ସୁନ୍ଦରଗଡ଼ରେ ଗଡ଼ିଲା ୪ ଶବ: ବଡ଼ ଭାଇର ପୂରା ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ

ନିଜ ବଡ଼ ଭାଇ ଓ ଭାଉଜଙ୍କ ସମେତ ଚ଼ାରି ଜଣଙ୍କୁ ହତ୍ୟା କରିଛି ଯୁବକ । ତା’ ନୃଶଂସତାରୁ ବାଦ୍ ଯାଇ ନାହାନ୍ତି ତା’ର ପାଞ୍ଚ ବର୍ଷର ନିରୀହ ପୁତୁରା ଓ ସାତ ବର୍ଷର ଝିଆରି । ହତ୍ୟାକାଣ୍ଡ ସୁନ୍ଦରଗଡ଼ରେ ଚ଼ାଞ୍ଚଲ୍ୟ ଖେଳାଇଦେଇଛି ।

ସୁନ୍ଦରଗଡ଼ରେ ଗଡ଼ିଲା ୪ ଶବ: ବଡ଼ ଭାଇର ପୂରା ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ
ଘର ଅଗଣାରେ ଗଡ଼ୁଛି ଚ଼ାରିଟି ଶବ
  • News18 Odia
  • Last Updated: February 16, 2020, 3:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାଉରକେଲା: ଜମିବାଡ଼ିକୁ ନେଇ ପାରିବାରିକ ଆକ୍ରୋଶ ବଢ଼ି ବଢ଼ି ଶେଷରେ ଜଘନ୍ୟ ହତ୍ୟାକାଣ୍ଡର ରୂପ ନେଇଛଛି ସୁନ୍ଦରଗଡ଼ର ବଣାଇ ଅଞ୍ଚଳରେ । ଶିବନାଥପୁର ମୁସାପାଲିରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡରେ ଜଣେ ଯୁବକ ନିଜ ପରିବାରର ଚ଼ାରି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ।

ଘଟଣା ଘଟିଛି ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ । ହତ୍ୟାକାରୀ ସାନ ଭାଇ କାଳୀ ମୁଣ୍ଡାର ନୃଶଂସତାରୁ ବାଦ୍‌ ଯାଇ ନାହିଁ ତା’ ପାଞ୍ଚ ବର୍ଷର ପୁତୁରା । ମୃତକମାନେ ହେଲେ ବଡ଼ ଭାଇ କାନ୍ଦେ ମୁଣ୍ଡା, ତାଙ୍କ ସ୍ତ୍ରୀ ସୁମି ମୁଣ୍ଡା, ସାତ ବର୍ଷର ଝିଅ ମାଳନୀ ମୁଣ୍ଡା ଓ ପାଞ୍ଚ ବର୍ଷର ପୁଅ ମାରl ମୁଣ୍ଡା । ଗୋଟିଏ ପରିବାରର ଚ଼ାରିଟି ଶବ ଘର ଅଗଣାରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିବା ଦେଖି ସାରା ଗାଁରେ ଖେଳିଯାଇଛି ଦୁଃଖ ଓ ଭୟର ଛାୟା ।

ଚ଼ାରି ଜଣଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ କାଳୀ ମୁଣ୍ଡା ନିଜେ ଥାନାକୁ ଆସି ହତ୍ୟା ବିଷୟରେ ପୋଲିସକୁ କହିଥିଲା ଓ ସରେଣ୍ଡର୍‌ କରିଥିଲା ବୋଲି କହିଛନ୍ତି ରାଉରକେଲା ଅତିରିକ୍ତ ଏସପି ସୁରେଶ ଚନ୍ଦ୍ର ପାଠୀ ।

‘‘ଅଭିଯୁକ୍ତ ହତ୍ୟା ବିଷୟରେ କହିବା ପରେ ଥାନାରୁ ଏକ ଟିମ୍‌ ସେ ଗାଆଁକୁ ଯାଇ ଦେଖିଥିଲେ ଯେ ଚ଼ାରିଟି ଶବ ଘର ବାହାରେ ପଡ଼ିଛି । ଏସ୍‌.ପି. ନିଜେ ଘଟଣା ସ୍ଥଳକୁ ଯାଇଛନ୍ତି । ଅଭିଯୁକ୍ତକୁ ଅଟକ ରଖି ପଚ଼ରାଉଚ଼ରା କରାଯାଉଛି । ତଦନ୍ତ ଚ଼ାଲିଛି । ଯାହା ଲାଗୁଛି ପାରିବାରିକ କଳହକୁ ନେଇ ଏ ହତ୍ୟାକାଣ୍ଡ ହୋଇଛି,’’ କହିଛନ୍ତି ପାଠୀ ।

ମୃତ ଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଛି ପୋଲିସ । ଗ୍ରାମବାସୀମାନଙ୍କ କହିବା ଅନୁସାରେ ଜମିବାଡ଼ି ବଣ୍ଟାକୁ ନେଇ କାଳୀ ମୁଣ୍ଡା ଓ ତା’ ବଡ଼ ଭାଇ କାନ୍ଦେ ମୁଣ୍ଡା ମଧ୍ୟରେ ଅନେକ ଦିନରୁ କଳହ ହୋଇଆସୁଥିଲା । ପୋଲିସ ଗ୍ରାମବାସୀଙ୍କୁ ମଧ୍ୟ ପଚ଼ରାଉଚ଼ରା କରିବା ଆରମ୍ଭ କରିଛି ।
First published: February 16, 2020, 3:14 PM IST
corona virus btn
corona virus btn
Loading