ସାପ କାମୁଡ଼ିବାରୁ ରାଗ ସୁଝାଇଲେ ଯୁବକ; ସାପକୁ ମାରି ବେକରେ ଧରି ବୁଲିଲେ ଗାଁ

ବିଲ ହିଡରେ କିଛି କାମୁଡିବା ଭଳି ଲାଗିବାରୁ କଙ୍କଡା ଭାବି ସାପର ମୁଣ୍ଡକୁ ଧରିପକାଇଥିଲେ ଯୁବକ। ସାପଟିକୁ ଧରିବା ପରେ ସାପଟି ହାତରେ ଗୁଡାଇ ହୋଇ ଯିବାରୁ ସଲିମ ସାପର ବେକକୁ କାମୁଡ଼ି ଦେଇଥିଲେ।

ନାଗକୁ କାମୁଡ଼ି ମାରିଦେଲେ ଯୁବକ

ନାଗକୁ କାମୁଡ଼ି ମାରିଦେଲେ ଯୁବକ

  • News18 Odia
  • Last Updated :
  • Share this:
News 18 Odia Digital

ବାଲେଶ୍ଵର:  ଲୋକମାନେ ସାଧାରଣତ ସାପକୁ ଭୟ କରନ୍ତି ଏବଂ ସାପ ଦେଖିଲା ପରେ ତାଠୁ ଦୁରରେ ରୁହନ୍ତି। କାରଣ ସାପ କାମୁଡ଼ିବାର ମାତ୍ର କିଛି ମିନିଟରେ ଜଣେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ। ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶଚର୍ଯ୍ୟ ହେବେ। ଏପରି ଘଟଣା ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦରଡ଼ା ଗାଁ ରେ ଘଟିଛି।  ସୂଚନା ମୁତାବକ ଗ୍ରାମର ସଲିମ ତାନ୍ତ୍ରିକ ନାମକ ଯୁବକଙ୍କୁ ବିଲରେ ବିଷାକ୍ତ ନାଗ ସାପକାମୁଡିବାରୁ ଯୁବକ ଜଣକ ସାପକୁ କାମୁଡି ମାରି ବେକରେ ପକାଇ ବୁଲିଥିଲେ । ଏହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଘଟଣା ସମ୍ପୂର୍ଣ୍ଣ ସତ। ସଲିମଙ୍କ ଏଭଳି ପାଗଳାମି ଦେଖି ଲୋକେ ପ୍ରଥମେ ଆତଙ୍କିତ ମଧ୍ୟ ହୋଇପଡ଼ିଥିଲେ।

ତେବେ ବିଲ ହିଡରେ ତାଙ୍କୁ କିଛି କାମୁଡିବା ଭଳି ଲାଗିବାରୁ ସେ କଙ୍କଡା ଭାବି ସାପର ମୁଣ୍ଡକୁ ଧରିପକାଇଥିଲେ । ସାପଟିକୁ ଧରିବା ପରେ ସାପଟି ହାତରେ ଗୁଡାଇ ହୋଇ ଯିବାରୁ ସଲିମ ସାପର ବେକକୁ କାମୁଡ଼ି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ସାପଟିମରିଯାଇଥିଲା । ହେଲେ ଏତିକିରେ ଅଟକି ନଥିଲେ ସଲିମ, ବରଂ ସଲିମ ସାପଟିକୁ ବେକରେ ଗୁଡ଼ାଇ ସାଇକେଲ ଯୋଗେ ବଜାର ଦେଇଗ୍ରାମକୁ ଆସିଥିଲେ ଯାହାକୁ ଅନେକ ଲୋକ ଦେଖିବା ସହିତ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ଏବେ ଏହି ଭିଡିଓ ଭାଇରାଲ ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ବଡ଼କଥା ହେଉଛି ସଲିମ ଏବେବି ସାପ କାମୁଡ଼ିବାକୁ ନେଇ ଡାକ୍ତରଖାନା ଯାଇ ନାହାନ୍ତି କି ଡାକ୍ତର ମଧ୍ୟ ଦେଖାଇ ନାହାନ୍ତି।  ସେ ନିଜେ ଘରେ ରହି ଝଡ଼ାଫୁଙ୍କା କରି ଚିକିତ୍ସା କରୁଥିବା କହିଛନ୍ତି ।ତେବେ ଆଧୁନିକ ଯୁଗରେ ସମାଜରେ ଯୁବକଙ୍କ ଏଭଳି କାଣ୍ଡକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବାବେଳେ କିଛି ଲୋକ ଦେଖି ମନୋରଞ୍ଜନ ମଧ୍ୟ କରିଥିଲେ । " ଏନେଇ ଅଶ୍ୱିନୀ ସାହୁ ପରିବେଶବିତ କହିଛନ୍ତି , ପ୍ରଥମତଃ ଆଜି ଦିନରେ ସାପ କାମୁଡିବା ଜାଣିଲେ ଡାକ୍ତରଙ୍କ ନିକଟକୁ ଯାଇ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ । ଯଦି ଭୁଲ ରେ ସାପଟିକୁ ଧରି ପକାଇଛନ୍ତି ଏପରି ନିର୍ମମ ଭାବରେ ତାକୁ ମାରିବା ଓ ସର୍ବସାଧାରଣ ରେ ଧରି ବୁଲିବା କୌଣସି ସାହାସିକତା କାର୍ଯ୍ୟ ନୁଁହେ ବରଂ ନିନ୍ଦନୀୟ । ଶିକ୍ଷିତ ସମାଜରେ ଏହାକୁ ବିରୋଧ କରିବା ଆବଶ୍ୟକ ।  "
Published by:Soumyashree Mishra
First published: