ବାଲେଶ୍ୱର: ବଡ଼ ଭାଇର ହତ୍ୟାକାରୀ ଫେରାର ଥିଲା; ପାଞ୍ଚ ବର୍ଷ ପରେ ପରିବା ଦୋକାନରେ ଧରା ପଡ଼ିଲା

ପାଞ୍ଚ ବର୍ଷ ଭିତରେ ପାଞ୍ଚ ଜଣ ଥାନା ଅଧିକାରୀ ଓ ଦୁଇ ଜଣ SPଙ୍କ ସମେତ ଅନେକ ତଦନ୍ତକାରୀ ଅଫିସରଙ୍କ ବଦଳି ହୋଇଛି । ସମସ୍ତଙ୍କୁ ନ୍ୟାୟ ପାଇଁ ମୃତକଙ୍କ ପତ୍ନୀ ଅନୁରୋଧ କରିଥିଲେ । ବଡ଼ ଭାଇକୁ ହତ୍ୟାକରି କୂଅରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା ସାନ ଭାଇ ।

ବାଲେଶ୍ୱର: ବଡ଼ ଭାଇର ହତ୍ୟାକାରୀ ଫେରାର ଥିଲା; ପାଞ୍ଚ ବର୍ଷ ପରେ ପରିବା ଦୋକାନରେ ଧରା ପଡ଼ିଲା
ମୃତ ସୁଦୀପ୍ତ ମହାନ୍ତିଙ୍କ ଏକ ଫଟୋ ସହ ତାଙ୍କ ପତ୍ନୀ ସସ୍ମିତା
  • News18 Odia
  • Last Updated: August 9, 2020, 10:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ରାଉତରାୟପୁର ଗ୍ରାମରେ ହୋଇଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତକୁ ପାଞ୍ଚ ବର୍ଷ ପରେ ଧରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଅନୁସାରେ ୨୦ ଏପ୍ରିଲ ୨୦୧୫ ମସିହାରେ ରାଉତରାୟପୁର ଗ୍ରାମର ଲକ୍ଷ୍ମିଧର ମହାନ୍ତିଙ୍କ ବଡ଼ ପୁଅ ସୁଦୀପ୍ତଙ୍କ ମୃତ ଦେହକୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରଯାଇଥିଲା । ପ୍ରଥମେ ପୋଲିସ ଏହାକୁ ଏକ ଆତ୍ମହତ୍ଯା ବୋଲି ଭାବି ତଦନ୍ତ କରୁଥିଲା ହେଲେ ମୃତକଙ୍କ ସ୍ତ୍ରୀ ଏହା ଏକ ହତ୍ୟା ବୋଲି ବାରମ୍ବାର ଦାବି କରିଥିଲେ । ଯେତେବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଥିଲା ସେତବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣା ପଡ଼ିଥିଲା । ପ୍ରଥମେ ମୁଣ୍ଡକୁ ଗଭୀର ଆଘାତ କରି ହତ୍ୟା କରିବା ପରେ କୂଅକୁ ଶବ ଫିଙ୍ଗି ଦିଆଯାଇଥିବା ପୋଲିସ ଜାଣିବାକୁ ପାଇଥିଲା।

ଏହା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ସୁଦିପ୍ତଙ୍କ ହତ୍ୟାକାରୀ ତାଙ୍କ ସାନ ଭାଇ ସଞ୍ଜୀବ ଥିବା ସ୍ପଷ୍ଟ ହୋଇଥିଲା । ଏହା ପରେ  ପୋଲିସ ସଂଜୀବକୁ ଗିରଫ କରିବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲା।

ବାରମ୍ବାର ପୋଲିସ ପକ୍ଷରୁ ଚେଷ୍ଟା କରିବା ପରେ ମଧ୍ୟ ସଞ୍ଜୀବ ଫେରାର ହୋଇ ଯାଉଥିବା କୁହାଯାଇଥିଲା। ତତ୍କାଳୀନ ସୋର ଥାନା ଅଧିକାରୀ ଏନେଇ ସେତେବେଳେ କହିଥିଲେ ସଞ୍ଜୀବକୁ ଗିରଫ ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ କରାଯାଉଛି  କିନ୍ତୁ ପୋଲିସକୁ କୌଣସି ସଫଳତା ମିଳିନଥିଲା।

ହତ୍ୟାକାରୀ ସାନ ଭାଇ ସଞ୍ଜୀବ ମହାନ୍ତି


ଏହା ଭିତରେ ପାଞ୍ଚ ବର୍ଷ ସମୟ ବିତିଯାଇଥିଲା । ଏହି ପାଞ୍ଚ ବର୍ଷରେ ପାଞ୍ଚରୁ ଅଧିକ ବାର ସୋର ଥାନା ଅଧିକାରୀ ଓ ଦୁଇ ଜଣ SP ବଦଳି ହୋଇ ଯାଇଛନ୍ତି ଆଉ ସଞ୍ଜୀବକୁ ଧରିବା ପାଇଁ ସୁଦୀପ୍ତଙ୍କ ସ୍ତ୍ରୀ ସମସ୍ତ ଥାନା ଅଧିକାରୀଙ୍କୁ ଅନୁରୋଧ କରିବା ସହିତ SP ଓ ଆଇଜି ସମସ୍ତଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ସଞ୍ଜୀବ ପୋଲିସ ଜାଲରେ ପଡ଼ି ନଥିଲା ।

ତେବେ ସୁଦୀପ୍ତଙ୍କ ପତ୍ନୀ ସସ୍ମିତା କିଛି ଦିନ ତଳେ ନୂଆ କରି ସୋର ଥାନାରେ ଯୋଗ ଦେଇଥିବା ମଧୁମିତା ମହାନ୍ତିଙ୍କୁ ଦେଖା କରି ୫ ବର୍ଷ ତଳର ଘଟଣା କହିବା ସହିତ ପୋଲିସ ତାକୁ ଜାଣି ଶୁଣି ଫେରାର ଦର୍ଶାଇଥିବା ଓ  ଅଭିଯୋଗକାରୀ ଚାପରେ ଗିରଫ କରୁନଥିବାର  ଅଭିଯୋଗ କରିବା ସହିତ ଥାନା ଅଧିକାରୀଙ୍କୁ ଗିରଫ ନେଇ ପୁନର୍ବାର ଅନୁରୋଧ କରିଥିଲେ।

ଏହା ବି ପଢ଼ନ୍ତୁ | ରାଜସ୍ଥାନରେ ଏକ ପାକିସ୍ତାନୀ ଶରଣାର୍ଥୀ ପରିବାରର ୧୧ ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ଆଇଆଇସି ମଧୁମିତା ମହାନ୍ତି ପୁରୁଣା ଫାଇଲ ଖୋଲି ଅଭିଯୁକ୍ତ ସଞ୍ଜୀବକୁ ଧରିବା ପାଇଁ ଜାଲ ବିଛାଇଥିଲେ । ସଞ୍ଜୀବ ପରିବା କିଣିବାକୁ ଆସିଥିବା ବେଳେ ପୋଲିସ ସଞ୍ଜୀବକୁ କାବୁ କରିବାକୁ ସକ୍ଷମ ହୋଇଥିଲା।



ହତ୍ୟାକାଣ୍ଡର ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ସବୁବେଳେ ନ୍ୟାୟ ପାଇବାର ଆଶା ହରାଇ ନ ଥିଲେ ସସ୍ମିତା।"ସୁଦୀପ୍ତ ଙ୍କ ପତ୍ନୀ ସସ୍ମିତା ଏନେଇ କହିଛନ୍ତି ମୁଁ ଥାନାଠାରୁ ଆରମ୍ଭ କରି SP ଅଫିସ ଆଇଜି ଅଫିସକୁ ଦୌଡୁ ଥିଲି । ଅଭିଯୁକ୍ତ ମୋ ଆଗରେ ବୁଲୁଥିଲା ହେଲେ କେହିବି ତାକୁ ଗିରଫ କରୁନଥିଲେ । ହେଲେ ମୋର ସବୁବେଳେ ଆଶାଥିଲା ଦିନେ ନା ଦିନେ ମୋତେ ନ୍ୟାୟ ମିଳିବ । ଆଉ SP ସୁଧାଂଶୁ ମିଶ୍ରଂକୁ ଭେଟିବା ପରେ ସେ ନୂଆ ଆଇଆଇସିଙ୍କୁ ଏନେଇ କହିବା ସହିତ ମୋତେ ତାଙ୍କୁ ଦେଖା କରିବାକୁ କହିଥିଲେ ଆଉ ସୋର ଥାନା ଅଧିକାରୀ ସବୁ ଶୁଣିବା ପରେ ଗତକାଲି ଅଭିଯୁକ୍ତ କୁ ଗିରଫ କରିଛନ୍ତି । "
Published by: Jagdish Barik
First published: August 9, 2020, 10:31 PM IST
corona virus btn
corona virus btn
Loading