ତଦନ୍ତ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡି଼ବ ବୋଲି କହିଛି ।

“ଆମେ କେହି ଘରେ ନ ଥିଲୁ। ବାପା ଓ ମା’ ଛେଳି ଚରାଇବାକୁ ଯାଇଥିଲେ । ମୁଁ ନିନେ ମଜୁରୀ କରିବାକୁ ଅନ୍ୟ ଏକ ଗାଁକୁ ଯାଇଥିଲି । ସାନ ଭାଇ ସୁବାସ କାହିଁକି ଏଭଳି କଲା ଆମେ କେହି କିଛି ବୁଝି ପାରୁନୁ । ଆଗରୁ ସେମିତି କିଛି ଝଗଡ଼ା ବା ଗଣ୍ଡଗୋଳ ବି ହୋଇ ନାହିଁ । ମୁଁ ଖବର ପାଇ ଆସି ଦେଖିଲା ବେଳକୁ ଏ ଅବସ୍ଥା,’’ କହିଛନ୍ତି ମୃତା ସଙ୍ଗୀତାଙ୍କ ସ୍ୱାମୀ ନୀଳ ଭୋଇ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ସଙ୍ଗୀତାଙ୍କ ଖୁଡ଼ୀ ସୁମିତ୍ରା ଭୋଇ କହିଛନ୍ତି: “ଆମ ଝିଅ ଗର୍ଭବତୀ ଥିଲା । ଆମେ କେତେ ଖୁସି ହୋଇଥିଲୁ । ଘରକୁ ଛୁଆଟିଏ ଆସିବ । ହେଲେ ସବୁ କିଛି ସରିଗଲା । ଯିଏ ଏମିତି କରିଛି ତାକୁ ଫାଶୀ ଦଣ୍ଡ ମିଳିବା ଉଚିତ ।’’

ଜଣେ ଗର୍ଭବତୀ ମହିଳାଙ୍କ ନିଜ ଦିଅର ଦ୍ୱାରା ଏ ଭଳି ନିର୍ମମ ହତ୍ୟା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । ସଙ୍ଗୀତାର ବିବାହକୁ ମାତ୍ର ୧୦ ମାସ ବିତିଥିଲା । ସ୍ୱାମୀ ସହ ସଂସାର କରିବା ପୂର୍ବରୁ ତା’ ଜୀବନଦୀପ ଲିଭି ଯାଇଥିବାରୁ ଶୁଶୁଡ଼ା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।



“ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ତଦନ୍ତ ଚାଲୁ ରହିଛି । ପ୍ରକୃତରେ କେଉଁ କାରଣରୁ ସେ ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନାହିଁ । ତଦନ୍ତ ସରିଲେ ଜଣା ପଡି଼ବ । ଅଭିଯୁକ୍ତ କେମିତି କଠୋର ଦଣ୍ଡ ପାଇବ ସେଥି ପାଇଁ ପୋଲିସ ସବୁ ଉଦ୍ୟମ କରିବ,’’ କହିଛନ୍ତି ଅନୁଗୁଳ ଏସ୍‌.ପି. ଜଗମୋହନ ମୀଣା ।
Published by: Anand Shankar Thankur Das
First published: February 4, 2021, 11:47 PM IST