ନିଜକୁ ରେଳ ମନ୍ତ୍ରୀଙ୍କ PA ବୋଲି କହି ଲୋକଙ୍କୁ ଠକୁଥିଲା, ଦିଲ୍ଲୀରୁ ଗିରଫ ହୋଇ ଭୁବନେଶ୍ୱର ଆସିଲା

ଦିଲ୍ଲୀରେ ରହୁଥିବା ବାଲେଶ୍ୱର ଜିଲ୍ଲାର ଗୋପାଳ ଶତପଥୀ ଅଧିକାଂଶ ସମୟରେ ସେ ପାର୍ଲାମେଣ୍ଟରେ ଅଛି ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଥିଲା । ତା’ ବିରୁଦ୍ଧରେ ଜଣେ ରେଳ ଅଧିକାରୀ ଅଭିଯୋଗ କରିଥିଲେ ।

ଗିରଫ ହୋଇଥିବା ଠକ ଗୋପାଳ ଶତପଥି

ଗିରଫ ହୋଇଥିବା ଠକ ଗୋପାଳ ଶତପଥି

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ନିଜକୁ ରେଳ ମନ୍ତ୍ରୀଙ୍କ ପି.ଏ. ବୋଲି ପରିଚୟ ଦେଇ ସାଧାରଣ ଲୋକ ଓ ରେଳ ଅଧିକାରୀମାନଙ୍କୁ ଠକିବାକୁ ଚେଷ୍ଟା କରୁଥିବା ଜଣେ ଠକକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ନକଲି ପି.ଏ. ୪୦-ବର୍ଷୀୟ ଗୋପାଳ ଶତପଥିକୁ ଦିଲ୍ଲୀରୁ ଗିରଫ କରିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଆଣଛି ପୋଲିସ ।

ଠକ ଗୋପାଳ ଶତପଥିଙ୍କ ଘର ବାଲେଶ୍ୱରର ସିମୁଳିଆ ଥାନା ଅଞ୍ଚଳରେ । ସେ ଦିଲ୍ଲୀରେ ରହି ନିଜର ଦୁଇଟି ତଥାକଥିତ ଅଫିସ ଚଳାନ୍ତି ଓ ସୋସିଆଲ ମିଡି଼ଆରେ ସବୁବେଳେ ଆକ୍ଭ୍‌ ରହନ୍ତି । ବିଭିନ୍ନ ଲୋକଙ୍କ ସହ ଫଟୋ ଉଠେଇ ଫେସବୁକରେ ପୋଷ୍ଟ କରିବାର ବିଶେଷ ସଉକ ରଖନ୍ତି ଗୋପାଳ ।

ଏହା ବି ପଢ଼ନ୍ତୁ | କରୋନାରବ୍ରେକଥ୍ରୁ ଇନ୍ଫେକ୍ସନ୍ସମୟରେ ଲୋକଙ୍କଠାରେ ଏହି ସବୁ ଲକ୍ଷଣ ଦେଖାଯାଉଛି

“କିଛି ଦିନ ତଳେ ଭୁବନେଶ୍ୱର ରେଳବାଇର ଜେନେରାଲ୍‌ ମ୍ୟାନେଜର୍‌ ଚନ୍ଦ୍ରଶେଖରପୁର ଥାନାରେ ଏକ ଅଭିଯୋଗ କରିଥିଲେ ଯେ କେହି ତାଙ୍କୁ ନିଜକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପି.ଏ. ବୋଲି କହି ଫୋନ୍ କରୁଛି ଓ ଜଣେ କର୍ମଚାରୀଙ୍କ ଟ୍ରାନ୍ସଫର୍‌ କରିବାକୁ ନିର୍ଦ୍ଦେଶ ଦେଉଛି । ସେହି ବ୍ୟକ୍ତି ପ୍ରକୃତରେ କିଏ ତା’ ସମ୍ପର୍କରେ ତଦନ୍ତ କରିବାକୁ ସେ ପୋଲିସକୁ ଅନୁରୋଧ କରିଥିଲେ । ସେହି ଆଧାରରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ଏହି ଠକକୁ ଧରିଥିଲା,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ


ଗୋପାଳ ଶତପଥୀଙ୍କ ଫୋନ୍ କଲକୁ ଅଧାର କରି କମିଶନରେଟ୍‌ ପୋଲିସର ଟିମ୍ ଦିଲ୍ଲୀରେ ଖୋଳତାଡ଼ ଆରମ୍ଭ କରିଥିଲା । ସେଠି ବିଶ୍ୱକର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ଓ ତାଙ୍କ ବାପାଙ୍କୁ ପ୍ରଥମେ ଗିରଫ କରାୟାଇଥିଲା । ସେମାନଙ୍କୁ ପଚରାଉଚରା ବେଳେ ଗୋପାଳ କଥା ଜଣାପଡ଼ିଥିଲା । ତା’ ପରେ ଗୋପାଳ ହିଁ ସେହି ଫୋନ୍‌ କରିଥିବା ବ୍ୟକ୍ତି ବୋଲି ପୋଲିସ ଟିମ୍‌ ଜାଣିପାରିଥିଲା ଓ ତାକୁ ଗିରଫ କରି ଭୁବନେଶ୍ୱର ଆଣିଥିଲା । ଗୋପାଳକୁ କୋର୍ଟ ଚାଳାଣ କରାଯାଇଛି ।

ଏହା ବି ପଢ଼ନ୍ତୁ | ୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେ

ଗୋପାଳ ନିଜ ମୋବାଇଲ୍‌ ଫୋନରୁ ସବୁ କଲ୍‌ କରୁ ନ ଥିଲା । ତା’ ପାଖରେ କାମ କରୁଥିବା ବିଶ୍ୱକର୍ମାଙ୍କ ମୋବାଇଲ୍‌ ଫୋନରୁ ସେ ଅନେକ ଲୋକଙ୍କୁ ଫୋନ୍ କରିବା ସହ ନିଜକୁ ରେଲୱେ ମିନିଷ୍ଟରଙ୍କ ପି.ଏ. ବୋଲି କହି ମେସେଜ୍‌ ବି କରୁଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମାହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ

ତଦନ୍ତ ବେଳେ ପୋଲିସ ଏହା ବି ଜାଣିବାକୁ ପାଇଛି ଯେ ଗୋପାଳ ରେଳବାଇ ହସ୍ପିଟାଲକୁ କିଛି ମାସ୍କ ଓ ସାନିଟାଇଜର୍‌ ପଠାଇ ତା’ର ବିଲ୍‌ କରି ଟଙ୍କା ନେଇଛି । ଅଧିକାଂଶ ସମୟରେ ସେ ପାର୍ଲାମେଣ୍ଟରେ ଅଛି ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଥିଲା ।

ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

ଗିରଫ ହୋଇ ଭୁବନେଶ୍ୱର ଅଣାଯିବା ପରେ ଗୋପାଳ ପୋଲିସକୁ ଅନୁରୋଧ କରିଥିଲା ତାକୁ କୋର୍ଟ ଚାଲାଣ ନ କରିବାକୁ । କହିଥିଲା ଯେ ତା’ ପ୍ରେଷ୍ଟିଜ ନଷ୍ଟ ହୋଇଯିବ । ହେଲେ ତାକୁ ଥାନାକୁ ଆଣି ପଚରାଉଚରା କରିବା ପରେ ପୋଲିସ ବିଧି ମୁତାବକ ତାକୁ କୋର୍ଟ ଚାଲାଣ କରିଥିଲା ।



ଗୋପାଳ ଗିରଫ ହେବା ପରେ ସେ କରିଥିବା ଠକେଇ ବିଷୟରେ ଅଭିଯୋଗକାରୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଯେଉଁମାନେ ରେଲୱେରେ ଚାକିରି ପାଇଁ ବିଭିନ୍ନ ଲୋକଙ୍କୁ ଟଙ୍କା ଦେଇ ଠକାମିର ଶିକାର ହୋଇଛନ୍ତି ସେମାନେ ଏବେ ଥାନାର ଦ୍ୱାରସ୍ଥ ହେଉଛନ୍ତି ।
Published by:Anand ST Das
First published: