ଘରେ ସ୍ୱାମୀ ନ ଥିବା ବେଳେ ପର ପୁରୁଷ ସହ ଥିଲେ ମହିଳା, ପଡ଼ୋଶୀମାନେ ବାହାର ପଟୁ କବାଟ ବନ୍ଦ୍ କରିଦେଲେ

ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ପୋଲିସ୍‌ ସାତ ଜଣ ମହିଳା ଓ ତିନି ଜଣ ପୁରଷଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି

ଘରେ ସ୍ୱାମୀ ନ ଥିବା ବେଳେ ପର ପୁରୁଷ ସହ ଥିଲେ ମହିଳା, ପଡ଼ୋଶୀମାନେ ବାହାର ପଟୁ କବାଟ ବନ୍ଦ୍ କରିଦେଲେ
ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ପୋଲିସ୍‌ ସାତ ଜଣ ମହିଳା ଓ ତିନି ଜଣ ପୁରଷଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି
  • News18 Odia
  • Last Updated: October 17, 2019, 5:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ପାରାଦିପ: ପରକୀୟା ପ୍ରେମ ସନ୍ଦେହରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗଛରେ ବାନ୍ଧି ମାଡ ମାରିବା ସହିତ ସେ ଦୁଇ ଜଣଙ୍କ ଚୁ଼ଟି କାଟି ସାତବେଣ୍ଟିଆ କଲେ ପଡ଼ୋଶୀମାନେ । ମହିଳାଙ୍କ ସ୍ବାମୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ସେମାନେ ମାଡ଼ ମାରିଥିଲେ ।

 

ଏମିତି ଅଭାବନୀୟ ଘଟଣା ଘଟିଛି ପାରାଦିପର ଆଦର୍ଶ ଥାନା ଅନ୍ତର୍ଗତ ନିୟୁ ଜଗନ୍ନାଥ କଲୋନୀରେ । ଅକ୍‌ଟୋବର ୧୬ ରାତିରେ ଘରେ ସ୍ବାମୀ ନ ଥିବା ବେଳେ ଜଣେ ମହିଳାଙ୍କ ଘରେ ଅନ୍ୟ ଜଣେ ବ୍ୟକ୍ତି ଘରେ ପଶିଥିବାର ଜାଣି ପାଖ ପଡୋଶୀମାନେ ସନ୍ଦେହ କରି ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ ।

 

ପରେ ମହିଳାଙ୍କ ସ୍ବାମୀ ଓ ସେହି ପୁରୁଷଙ୍କ ସ୍ତ୍ରୀ ପହଞ୍ଚିବା ପରେ ସ୍ଥାନୀୟ ବାସିନ୍ଦା ମାନେ ତାଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହିତ ସେ ଦୁଇ ଜଣଙ୍କ ମଥାରୁ ଟୁଟି କାଟି ତାଙ୍କୁ ସାତବେଣ୍ଟିଆ କରିଥିଲେ । ପରେ ଉକ୍ତ ମହିଳାଙ୍କ ସ୍ବାମୀ ଆସିଲା ପରେ ମଧ୍ୟ ସ୍ଥାନୀୟ ଲୋକମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିବାର ଅଭିଯୋଗ ହୋଇଛି ।

 

ଏହି ଘଟଣା ଜଣା ପଡିବା ପରେ ସକାଳେ ପୋଲିସ୍‌ ସେମାନଙ୍କୁ ଉଦ୍ଧାର କରିଥିଲା । ତେବେ ଏହି ଘଟଣାର ସମାଧାନ କରିବା ପାଁଇ ସ୍ଥାନୀୟ ଲୋକମାନେ ଉଦ୍ୟମ କରିଥିଲେ ।

 

ପିଡୀତା ମହିଳାଙ୍କ ଅଭିଯୋଗ ଅନୁସାରେ ପାରାଦିପ ଆଦର୍ଶ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସାତ ଜଣ ମହିଳା ଓ ତିନି ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ତେବେ ସୂଚନା ଅନୁସାରେ ନିଉ ଜଗନ୍ନାଥ କଲୋନୀର ଜଣେ ଯୁବକ ତାଙ୍କ ପାଖ ପଡୋଶୀ ଘରକୁ ରାତିରେ କୌଣସି କାମରେ ଯାଇଥିଲେ । ସେିହ ସମୟରେ ତାଙ୍କ ସ୍ବାମୀ ନ ଥିବା ବେଳେ ପାଖରେ ଥିବା ପଡୋଶୀମାନେ ଏହି ଘଟଣାକୁ ଭିନ୍ନ ଅର୍ଥରେ ସନ୍ଦେହ କରି ଘରର ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ ।

 

ତାପରେ ଉଭୟ ମହିଳା ଓ ପୁରୁଷଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହିତ ଦୁଇ ଜଣଙ୍କ ଚୁଟି କାଟି ସାତବେଣ୍ଟିଆ କରିଥିଲେ । ମହିଳାଙ୍କ ସ୍ବାମୀ ପହଞ୍ଚି ଥିଲେ ମଧ୍ୟ ତାଙ୍କୁ ମାଡ ମାରିଥିଲେ । ଏହି ଘଟଣାରେ ପିଡୀତା ମହିଳାଙ୍କ ଅଭିଯୋଗ ଅନୁସାରେ ସେହି କୋଲୋନୀର ସାତ ଜଣ ମହିଳା ଓ ତିନି ଜଣ ପୁରଷଙ୍କୁ ଗରିଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

 

ତେବେ ଘଟଣା ବିଷୟରେ ଗଣ ମାଧ୍ୟମ ଆଗରେ କେହି ପ୍ରତିକ୍ରିୟା ଦେଇ ନାହାନ୍ତି । ମାଡ ଖାଇଥିବା ଯୁବକ ଜଣଙ୍କ ସହିତ ସେହି ସ୍ଥାନୀୟ ଲୋକଙ୍କ ଜମିବାଡି଼ ଗଣ୍ଡଗୋଳ ରହିଥିବା ଯୋଗୁଁ ସେହି କାରଣରୁ ଏଭଳି କାଣ୍ଡ ହୋଇଥିବାର ଶୁଣାଯାଉଛି । ପୋଲିସ୍‌ର ଅନୁସନ୍ଧାନ ଜାରୀ ଅଛି ।
First published: October 17, 2019, 5:38 PM IST