ବାଲେଶ୍ୱର: ସ୍ତ୍ରୀର ଆଖି ଆଗରେ NH ଉପରେ ଟ୍ରକ୍ ଚକ ତଳେ ଚାପି ହୋଇ ସ୍ୱାମୀର ଜୀବନ ଗଲା

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ସାମନାରୁ ଆସୁଥିବା ଏକ ବାଇକ ଚାଳକଙ୍କ ଅସାବଧାନତା ଯୋଗୁଁ ବ୍ୟକ୍ତି ଜଣକ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ତାଙ୍କ ପାଖ ଦେଇ ଯାଉଥିବା ଏକ ଟ୍ରକର ପଛ ଚକ ତାଙ୍କ ଉପରେ ମାଡ଼ିଯାଇଥିଲା ।

ବାଲେଶ୍ୱର: ସ୍ତ୍ରୀର ଆଖି ଆଗରେ NH ଉପରେ ଟ୍ରକ୍ ଚକ ତଳେ ଚାପି ହୋଇ ସ୍ୱାମୀର ଜୀବନ ଗଲା
ଦୁର୍ଘଟଣା ପରେ ରାସ୍ତା କଡ଼କୁ ଛିଟକି ପଡ଼ିଥିବା ମୋଚର ସାଇକେଲ ।
  • News18 Odia
  • Last Updated: July 14, 2020, 12:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ସ୍ୱାମୀଙ୍କ ସହ ମୋଟର ସାଇକେଲରେ ବସି ଯାଉଥିବା ବେଳେ ସ୍ତ୍ରୀ କେବେ ଭାବି ନ ଥିଲେ ତାଙ୍କୁ ଜୀବନର ସବୁ ଠାରୁ ଦୁଃଖଦାୟକ ଦୃଶ୍ୟ ଦେଖିବାକୁ ହେବ । ଜାତୀୟ ରାଜପଥରେ ଏକ ଟ୍ରକର ଚକ ତଳେ ତାଙ୍କ ଆଖି ଆଗରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଲା ।

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ଅଞ୍ଚଳରେ । ୧୬ ନମ୍ଵର ଜାତୀୟ ରାଜପଥରେ ଝାଟିଆମାଳ ଛକ ନିକଟରେ ଏକ ଟ୍ରକ ତଳେ ଚାପି ହୋଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ମୃତ ବ୍ୟକ୍ତି ଭଦ୍ରକ ଅଞ୍ଚଳର ସେଖ୍‌ ହବିବୁର୍‌ ରେହମାନ୍‌ । ସେ ଓ ତାଙ୍କ ସ୍ତ୍ରୀ ହାଲିମା ବିବି ଗୋଟିଏ ବାଇକ ଯୋଗେ ସୋର ମୁବାରକପୁରରେ ଥିବା ନିଜ ଝିଅ ଘରୁ ବାହାରି ନିଜ ଘର ଭଦ୍ରକକୁ ଫେରୁଥିବା ବେଳେ ସିମୁଳିଆ ଝାଟିଆମାଳ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ଦୁର୍ଘଟଣା ପରେ ମୃତକଙ୍କ ପତ୍ନୀ ବସି କାନ୍ଦୁଛନ୍ତି ।


ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ସାମନାରୁ ଆସୁଥିବା ଏକ ବାଇକ ଚାଳକଙ୍କ ଅସାବଧାନତା ଯୋଗୁଁ ରେହମାନ୍‌ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ସେହି ସମୟରେ ତାଙ୍କ ପାଖ ଦେଇ ଯାଉଥିବା ଏକ ଟ୍ରକର ପଛ ଚକ ତାଙ୍କ ଶରୀରର ଉପର ଭାଗ ଉପରେ ମାଡ଼ିଯାଇଥିଲା । ଘଟଣା ସ୍ଥଳରେ ରେହମାନଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କ ସ୍ତ୍ରୀ ଆର ପାଖକୁ ପଡ଼ିଯାଇଥିବାରୁ ଟ୍ରକ୍‌ ଚକରୁ ରକ୍ଷାପାଇଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ସେ ବି ଆହତ ହୋଇ ସିମୁଳିଆ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ଦୁର୍ଘଟଣା ପରେ NHରେ କିଛି ଘଣ୍ଟା ଧରି ଜାମ୍ ରହିଥିଲା ।


ଯେଉଁ ଟ୍ରକର ଚକ ତଳେ ଏହି ଦୁର୍ଘଟଣା ହେଲା, ସେ ଟ୍ରକଟି ସେଇଠି ଠିଆ ହୋଇ ରହିଲା । ଦୁର୍ଘଟଣାଟି ଜାତୀୟ ରାଜପଥର ମଝି ଭାଗରେ ହୋଇଥିବାରୁ ଉଭୟ ପାର୍ଶ୍ଵର ରାସ୍ତା ଜାମ ହୋଇଥିଲା । ଖବର ପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଗାଡ଼ି ଚଳାଚଳ ସ୍ବାଭାବିକ କରାଇଥିଲା ।

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ମହାରାଷ୍ଟ୍ରରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଲା ଉତ୍ତର ପ୍ରଦେଶ ପୋଲିସ

ଏହା ବି ପଢ଼ନ୍ତୁ: ପଶ୍ଚିମ ବଙ୍ଗରେ ବିଜେପି MLAଙ୍କ ଝୁଲନ୍ତା ଶବ ଏକ ଦୋକାନ ସାମନାରେ ମିଳିଲା; ହତ୍ୟା ଅଭିଯୋଗ ଆସୁଛି

ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଗୋଟିଏ ପାର୍ଶ୍ଵରେ ଉଭୟ ପକ୍ଷରୁ ଗାଡ଼ି ଯିବା ଆସିବା କରୁଥିବାରୁ ଏ ଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
Published by: Anand Shankar Thankur Das
First published: July 14, 2020, 12:16 AM IST
corona virus btn
corona virus btn
Loading