ଭୁବନେଶ୍ୱରରେ ରାସ୍ତାରେ ଗୋଡ଼େଇ ଗୋଡ଼େଇ ଯୁବକକୁ ହାଣିଲେ ଦୁର୍ବୃତ୍ତ; ପୂର୍ବ ଶତୃତା ସନ୍ଦେହ

ଦିନ ଦ୍ୱିପହରେ ଘଟିଥିବା ଏହି ଜଘନ୍ୟ ହତ୍ୟା ଉଦ୍ୟମ ପରେ ବାପୁଜୀ ନଗରରେ ଆତଙ୍କ ଖେଳିଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ଓ ଆକ୍ରମଣ କରି ଫେରାର ହୋଇଯାଇଥିବା ଦୁର୍ବୃତ୍ତଙ୍କ ବିଷୟରେ ସୂଚନା ଜୁଟାଇବାରେ ଲାଗିଛି ।

ଭୁବନେଶ୍ୱରରେ ରାସ୍ତାରେ ଗୋଡ଼େଇ ଗୋଡ଼େଇ ଯୁବକକୁ ହାଣିଲେ ଦୁର୍ବୃତ୍ତ; ପୂର୍ବ ଶତୃତା ସନ୍ଦେହ
ଆକ୍ରମଣରେ ଆହତ ଯୁବକକୁ ପୋଲିସ ଆମ୍ବୁଲାନ୍ସରେ ଭର୍ତ୍ତି କରୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ବାପୁଜୀ ନଗର ଅଞ୍ଚଳରେ ଦିନ ଦ୍ୱିପହରେ ଜଣେ ଯୁବକଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ତାଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଥିଲେ ଦୁର୍ବୃତ୍ତମାନେ । ଯୁବକଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ଥିତି ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

ଆକ୍ରମଣର ଶିକାର ଯୁବକଙ୍କ ନାଁ ପି. ନରସିଂହ l ପୂର୍ବ ଶତ୍ରୁତାକୁ ନେଇ ତାଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଇଛି । ନରସିଂହର ଛାତି, ପେଟ, ବାହୁ ଓ ଗୋଡ଼ରେ ଅନେକ ସ୍ଥାନରେ ହଣା କ୍ଷତ ଅଛି । ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି l ଘଟଣାର ସୂଚନା ପାଇ କ୍ୟାପିଟାଲ ଥାନା ପୋଲିସ ପହଞ୍ଚିଥିଲା ଓ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଯୁବକକୁ ହସପିଟାଲକୁ ନେବା ବ୍ୟବସ୍ଥା କରିଥିଲା ।

ଆଶ୍ଚର୍ଯ୍ୟର କଥା ଯେ ଆକ୍ରମଣର ଶିକାର ନରସିଂହଙ୍କୁ ଆମ୍ବୁଲାନ୍ସକୁ ନେବା ପାଇଁ ଦୁଇ ଜଣ ପୋଲିସ୍‌ କର୍ମଚାରୀ ଉଦ୍ୟମ କରୁଥିବା ବେଳେ ତାଙ୍କର (ନରସିଂହଙ୍କର) ଜଣେ ସମ୍ପର୍କୀୟ ଯୁବକ ପୋଲିସକୁ ରୋକିଥିଲେ । ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ନରସିଂହଙ୍କ ପାଖରେ ସେ ବସି ପଡ଼ି ପୋଲିସକୁ କ୍ଷୋଭରେ କହିଥିଲେ ଯେ ସେ ମରିଯାଇଛି ତେଣୁ ପୋଲିସ ସେଠାରୁ ଶୀଘ୍ର ଚାଲିଯିବା ଉଚିତ । ହେଲେ ସେହି ଯୁବକକୁ ବୁଝାଇ ସୁଝାଇ ପୋଲିସ ଅଧିକାରୀମାନେ ତୁରନ୍ତ ନରସିଂହକୁ ଆମ୍ବୁଲାନ୍ସରେ ପୂରାଇ ହସପିଟାଲ ପଠାଇଥିଲେ ।

ଆକ୍ରମଣରେ ଆହତ ଯୁବକଙ୍କ ପରିଜନ କାନ୍ଦୁଛନ୍ତି ।


ଦିନ ଦ୍ୱିପହରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ଯୋଗୁଁ ବାପୁଜୀ ନଗରରେ ଆତଙ୍କ ଖେଳିଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ଓ ଆକ୍ରମଣ କରି ଫେରାର ହୋଇଯାଇଥିବା ଦୁର୍ବୃତ୍ତଙ୍କ ବିଷୟରେ ସୂଚନା ଜୁଟାଇବାରେ ଲାଗିଛି ।

ସୂତ୍ରଙ୍କ ଅନୁସାରେ ଆହତ ଯୁବକ ନରସିଂହର ଦେହରେ ହଣା କ୍ଷତ ଯଦିଓ ଏକାଧିକ ସ୍ଥାନରେ ଅଛି, ସେହି କ୍ଷତଗୁଡ଼ିକ ଗଭୀର ହୋଇ ନ ଥିବାରୁ ସେ ଜଲଦି ସୁସ୍ଥ ହୋଇଯିବାର ସମ୍ଭାବନା ଅଛି ।

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲା

ଦେଖନ୍ତୁ ଫଟୋ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

ଭୁବନେଶ୍ୱରର ନୂଆ ଡିସିପି ଭାବେ ଡଃ ଉମାଶଙ୍କର ଦାଶ ଯୋଗ ଦେବାର ଦିନକ ପରେ ଅପରାଧୀ ପ୍ରବୃତ୍ତିର ଲୋକଙ୍କ ଦ୍ୱାରା ହୋଇଥିବା ଏହି ଘଟଣା କମିଶନରେଟ୍‌ ପୋଲିସକୁ ଏକ ଚ୍ୟାଲେଞ୍ଜ ବୋଲି କୁହାଯାଉଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆକ୍ରମଣ କରିଥିବା ଯୁବକମାନଙ୍କୁ ଜଲଦି ଧରାପଡ଼ିବେ ।
Published by: Anand Shankar Thankur Das
First published: July 21, 2020, 2:42 PM IST
corona virus btn
corona virus btn
Loading