ସମ୍ବଲପୁରରେ ସରକାରୀ ଜମି ଉପରେ କଳି ପରେ ୱାର୍ଡ଼ ମେମ୍ବର ଯୁବକକୁ ଟାଙ୍ଗିଆରେ ହାଣି ହତ୍ୟା କଲେ

ୱାର୍ଡ଼ ମେମ୍ବର ପ୍ରଶାନ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ଜଣେ ୧୬ ବର୍ଷୀୟ ବାଳକ ମଧ୍ୟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ଉଭୟଙ୍କୁ ଅଟକ ରଖି ତଦନ୍ତ ଚଳାଉଛି ପୋଲିସ ।

ସମ୍ବଲପୁରରେ ସରକାରୀ ଜମି ଉପରେ କଳି ପରେ ୱାର୍ଡ଼ ମେମ୍ବର ଯୁବକକୁ ଟାଙ୍ଗିଆରେ ହାଣି ହତ୍ୟା କଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: June 18, 2020, 10:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଜମିବାଡ଼ି ଗଣ୍ଡଗୋଳ ଓ ପୁର୍ବ ଶତୃତାକୁ ନେଇ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଟାମ୍ପରଗଡ଼ ପଞ୍ଚାୟତ ତଲିମାଲ ଗାଁରେ ଘଟିଛି ଏକ ହତ୍ୟାକାଣ୍ଡ । ଏକ ସରକାରୀ ଜମି ଜବର ଦଖଲ କରି ରଖିଥିବା ଯୁବକ ବିଲାସନ ମୁଣ୍ଡାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି ।

ସେହି ଜମିରେ ଏକ କ୍ଲବ ଘର ତିଆରି କରିବା ପାଇଁ ଗାଁର ୱାର୍ଡ଼ ମେମ୍ବର ପ୍ରଶାନ୍ତ ମୁଣ୍ଡା ଚାହୁଁଥିଲେ । ତେବେ ଜାଗା ଛାଡ଼ି ନ ଥିଲେ ବିଲାସନ । ବୁଧବାର ରାତିରେ ଏହି ଜମି ଘଟଣା ନେଇ ବିଲାସନ ଓ ପ୍ରଶାନ୍ତଙ୍କ ମଧ୍ୟରେ ଗଣ୍ଡଗାଳ ହୋଇଥିଲା । ଏହା ପରେ ପ୍ରଶାନ୍ତ ବିଲାସନକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ଆଜି (ଗୁରୁବାର) ସକାଳେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ । ଯୁଯୁମୁରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତଦନ୍ତରେ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି । ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଅଟକ ରଖିଛି ଯୁଯୁମୁରା ପୋଲିସ । ୱାର୍ଡ ମେମ୍ବର ପ୍ରଶାନ୍ତ ମୁଣ୍ଡା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ଜଣେ ୧୬ ବର୍ଷୀୟ ନାବାଳକ ମଧ୍ୟ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ଉଭୟଙ୍କୁ ଅଟକ ରଖି ତଦନ୍ତ ଚଳାଉଛି ଯୁଯୁମୁରା ପୋଲିସ ।

ତଦନ୍ତରୁ ସାମନାକୁ ଆସୁଥିବା ତଥ୍ୟ ଅନୁସାରେ ଏକ ସରକାରୀ ଜମିରେ କ୍ଳବ ଘର ନିର୍ମାଣ ପାଇଁ ଚାହୁଥିଲେ ତଳିମାଲ ଗାଁର ୱାର୍ଡ ମେମ୍ବର ପ୍ରଶାନ୍ତ ମୁଣ୍ଡା । ହେଲେ ସେହି ସରକାରୀ ଜମି ଖଣ୍ଡକ ଜବର ଦଖଲ କରି ନିଜ କବଜା ରଖିଥିଲେ ମୃତକ ବିଲାସନ ମୁଣ୍ଡା । ଜାଗାଟି ସରକାରୀ, ତେଣୁ ଏହାକୁ ଛାଡ଼ି ଦେବା ପାଇଁ ଦୀର୍ଘ ଦିନ ହେଲା ଚାପ ପକାଇ ଆସୁଥିଲେ ୱାର୍ଡ ମେମ୍ବର ପ୍ରଶାନ୍ତ ମୁଣ୍ଡା । ହେଲେ ବାରମ୍ବାର ମନା କରି ଆସୁଥିଲେ ମୃତକ ବିଲାସନ ମୁଣ୍ଡା । ଏହି ଘଟଣା କୁ ନେଇ ଦୁଇ ପରିବାର ମଧ୍ୟରେ ଲାଗି ରହିଥିଲା ତିକ୍ତତା । ଉଭୟ ଉଭୟଙ୍କର ଜିଦରେ ରହୁଥିଲେ ଅଟଳ ।

‘‘ବୁଧବାର ସନ୍ଧ୍ୟା ୭ଟା ପରେ ପୁଣି ସେହି ସରକାରୀ ଜମିରେ କ୍ଳବ ଘର ତିଆରି କରିବା ପାଇଁ ଜଗା ଛାଡିବାକୁ ନେଇ ଉଭୟ ପ୍ରଶାନ୍ତ ମୁଣ୍ଡା ଓ ବିଲାସନ ମୁଣ୍ଡାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ ଓ କଥା କଟାକଟି । ବଢିଥିଲା ଗଣ୍ଡଗୋଳ  । ଉଭୟ ପରିବାର ମଧ୍ୟରେ ହୋଇଥିଲା ହାତାହାତି । ସମାଧାନ କରିବାକୁ ଯାଇ ଉଭୟ ପରିବାରର ମହିଳା ସଦସ୍ୟମାନେ ବି ଆହତ ହୋଇଥିଲେ । ଏହା ପରେ ଅଭିଯୁକ୍ତ ପ୍ରଶାନ୍ତ ମୁଣ୍ଡା ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା ବିଲାସନ ମୁଣ୍ଡାକୁ । ସାମନ୍ୟ ଘଟଣାରୁ ଘଟି ଯାଇଥିଲା ହତ୍ୟାକାଣ୍ଡ,’’ କହିଛନ୍ତି ଯୁଯମୁରା ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ରାଜକୁମାର ବିଶ୍ବାଳ ।

ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଟାମ୍ପରଗଡ଼ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 18, 2020, 10:24 PM IST
corona virus btn
corona virus btn
Loading