୭ ବର୍ଷ ଧରି ପତ୍ନୀର ହତ୍ୟା ମାମଲାରେ ଫସିଥିବା ଯୁବକ ତାକୁ ତା’ ପ୍ରେମିକ ସହ ଖୋଜି ପାଇଲା

ଇତିଶ୍ରୀଙ୍କ ବିବାହ ପୂର୍ବର ପ୍ରେମ ତାଙ୍କ ସ୍ୱୀମୀଙ୍କ ପାଇଁ ଆଣିଦେଇଥିଲା ଦୁଃଖର ପାହାଡ଼ । ହେଲେ ସାତ ବର୍ଷ ପରେ ସେ ନିଜେ ପ୍ରମାଣ କରିପାରିଲେ ଯେ ସେ ହତ୍ୟାକାରୀ ନୁହନ୍ତି ଓ ଇତିଶ୍ରୀଙ୍କ ମୃତ୍ୟୁ ହୋଇ ନାହିଁ ।

୭ ବର୍ଷ ଧରି ପତ୍ନୀର ହତ୍ୟା ମାମଲାରେ ଫସିଥିବା ଯୁବକ ତାକୁ ତା’ ପ୍ରେମିକ ସହ ଖୋଜି ପାଇଲା
ଅଭୟ ସୁତାର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କେନ୍ଦ୍ରାପଡ଼ା: ସାତ ବର୍ଷ ତଳେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତିନି ମାସ ଜେଲରେ ରହିଥିବା ଜଣେ ଯୁବକ ଶେଷରେ ସେହି ମହିଳା ଜୀବିତ ଥିବା ଜାଣି ପାରିଛନ୍ତି ଓ ପୋଲିସର ସହାୟତା ନେଇ ତାଙ୍କୁ ଓ ତାଙ୍କ ପ୍ରେମିକଙ୍କୁ ଖୋଜି କାଢ଼ିବାରେ ସଫଳ ହୋଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାର ବାମରା ଗ୍ରାମର ଅଭୟ ସୁତାରଙ୍କ ବିରୋଧରେ ତାଙ୍କ ଶ୍ୱଶୁର ପ୍ରହଲ୍ଲାଦ ମହାରଣା ୧୪ ମଇ ୨୦୧୩ରେ ଅଭିଯୋଗ ଆଣିଥିଲେ ଯେ ସେ (ଅଭୟ) ଇତିଶ୍ରୀଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇଆସୁଥିଲେ ଓ ସେ ହିଁ ତାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ କେଉଁଠି ଫିଙ୍ଗି ଦେଇଛନ୍ତି । ହେଲେ ସାତ ବର୍ଷ ପରେ ଏବେ ଜଣା ପଡ଼ିଲା ଯେ ଇତିଶ୍ରୀ ବଞ୍ଚିଛନ୍ତି ଓ ଶାଶୁ ଘରୁ ସ୍ୱେଚ୍ଛାରେ ପଳେଇଯିବା ପର ଠାରୁ ନିଜ ପ୍ରେମିକଙ୍କ ସହ ପୁରୀ ଜିଲ୍ଲାର ପିପିଲିରେ ରହିଆସୁଛନ୍ତି ।

ଅଭୟଙ୍କ ବିବାହ ଫ୍ରେବୃଆରୀ ୭, ୨୦୧୩ରେ ସମାଗୋଳ ଗ୍ରାମର ଇତିଶ୍ରୀ ମହାରଣା ଓରଫ ମିଲିଙ୍କ ସହିତ ହୋଇଥିଲା । ବିବାହର ଦୁଇମାସ ପରେ ସେ ତାଙ୍କ ଶାଶୁଘରୁ ନିଖୋଜ ହୋଇଯାଇଥିଲେ । ଅଭୟ ତାଙ୍କୁ ଖୋଜି ଖୋଜି ପାଇ ନ ଥିଲେ, ଆଉ ଏପ୍ରିଲ ୨୦, ୨୦୧୩ରେ ପାଟକୁରା ପୋଲିସ ଥାନାରେ ନିଖୋଜ ହୋଇଥିବା ସମ୍ବନ୍ଧରେ ଏକ ଅଭିଯୋଗ ଦାଖଲ କରିଥିଲେ । ହେଲେ ଇତିଶ୍ରୀଙ୍କ ପିତାଙ୍କ ଅଭିଯୋଗ ପରେ ପୋଲିସ ଅଭୟଙ୍କୁ ଗିରଫ କରିଥିଲା ।

ଅଭୟ ପ୍ରଥମରୁ ଇତିଶ୍ରୀଙ୍କର ଆଉ କାହା ସହିତ ପ୍ରେମ ସମ୍ବନ୍ଧ ଅଛି ବୋଲି ସନ୍ଦେହ ଥିଲା । ତେଣୁ ତିନି ମାସ ଜେଲରେ ରହିବା ପରେ ଜାମିନରେ ମୁକୁଳି ସେ ଇତିଶ୍ରୀ ନିଜ ପ୍ରେମିକଙ୍ ସହ କେଉଁଠିକି ପଳେଇ ଯାଇଛନ୍ତି ବୋଲି ଭାବି ଖୋଜାଖୋଜି ଆରମ୍ଭ କରିଥିଲେ । ଶେଷରେ ସେ ତାଙ୍କୁ ପିପିଲିରେ ଠାବ କଲେ । ସେଠି ସେ ତାଙ୍କ ପ୍ରେମିକ ସହ ରହୁଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ଦ୍ୱିତୀୟ ପତି ରାଜୀବ ଲୋଚ଼ନ ଓ ଝିଅ ସହିତ ଇତିଶ୍ରୀ


ଇତିଶ୍ରୀ ଓ ତାଙ୍କ ପ୍ରେମିକ ରାଜୀବଲୋଚନ ମହାରଣାଙ୍କୁ ପୋଲିସ ଅଟକ ରଖି ପଚ଼ରାଉଚ଼ରା କରିବାରୁ ସବୁ କଥା ସାମନାକୁ ଆସିଥିଲା । ଉଭୟଙ୍କୁ କେନ୍ଦ୍ରାପଡାସ୍ଥିତ ସବ୍-ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା ।

‘‘ଭୁବନେଶ୍ୱରରେ ଜଣେ ଅଟୋ-ରିକ୍ସା ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ରାଜୀବଙ୍କ ସହ ବିବାହ ପୂର୍ବରୁ ତାଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି ଇତିଶ୍ରୀ କହିଛନ୍ତି । କିନ୍ତୁ ତାଙ୍କ ପିତାମାତା ତାଙ୍କୁ ବାଧ୍ୟ କରି ଅଭୟଙ୍କ ସହ ବିବାହ କରିଦେଇଥିଲେ । ଅଭୟଙ୍କ ସହ ବିବାହର ଦୁଇ ମାସ ପରେ ସେ ରାଜୀବଙ୍କ ସହ ଗୁଜୁରାଟକୁ ପଳାଇ ଯାଇଥିଲେ । ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ସେ ଦୁହେଁ ନିଜ ପୁଅ ଝିଅଙ୍କୁ ନେଇ ଦୀର୍ଘ ସାତ ବର୍ଷ ପରେ ଓଡ଼ିଶା ଫେରିଥିଲେ,’’ କହିଛନ୍ତି ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନ ।

‘‘ପୋଲିସ ମୋ’ ପତ୍ନୀଙ୍କୁ ଖୋଜି ପାରିଲା ନାହିଁ, ତେଣୁ ମୁଁ ଖୋଜିବା ଆରମ୍ଭ କଲି । ମୁଁ ସେ ସବୁ ସ୍ଥାନକୁ ଗଲି ଯେଉଁଠିକି ସେମାନେ ଯାଇଥିବେ ବୋଲି ମୋତେ ଲାଗୁଥିଲା । ଶେଷରେ ସେ ପିପିଲିରେ ନିଜ ପ୍ରେମିକ ସହ ରହୁଥିବାର ଜାଣିବା କ୍ଷଣି ମୁଁ ପୋଲିସକୁ ଡ଼ାକିଥିଲି । ମୁଁ ବହୁତ ଖୁସି ଯେ ଦୀର୍ଘ ସାତ ବର୍ଷ ପରେ ମୁଁ ନିଜ ନିର୍ଦ୍ଦୋଷପଣିଆ ପ୍ରମାଣିତ କରିପାରିଛି,’’ କହିଛନ୍ତି ୨୭ ବର୍ଷୀୟ ରାଜୀବ । ସେ ପେଶାରେ ଜଣେ ବଢ଼େଇ ।
First published: March 3, 2020, 7:30 PM IST
corona virus btn
corona virus btn
Loading