ବାଲେଶ୍ୱର: ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଯୁବକ; ବର୍ଷେ ତଳେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା

ଲାଇଭ ଭିଡ଼ିଓରେ ହୋଇଥିବା ଏହି ଆତ୍ମହତ୍ୟାର ଭିଡିଓ ଅନେକଙ୍କ ମନରେ କଷ୍ଟ ଦେଇଛି । ଯୁବକ ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟାଇନରେ ରହିବା ପରେ କିଛି ଦିନ ତଳେ ଘରକୁ ଆସିଥିଲେ । ତାଙ୍କର ଦୁଇ ସାନ ସାନ ପିଲା ଅଛନ୍ତି ।

ବାଲେଶ୍ୱର: ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଯୁବକ; ବର୍ଷେ ତଳେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା
ପିତାମ୍ବର ଲେଙ୍କା; (ଡାହାଣ) ତାଙ୍କ ପତ୍ନୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ଵର: ଜଣେ ଯୁବକ ଫେସବୁକରେ ଲାଇଭ୍ ଭିଡିଓ କରି ନିଜ ହାତରେ ନିଜ ଜୀବନ ନେଇଛନ୍ତି । ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରୁଥିବାର ଏହି ଭିଡିଓ ଏବେ ସେମିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଓ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ମିଟୁଆଣୀ ଗ୍ରାମରେ । ଗ୍ରାମର ପିତାମ୍ବର ଲେଙ୍କା ଶନିବାର ଦିନ ଲାଇଭ ଭିଡିଓ କରି ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଛନ୍ତି । ବର୍ଷେ ତଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏବେ ତାଙ୍କର ଦୁଇ ସାନ ସାନ ପିଲା ସମ୍ପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ୍‌ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି। ସେ ନିଜ ଘରେ ଆଜବେଷ୍ଟସ ସିଲିଂରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଲାଇଭ ଭିଡ଼ିଓରେ ହୋଇଥିବା ଏହି ଆତ୍ମହତ୍ୟାର ଭିଡିଓ ଅନେକଙ୍କ ମନରେ କଷ୍ଟ ଦେଇଛି । କିଛି ସମୟ ଛଟପଟ ହେବାପରେ ଯୁବକଙ୍କ ଶରୀର ନିସ୍ତେଜ ହୋଇଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଫେସବୁକ୍‌ ଲାଇଭରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ବିଷୟରେ ତାଙ୍କ ଘର ଲୋକେ ଜାଣିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ତେବେ କଣ ପାଇଁ  ପିତାମ୍ବର ଏଭିଳ ଚରମ ପଦକ୍ଷେପ ନେଲେ ଓ କାହିଁକି ଏହାର ଲାଇଭ୍‌ ଫେସବୁକରେ କଲେ ତା’ର କାରଣ ଜଣା ପଡ଼ିନାହିଁ । ଯୁବକ ଜଣଙ୍କ ତିଗିରିଆ ଅଞ୍ଚଳରୁ ବିବାହ କରିଥିଲେ । ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ସର୍ବଦା ଉଦାସୀନ ରହୁଥିଲେ ବୋଲି ଗ୍ରାମବାସୀମାନେ କହିଛନ୍ତି ।

ଫେସବୁକରେ ଜୁନ୍ ୧୫ ତାରିଖରେ ପିତାମ୍ବର କରିଥିବା ଏକ ପୋଷ୍ଟ


ପିତାମ୍ବର ରାଜ୍ୟ ବାହାରେ ରହି କାମ କରୁଥିଲେ । ସେ କିଛି ଦିନ ତଳେ ବାଲେଶ୍ୱର ଫେରିଥିଲେ ଓ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ପରେ ଘରକୁ ଆସିଥିଲେ । ସବୁ ଠାରୁ ବଡ଼ କଥା ହେଲା ଯୁବକ ତାଙ୍କ ଫେସବୁକ ଆକାଉଣ୍ଟରେ କିଛି ଦିନ ତଳେ ତାଙ୍କ ସ୍ତ୍ରୀଙ୍କୁ ମନେ ପକାଉଥିବା ଏକ ପୋଷ୍ଟ କରିବା ସହିତ ଶୀଘ୍ର ଦେଖା ହେବ ବୋଲି ସେଥିରେ ଲେଖିଥିଲେ । ସ୍ତ୍ରୀଙ୍କ ବିନା ତାଙ୍କ ଜୀବନର ମାନେ ନାହିଁ ବୋସି ଲେଖିଥିଲେ ସେ । ସ୍ତ୍ରୀଙ୍କ ସହ ନିଜର ଏକ ଫଟୋ ବି ସୋସିଆଲ ମିଡ଼ିଆରେ ଛାଡିଥିଲେ ସେ ।

‘‘ଘରକୁ ଫେରିବା ପରେ ପିତାମ୍ବର ସବୁ ବେଳେ ଚୁପଚାପ ରହୁଥିଲେ । ବେଶୀ କାହା ସହିତ କଥାବାର୍ତ୍ତା କରୁନଥିଲେ । ସ୍ତ୍ରୀଙ୍କ ମୃତ୍ୟୁ ପରେ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିବାରୁ ସେ ଏଭଳି କରିଥାଇ ପାରନ୍ତି । ହେଲେ ଫେସବୁକରେ ଲାଇଭ କରି ଆତ୍ମହତ୍ୟା କାହିଁକି କଲେ ପୋଲିସ ତଦନ୍ତରୁ ତାହା ସ୍ପଷ୍ଟ ହେବ । ଆତ୍ମହତ୍ୟା ପୂର୍ବରୁ ଛୋଟ ଛୋଟ ପିଲା ଦୁହିଁଙ୍କ ସମ୍ପର୍କରେ ତାଙ୍କର ଚିନ୍ତା କରିବାର ଥିଲା,’’ କହିଛନ୍ତି ତାଙ୍କର ଜଣେ ପଡ଼ୋଶୀ ।

ଏ ନେଇ ଖଇରା ଥାନା ପୋଲିସ କୌଣସି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ପରିବାର ପକ୍ଷରୁ ଏ ଯାଏଁ କୌଣସି ଅଭିଯୋଗ ହୋଇନାହିଁ । ପୋଲିସ ଭିଡ଼ିଓ ଦେଖିବା ପରେ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ: ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ

ଏହା ବି ପଢ଼ନ୍ତୁ: ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ହେଲେ; ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି

ଜଣେ ପୋଲିସ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ପିତାମ୍ବର ନିଜ ସ୍ତ୍ରୀ ନ ଥିବା ଦୁଃଖରେ ଆତ୍ମହତ୍ୟା କରିଛି । ‘‘ହେଲେ ଏଭଳି ଫେସବୁକ ରେ ଲାଇଭ କରିବା କାରଣ ଜଣା ପଡ଼ିନି । ସ୍ତ୍ରୀର ମୃତ୍ୟୁର ବର୍ଷକ ପରେ ହଠାତ ଆତ୍ମହତ୍ୟା କରିବାର କାରଣ ଆଉ କିଛି ବି ଥାଇପାରେ । ବିଭିନ୍ନ ଦିଗରୁ ଆମେ ତଦନ୍ତ ଆରମ୍ଭ କରିଛୁ । ଶୀଘ୍ର ସତ୍ୟ ସାମ୍ନାକୁ ଆସିବ,’’ ସେ କହିଛନ୍ତି ।

ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି ସାହାଯ୍ୟ ଆବଶ୍ୟକ କରନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) ) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।
Published by: Anand Shankar Thankur Das
First published: July 12, 2020, 8:38 PM IST
corona virus btn
corona virus btn
Loading