ଢେଙ୍କାନାଳ: ହୋଟେଲ ରୁମରେ ନାବାଳିକାଙ୍କ ସହ ରହିଲେ ଯୁବକ; ରାତି ଅଧରେ ‘ଆତ୍ମହତ୍ୟା’ କଲେ

ମୃତ ଯୁବକଙ୍କ ଭାଇ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ, ବରଂ ଏକ ହତ୍ୟା । ଏଥିରେ ସେହି ନାବାଳିକାଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ମୃତ ଯୁବକଙ୍କ ପାଖରେ ୨୦୦ ଗ୍ରାମ ସୁନା ଓ ଏକ ଲକ୍ଷ ଟଙ୍କା ଥିଲା ବୋଲି ସେ କହିଛନ୍ତି ।

ଢେଙ୍କାନାଳ: ହୋଟେଲ ରୁମରେ ନାବାଳିକାଙ୍କ ସହ ରହିଲେ ଯୁବକ; ରାତି ଅଧରେ ‘ଆତ୍ମହତ୍ୟା’ କଲେ
ହୋଟେଲ ରୁମରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି
  • News18 Odia
  • Last Updated: September 2, 2020, 7:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଢେଙ୍କାନାଳ ସହରର ଦକ୍ଷିଣକାଳୀ ରୋଡ଼ରେ ଥିବା ଶକୁନ୍ତଳା ହୋଟେଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ସେ ନିଜ ପରିଚିତ ଜଣେ ନାବାଳିକାଙ୍କ ସହ ଗତ ରାତିରେ କଟକରୁ ଫେରୁଥିବା ବେଳେ ସେଇଠି ରହିଥିଲେ । ସେ ଓ ତାଙ୍କ ଭାଇ ସୁନା ଦୋକାନ ଚଳାଉଥିଲେ । କଟକରୁ ଫେରିବା ବେଳେ ତାଙ୍କ ପାଖରେ ଥିବା ସୁନା ଓ ଟଙ୍କା ଚୌଦ୍ୱାର ପାଖରେ ଦୁଇ ଜଣ ଲୋକ ଲୁଟି ନେଇଥିବା କହିଛନ୍ତି ନାବାଳିକା ।

ମୃତ ଯୁବକ ପଶ୍ଚିମ ବଙ୍ଗ ଦୀଘା ଅଞ୍ଚଳର ବିଜୁ ମାଇତି । ସେ ଢେଙ୍କାନାଳ ଭୁବନରେ ସୁନା କାରିଗର ଭାବେ କାମ କରୁଥିଲେ  । ତାଙ୍କ ସହ ଥିବା ନାବାଳିକା ନିଜକୁ ତାଙ୍କର ଧରମ ଭଉଣୀ ବୋଲି ପରିଚୟ ଦେଇଛନ୍ତି । ସେମାନେ ଗୋଟିଏ ଘରେ ରେଣ୍ଟରେ ରହୁଥିଲେ । ଦୁହେଁ ମଙ୍ଗଳବାର ରାତିରେ ଏକ ବାଇକରେ କଟକରୁ ଫେରି ପରସ୍ପରକୁ ଏକ କପ୍ଲ ବୋଲି ପରିଚୟ ଦେଇ ହୋଟେଲରେ ରହିଥିଲେ । ମିଳିଥିବା ସୂଚନା ଅନୁସାରେ ଉଭୟେ ଭୁବନରୁ ସୁନା ଗହଣା ବଦଳାଇବାକୁ କଟକ ଯାଇ ଫେରିଥିଲେ ।

‘‘ଚୌଦ୍ୱାର ପାଖରେ ଦୁଇ ଜଣ ଲୋକ ଗୋଟେ ବାଇକରେ ଆସି ଛୁରୀ ଦେଖାଇ ତାଙ୍କ ଠାରୁ ସୁନା ଓ ଟଙ୍କା ଲୁଟିନେଲେ । ମୁଁ ତାଙ୍କୁ FIR ଦେବାକୁ କହିଲି, ହେଲେ ସେ ମନା କଲେ । କହିଲେ ପଛକୁ ଥାନା ଆଡ଼କୁ FIR ଦେବାକୁ ଗଲେ ସେମାନେ ମାରିଦେବେ । ତେଣୁ ପଳେଇଆସିଲୁ । ଭୁବନ ନ ଯାଇ ରାତିରେ ହୋଟେଲରେ ରହିଯିବାକୁ ସେ କହିଲେ । ତେଣୁ ରହିଯାଇଥିଲୁ,’’ କହିଛନ୍ତି ନାବାଳିକା ।

ମୃତ ଯୁବକଙ୍କ ଭାଇ


ଯୁବକ ଆତ୍ମହତ୍ୟା କରିଥିବା ନାବାଳିକା ରାତି ପାଖାପାଖି ୩ଟା ବେଳେ ଦେଖିଲେ ବୋଲି କହିଛନ୍ତି । ‘‘ବାଥରୁମ୍‌ ଯିବା ପାଇଁ ଉଠିବା ବେଳେ ମୁଁ ଦେଖିଲି । ମୁଁ ତା’ପରେ ମୋ’ ବାବାଙ୍କୁ ଫୋନ୍‌ କଲି । ହୋଟେଲର ଲୋକଙ୍କୁ ଉଠାଇ ତାଙ୍କୁ ହସପିଟାଲ ନେବାକୁ ଗାଡ଼ିଟିଏ ଠିକ୍‌ କରିଦେବାକୁ କହିଲି । ହେଲେ କେହି ସହଯୋଗ କଲେନି,’’ କହିଛନ୍ତି ନାବାଳିକା ।

ହୋଟେଲ ରୁମରେ ଯୁବକ ମଦ ବି ପିଇଥିଲେ । ତାଙ୍କୁ ଭୁବନ ଯିବାର ଥିଲା ହେଲେ ୟେଠାକୁ ନ ଯାଇ ହୋଟେଲରେ ରହିବାର କାରଣ ବିଷୟରେ ନାବାଳିକା କହିଛନ୍ତି, ‘‘ତାଙ୍କ ହାତରେ କଷ୍ଟ ହେଉଥିଲା । ସେ ଆଉ ଅଧିକ ଗାଡ଼ି ଚଳେଇ ପାରିବେନି ବୋଲି କହିଲେ । ହୋଟେଲକୁ ଆଣିଲେ ।’’

ନାବାଳିକାଙ୍କ ବାପା


ହୋଟେଲର ମ୍ୟାନେଜର ବ୍ରହ୍ମାନନ୍ଦ ମଲ୍ଲିକ କହିଛନ୍ତି ସେ ମୃତ ଯୁବକଙ୍କୁ ପୂର୍ବରୁ ଭଲ କରି ଚିହ୍ନନ୍ତି । ‘‘ସେ ଦୁଇ ଜଣ ରାତିରେ ଆସି କହିଲେ ରାତିକ ଏଇଠି ରହି ସକାଳେ ଚାଲିଯିବେ । ତେଣୁ ବର୍ତ୍ତମାନର କରୋନା କଟକଣା ସମୟରେ ବି ମୁଁ ରଖିଲି । ଦୁହେଁ ସ୍ୱାମୀସ୍ତ୍ରୀ ବୋଲି ପରିଚୟ ଦେଇଥିଲେ,’’ କହିଛନ୍ତି ମଲ୍ଲିକ ।

ମୃତ ଯୁବକଙ୍କ ଭାଇ ରାଜକୁମାର ମାଇତି କହିଛନ୍ତି ଯେ ତାଙ୍କ ଭାଇ ଆତ୍ମହତ୍ୟା କରିନାହିଁ । ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି ଓ ଏଥିରେ ସେହି ନାବାଳିକାଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ | ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ | କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

ରାଜକୁମାର ମାଇତି କହିଛନ୍ତି ଯେ ତାଙ୍କ ଭାଇ ବିଜୁଙ୍କ ପାଖରେ ୨୦୦ ଗ୍ରାମ ସୁନା ଓ ଏକ ଲକ୍ଷ ଟଙ୍କା ଥିଲା । ହେଲେ ନାବାଳିକା କହିଛନ୍ତି ଯେ ବିଜୁଙ୍କ ପାଖରେ ୧୧ ଗ୍ରାମ ସୁନା ଓ ଦଶରୁ ୧୫ ହଜାର ଟଙ୍କା ଥିଲା ।



ନାବାଳିକାଙ୍କ ବାପା ହୃଷିକେଷ ସାହୁ କହିଛନ୍ତି ଯେ ମୃତ ଯୁବକ ବିଜୁ ତାଙ୍କର ଧରମ ପୁଅ ଥିଲେ ଓ ତାଙ୍କ ପରିବାରର ଖୁବ୍‌ ପ୍ରିୟ ଥିଲେ । ଢେଙ୍କାନାଳ ଟାଉନ୍‌ ଥାନା IIC ନମିତା ନାୟକ କହିଛନ୍ତି ଯେ ସମଗ୍ର ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।
Published by: Anand Shankar Thankur Das
First published: September 2, 2020, 7:33 PM IST
corona virus btn
corona virus btn
Loading