କଟକ ନିଶ୍ଚିନ୍ତକୋଇଲିରେ ମଦ ପିଇ ସ୍ତ୍ରୀକୁ ଗଛରେ ବାନ୍ଧି ବାଡ଼େଇଲା ସ୍ୱାମୀ; ଭିଡିଓ ଭାଇରାଲ୍ ହେଲା

ତାଜା ଝଗଡ଼ା ହେବା ପରେ କୁନିଲତାକୁ ଘର ସାମନାରେ ଚଉରା ମୂଳରେ ଥିବା ଏକ ଗଛରେ ଦଉଡ଼ି, ଲୁଙ୍ଗି ଓ ସାୟା ପରି ଲୁଗା ସାହାଯ୍ୟରେ ବାନ୍ଧି ଦେଇଥିଲା ଧୀରେନ୍ଦ୍ର । ତା’ ଦୁଇ ହାତକୁ ଗଛରେ ବାନ୍ଧି ଥିଲା ଓ ତା’ ଛାତିରେ ବି ଦଉଡ଼ି ଲଗେଇ ବାନ୍ଧି ରଖିଥିଲା ସେ ।

ନିଜ ସ୍ୱାମୀ ଦ୍ୱାରା ଗଛରେ ବନ୍ଧା ହୋଇ ପଡ଼ିଛନ୍ତି କୁନିଲତା ମଲ୍ଲିକ ।

ନିଜ ସ୍ୱାମୀ ଦ୍ୱାରା ଗଛରେ ବନ୍ଧା ହୋଇ ପଡ଼ିଛନ୍ତି କୁନିଲତା ମଲ୍ଲିକ ।

  • Share this:
News18 Odia Digital

କଟକ: ମଦ ନିଶା ଓ ଶିକ୍ଷା ତଥା ଅନୁଶାସନର ଅଭାବ ଯେ ମଣିଷକୁ କେତେ ନିମ୍ନ ସ୍ତରକୁ ଖସେଇ ନେଇପାରେ ତା’ର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କଟକ ଜିଲ୍ଲାର ଏକ ଗାଆଁରେ । ଜଣେ ଲୋକ ମଦ ପିଇ ମାମୁଲି ମତାନ୍ତର ପରେ ନିଜ ସ୍ତ୍ରୀ ସହିତ ଉନ୍ମାଦ ହୋଇ ଅମାନୁଷିକ ଅତ୍ୟାଚାର କରିଛି । ସ୍ତ୍ରୀକୁ ଗୋଟେ ଗଛରେ ବାନ୍ଧି ରଖି ବାଡ଼େଇଛି ।

ପଡ଼ୋଶୀ ଓ ତା’ପରେ ପୋଲିସ ଯଦି ହସ୍ତକ୍ଷେପ କରି ନ ଥାଆନ୍ତେ ତାହେଲେ ଅଭିଯୁକ୍ତ ଧୀରେନ୍ଦ୍ର ମଲ୍ଲିକ ନିଜ ସ୍ତ୍ରୀ କୁନିଲତା ମଲ୍ଲିକକୁ ହୁଏତ ପିଟି ପିଟି ମାରି ଦେଇଥାନ୍ତା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଫୋଗଳ ଗାଁର ବାସିନ୍ଦା ଏହି ମଧ୍ୟବୟସ୍କ ଦମ୍ପତିଙ୍କ ଭିତରେ ସ୍ୱାମୀର ମଦ ନିଶା ଯୋଗୁଁ ଲଗାତର ଝଗଡ଼ା ହେଉଥିବା ଗ୍ରାମବାସୀମାନେ ପୋଲିସକୁ କହିଛନ୍ତି ।

କୌଣସି କାରଣରୁ ତାଜା ଝଗଡ଼ା ହେବା ପରେ କୁନିଲତାକୁ ଘର ସାମନାରେ ଚଉରା ମୂଳରେ ଥିବା ଏକ ଗଛରେ ଦଉଡ଼ି, ଲୁଙ୍ଗି ଓ ସାୟା ପରି ଲୁଗା ସାହାଯ୍ୟରେ ବାନ୍ଧି ଦେଇଥିଲା ଧୀରେନ୍ଦ୍ର । ତା’ ଦୁଇ ହାତକୁ ଗଛରେ ବାନ୍ଧି ଦେଇଥିଲା ଓ ତା’ ଛାତିରେ ବି ଦଉଡ଼ି ଲଗେଇ ବାନ୍ଧି ରଖିଥିଲା ସେ ।

କୁନିଲତାକୁ ମୁକୁଳେଇବାକୁ ଚେଷ୍ଟା କରୁଛନ୍ତି ପଡ଼ୋଶୀମାନେ ।


ତାକୁ ଚାପୁଡ଼ ପରେ ଚାପୁଡ଼ ମାରି ଚାଲିଥିବା ବେଳେ ପଡ଼ୋଶୀମାନେ ଆସି ପହଞ୍ଚିଥିଲେ ଓ କୁନିଲତାକୁ ବନ୍ଧନରୁ ମୁକ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଧୀରେନ୍ଦ୍ର ପଡ଼ୋଶୀମାନଙ୍କୁ ଘଉଡ଼େଇବାରେ ଲାଗିଥିଲା ।

ମୁକୁଳିବା ପରେ କାନ୍ଦୁଛନ୍ତି କୁନିଲତା ।


ଶେଷରେ ଜଣେ ଦୁଇ ଜଣ ପଡ଼ୋଶୀ ପୁରୁଷ ଲୋକ ମିଶି କୁନିଲତାକୁ ମୁକୁଳେଇଥିଲେ ଓ ପୋଲିସକୁ ଫୋନ କରିଥିଲେ । ସାଲେପୁର ପୋଲିସର ଏକ ଟିମ୍‌ ଆସି ପହଞ୍ଚିଥିଲା ଓ ଅଭିଯୁକ୍ତ ଧୀରେନ୍ଦ୍ରକୁ ଗିରଫ କରିଥିଲା ।

ପୋଲିସ ଗାଆଁରେ ପହଞ୍ଚି ଘଟଣା ବିଷୟରେ ପଚ଼ରାଉଚ଼ରା କରୁଛନ୍ତି ।


ଗ୍ରାମବାସୀମାନଙ୍କ କହିବା ଅନୁସାରେ ଏହି ଦମ୍ପତିଙ୍କ ମଧ୍ୟରେ ନିଜ ଜ୍ୱାଇଁଙ୍କୁ ଦେଇଥିବା ଟଙ୍କାପଇସାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ବିବାଦ ବଢ଼ିବା ପରେ ମଦ ନିଶାରେ କ୍ରୋଧାନ୍ୱିତ ହୋଇ କୁନିଲତାକୁ ଧୀରେନ୍ଦ୍ର ଗଛରେ ବାନ୍ଧି ପିଟିଥିଲା ବୋଲି ସେ ନିଜେ ଓ ଗ୍ରାମବାସୀମାନେ ପୋଲିସକୁ କହିଥିଲେ ।
Published by:Anand Shankar Thankur Das
First published: