News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀର ମଞ୍ଚେଶ୍ୱର ଜରିପାଟଣା ନିକଟସ୍ଥ କୁଆଖାଇ ନଦୀ ପଠାର ବାଲି ଭିତରୁ ଗୁରୁବାର ଦିନ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ପୋତାହୋଇଥିବା ଅବସ୍ଥାରେ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଯୁବକଙ୍କ ପରିଚୟ ଏ ଯାଏଁ ମିଳି ନ ଥିବା ବେଳେ ତାଙ୍କ ମୃତ୍ୟୁ ତିନି ଚାରି ଦିନ ତଳେ ହୋଇଥିବା ସନ୍ଦେହ କରୁଛି କମିଶନରେଟ ପୋଲିସ ।
ମୃତ ଯୁବକ ଜଣଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହେବ । ତାଙ୍କ ଉଚ୍ଚତା ୫ ଫୁଟ ୮ ଇଞ୍ଚ ଓ ଓଜନ ୪୬ କେଜି ହେବ ବୋଲି ଅନୁମାନ କରୁଛି କମିଶନରେଟ ପୋଲିସ । ମୃତ ଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଇ ଦିଆଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେ ‘ସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା“ବୁଧବାର ସନ୍ଧ୍ୟାରେ ମୃତ ଦେହର ହାତ ବାଲି ଉପରକୁ ବାହରି ପଡି଼ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଲି ଭିତରେ ଏକ ମୃତ ଦେହ ପୋତି ହୋଇ ରହିଥିବା ଜାଣିବାକୁ ପାଇଥିଲା । ମୃତ ଦେହର ମୁଣ୍ଡର କିଛି କେଶ ମଧ୍ୟ ବାହାରକୁ ଦିଶୁଥିଲା । ପରେ ରାତିରେ ପୋଲିସ୍ ଟିମ୍ ସେଠାରେ କ୍ୟାମ୍ପ୍ କରି ମୃତ ଦେହକୁ ଜଗି ରହିଥିଲା । ଆଜି (ଗୁରୁବାର) ତାକୁ ବାହାର କରାଯାଇଛି,” କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।

ବାଲି ଭିତରୁ ପୋଲିସ ପୂରା ମୃତ ଦେହ ବାରାକ କରିଥିଲା ।
ଗୁରୁବାର ସକାଳୁ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଲୋକ ଗହଳିକୁ ଦୂରେଇ ରଖିବା ପାଇଁ ଘଟଣା ସ୍ଥଳର ଚାରି ପାଖକୁ ବାରିକେଡ୍ କରି ଜଗିଥିଲା ପୋଲିସ । ପୋଲିସ ବାଲି ଖୋଳିଥିଲା ଓ ମୃତ ଦେହକୁ ବାହାରକୁ ଆଣିଥିଲା । ମୃତ ଦେହ ପଦାକୁ ଆସିବା ପରେ ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁ ଥିଲା ।
ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଓ ଜୋତା ଧୁଅନ୍ତି“ମୃତ ଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଏମ୍ସକୁ ପଠାଯାଇଛି । ମୃତ ଦେହର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ସାଇଣ୍ଟିଫିକ୍ ଟିମର ତଥ୍ୟ ଅନୁସାରେ ତିନିରୁ ଚାରି ଦିନ ତଳେ ଏହି ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତାଙ୍କର ମୁହଁର କିଛି ଅଂଶ ନଷ୍ଟ ହୋଇଯାଇଥିବାରୁ ଚିହ୍ନବା ସମ୍ଭବ ହୋଇ ପାରୁନି । ଯୁବକ ଜଣଙ୍କ ବୟସ ୧୮ରୁ ୨୫ବର୍ଷ ମଧ୍ୟରେ ହେବ । ସେ ଏକ କଳା ରଙ୍ଗର ଟ୍ରାକ୍ ପ୍ୟାଣ୍ଟ୍ ଓ ଧଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି । ପାରିପାଶ୍ୱର୍କ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟା ହୋଇଥିବା ସନ୍ଦେହ ହେଉଛି,’’ କହିଛନ୍ତି ଡିସିପି ଦାଶ ।
ଏହା ବି ପଢ଼ନ୍ତୁ | କରୋନା ପିଲାମାନଙ୍କ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ କି? ଜାଣନ୍ତୁ ବିଶେଷଜ୍ଞମାନଙ୍କ ମତଯୁବକଙ୍କ ମୃତ୍ୟୁ ପଛରେ ଭରି ରହିଛି ଅନେକ ସସପେନ୍ସ । ମୃତ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ଯୁବକ ଜଣଙ୍କ ମୃତ୍ୟୁ କେମିତି ହୋଇଛି ତାହା ପୋଲିସ ଏ ପର୍ଯ୍ୟନ୍ତ ଜାଣିପାରିନି । ଏଥି ପାଇଁ ପୋଲିସ ମୃତ ଦେହର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ।
ଏହା ବି ପଢ଼ନ୍ତୁ | ପ୍ରତି ପରିବାରରୁ ଜଣେ ଲୋକକୁ କେନ୍ଦ୍ର ସରକାର ଚାକିରି ଦେଉଛନ୍ତି? ଜାଣନ୍ତୁ ଭାଇରାଲ୍ ଖବରର ସତଡିସିପି ଦାଶ ଆହୁରି କହିଛନ୍ତି, “ମୃତ ଦେହର ପରିଚୟ ପାଇଁ ଆମେ ସବୁ ଥାନାରେ ମିସିଂ ରିପୋର୍ଟକୁ ତର୍ଜମା କରୁଛୁ । ମିସିଂ ଓ କିଡନ୍ୟାପ୍ ସେଲକୁ ମଧ୍ୟ ଆଲର୍ଟ କରାଯାଇଛି । ପ୍ରାଥମିକ ତଦନ୍ତରୁ ଆମେ ଜାଣିବାକୁ ପାଇଛୁ ଯେ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ନୁହଁନ୍ତି । ତେଣୁ ତାଙ୍କ ପରିଚୟ ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର୍ ଲଗାଯିବ ।’’
କୁଆଖାଇ ନଦୀ ପଠାରେ ଏ ଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ଏଠାରେ ହତ୍ୟାକାଣ୍ଡ ହେଉ ବା ମୃତ ଦେହ ମିଳିବା ଘଟଣାର ନଜୀର ରହିଛି । ସେହି ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।