ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଖୋର୍ଦ୍ଧାରେ ବିଭତ୍ସ ହତ୍ଯାକାଣ୍ଡ; ସ୍ତ୍ରୀର ତଣ୍ଟି କାଟି ହତ୍ଯା କଲା ସ୍ୱାମୀ; ପୋଲିସର ତଦନ୍ତ ଜାରି

ଖୋର୍ଦ୍ଧାରେ ବିଭତ୍ସ ହତ୍ଯାକାଣ୍ଡ; ସ୍ତ୍ରୀର ତଣ୍ଟି କାଟି ହତ୍ଯା କଲା ସ୍ୱାମୀ; ପୋଲିସର ତଦନ୍ତ ଜାରି

ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୁରୁଜଙ୍ଗରୁ।

ଖୋର୍ଦ୍ଧାରେ ବିଭତ୍ସ ହତ୍ଯାକାଣ୍ଡ; ସ୍ତ୍ରୀର ତଣ୍ଟି କାଟି ହତ୍ଯା କଲା ସ୍ୱାମୀ; ପୋଲିସର ତଦନ୍ତ ଜାରି
ସ୍ୱାମୀ କାର୍ତ୍ତିକ ପ୍ରଧାନଙ୍କ ସହ ସ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶନୀ (ଫାଇଲ ଫଟୋ)
  • News18 Odia
  • Last Updated: October 10, 2021, 11:28 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଖୋର୍ଦ୍ଧା : ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୁରୁଜଙ୍ଗରୁ। ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ କାର୍ତ୍ତିକ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ କୌଣସି କାରଣକୁ ନେଇ କାର୍ତ୍ତିକ ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ଅଭିଯୁକ୍ତ କାର୍ତ୍ତିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଅଭିଯୋଗ ଅନୁସାରେ, ଗୁରୁଜଙ୍ଗରେ ମୃତ ମହିଳା ଇନ୍ଦିରା ପ୍ରିୟଦର୍ଶିନୀଙ୍କ ବାପ ଘର । ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନଥିବାରୁ ସେ ବାପଘରେ ରହୁଥିଲେ । ବିବାହ ପରଠାରୁ ସେ ବହୁତ କମ ସମୟ ସ୍ୱାମୀଙ୍କ ସହ ରହିଛନ୍ତି । କାର୍ତ୍ତିକ, ଇନ୍ଦିରାଙ୍କୁ ସବୁବେଳେ ସନ୍ଦେହ କରିବା ସହ ମାରଧର କରୁଥିଲେ । ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଥିଲେ । ସେଥିପାଇଁ ପରିବାର ଲୋକ ଇନ୍ଦିରାଙ୍କୁ ଘରକୁ ନେଇ ଆସିଥିଲେ । ତେବେ କିଛି ଦିନ ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ମଧ୍ୟ ଶ୍ୱଶୁର ଘରକୁ ରହିବାକୁ ଆସିଥିଲା । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ତେବେ ଗତକାଲି ରାତି କାର୍ତ୍ତିକ ଇନ୍ଦିରାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ତାଙ୍କ ମାମୁଁ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ । ମୃତଦେହକୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ ସ୍ତ୍ରୀକୁ ହତ୍ୟା କରିବା ପରେ ଇନ୍ଦିରାଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି। ଇନ୍ଦିରାଙ୍କୁ ଏକ ଛୁରୀ କିମ୍ବା ଧାରୁଆ ଅସ୍ତ୍ରରେ ମାରିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି ।
Published by: Soumya Das
First published: October 10, 2021, 11:28 AM IST