ସମ୍ବଲପୁରରେ ବର୍ବରତା: ବଡ଼ ଭାଇ ଓ ୪ ବର୍ଷର ପୁତୁରାକୁ ହତ୍ୟା କରି ପାଇଖାନା ଟାଙ୍କିରେ ପକେଇଲା

ଅଭିଯୁକ୍ତ ସାନ ଭାଇ ସନାତନ ନିଜ ଭାଉଜକୁ ଆକ୍ରମଣ କରି ସେ ମରିଯାଇଛନ୍ତି ଭାବି ତାଙ୍କୁ ବି ସେହି ପାଇଖାନା ଟାଙ୍କିରେ ପକେଇଥିଲା । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଦୁଇ ଦିନ ଟାଙ୍କିରେ ପଡ଼ିବା ପରେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇ ସେ ଚିକିତ୍ସିତ ହେଉଛନ୍ତି ।

ସମ୍ବଲପୁରରେ ବର୍ବରତା: ବଡ଼ ଭାଇ ଓ ୪ ବର୍ଷର ପୁତୁରାକୁ ହତ୍ୟା କରି ପାଇଖାନା ଟାଙ୍କିରେ ପକେଇଲା
ପାଇଖାନା ଟାଙ୍କିରୁ ଦୁଇଟି ଶବ ବାହାର କରିଛି ପୋଲିସ ।
  • News18 Odia
  • Last Updated: August 11, 2020, 2:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ପରିବାର ଭିତରେ ଜମିକୁ ନେଇ ବିବାଦ ହେବା ପରେ ଘଟିଯାଇଛି ଏକ ଜଘନ୍ୟ କାଣ୍ଡ । ଜଣେ ବ୍ୟକ୍ତି ନିଜ ବଡ଼ ଭାଇ ଓ ତାଙ୍କ ଚାରି ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ବଡ଼ ଭାଇଙ୍କ ସ୍ତ୍ରୀଙ୍କୁ ବି ମରଣାନ୍ତକ ଆକ୍ରମଣ କରି ସେ ତିନି ଜଣଙ୍କୁ ନିକଟସ୍ଥ ଏକ ଆଙ୍ଗନବାଡ଼ିର ପାଇଖାନା ଟାଙ୍କି ଭିତରେ ପକେଇଦେଇଥିଲେ ।

ବଡ଼ ଭାଇ ଓ ପୁତୁରାର ମୃତ୍ୟୁ ହୋଇଥିବା ବେଳେ ଭାଉଜ ଜଣକ ବଞ୍ଚିଯାଇଛନ୍ତି ଓ ଏବେ ହସପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଳଡିହି ଗ୍ରାମରେ । ଜମି ବିବାଦକୁ କେନ୍ଦ୍ର କରି ଏହି ଅଭାବନୀୟ ଘଟଣା ଘଟିଯାଥିବା ପୋଲିସ ଓ ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି ।

ପ୍ରାଥମିକ ଅନୁସନ୍ଧାନରୁ ପ୍ରାପ୍ତ ସୂଚନା ଅନୁସାରେ ରବିବାର ରାତିରେ ଅଭିଯୁକ୍ତ ସନାତନ ମାଝୀ ନିଜ ବଡ଼ ଭାଇ ଦିଲୀପ ମାଝୀଙ୍କ ସହ କଳହ କରିଥିଲେ । ଏହି କଳହ ପାରିବାରିକ ଜମିର ବ୍ୟବହାର ଓ ବଣ୍ଟନ ବିଷୟରେ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସନାତନ ବଡ଼ ଭାଇଙ୍କ ସମେତ ଭାଉଜ ସରିତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହା ପରେ ନିଷ୍ପାପ ଚାରି ବର୍ଷର ପୁତୁରା ବିଶ୍ୱରାଜକୁ ମଧ୍ୟ ଆକ୍ରମଣ କରିବାରୁ ପଛାଇ ନ ଥିଲେ ସନାତନ ।

ଏହି ଆଙ୍ଗନବାଡ଼ିର ପାଇଖାନା ଟାଙ୍କିରୁ ଦୁଇଟି ଶବ ମିଳିଛି ।


ଆକ୍ରମଣ ପରେ ତିନି ଜଣ ଯାକ ମୃତ୍ୟୁ ବରଣ କରିଥିବା ଭାବି ଅଭିଯୁକ୍ତ ସନାତନ ତିନି ଜଣଙ୍କୁ ତାଳଡିହି ଆଙ୍ଗନବାଡ଼ି କେନ୍ଦ୍ରର ପାଇଖାନା ଟାଙ୍କିରେ ପକାଇ ଦେଇଥିଲେ । ଘଟଣା ପ୍ରଘଟ ହେବା ପରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ଅନୁସନ୍ଧାନ ବେଳେ ଲୋକଙ୍କ ଭିଡ଼ ଜମିଛି ।


ବଡ଼ ଭାଇ ଦିଲୀପ ଓ ତାଙ୍କ ଚାରି ବର୍ଷର ପୁଅ ବିଶ୍ୱରାଜର ମୃତ୍ୟୁ ହୋଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଭାଉଜ ସରିତା ଦୁଇ ଦିନ ଧରି ପାଇଖାନା ଟାଙ୍କିରେ ପଡ଼ିରହିବା ସତ୍ତ୍ୱେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!



ଏହି ହତ୍ୟାକାଣ୍ଡର ସୂଚନା ମିଳିବା ପରେ ଉପଖଣ୍ଡସ୍ତରୀୟ ଥାନାଧିକାରୀ ରାଜକିଶୋର ମିଶ୍ର, ଗୋବିନ୍ଦପୁର ଥାନାଧିକାରୀ ପ୍ରତାପ ରଣା ଓ ସବ୍‌-ଇନସପେକ୍ଟର ଥମାସ କେର୍କେଟା ଏହି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ।

ଏହା ବି ପଢ଼ନ୍ତୁ | ବିଗତ ୧୦ ବର୍ଷରେ ରାଜ୍ୟରେ ବୃଦ୍ଧି ହୋଇନାହିଁ ହାତୀ ସଂଖ୍ୟା; ଚିନ୍ତା ପ୍ରକଟ କଲେ ପରିବେଶବିତମାନେ
Published by: Anand Shankar Thankur Das
First published: August 11, 2020, 2:10 PM IST
corona virus btn
corona virus btn
Loading