News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଏକ ଗହଣା ଦୋକାନକୁ ଠକିଥିବା ଜଣେ ଏମ୍.ବି.ଏ. ପଢୁଆ ହାଇ-ପ୍ରୋଫାଇଲ୍ ଠକକୁ ଗିରଫ କରିଛି କମିସନରେଟ ପୋଲିସ । ମୁମ୍ବାଇ ଅନ୍ଧେରୀ ଅଞ୍ଚଳର ବାସିନ୍ଦା ଅଭିଯୁକ୍ତ ରାଜୀବ ପ୍ରଭାସ ଗୁପ୍ତା (୩୭) ଭୁବନେଶ୍ୱରର ଏକ ଜୁଏଲେରି ସୋରୁମକୁ ଡିଜିଟାଲ୍ ଟ୍ରାଞ୍ଜେକ୍ସନ୍ ନାଁରେ ଏକ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । କମିସନରେଟ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ଼ ତାକୁ କୋଲକାତାରୁ ଗିରଫ କରିଛି ।
ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ୱର ପାତ୍ରପଡ଼ା ନିକଟରେ ଥିବା ଏକ ଜୁଏଲେରି ସୋରୁମରୁ ଗହଣା କିଣି ରାଜୀବ ଚତୁରତାର ସହ ଏକ ଲକ୍ଷ ଟଙ୍କା ଠକିନେଇଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ଅନୁସନ୍ଧାନ କରିବା ପରେ ତା’ ସମ୍ପୃକ୍ତି ସ୍ପଷ୍ଟ ହେବାରୁ ତାକୁ ଗିରଫ କରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | UPରେ BJP ସାଂସଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ୯ ଗିରଫ; VIDEO ଭାଇରାଲ ହୋଇଥିଲା‘‘ସମ୍ପୃକ୍ତ ବ୍ୟବସାୟୀ ଥାନାରେ ରିପୋର୍ଟ ଦେବାପରେ ଆମେ ଘଟଣାକୁ ଗୁରୁତର ସହ ନେଇଥିଲୁ । ରାଜୀବର ପ୍ୟାନ୍ କାର୍ଡ଼କୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିଲା । ଆମେ ଖବର ପାଇଲୁ ଯେ ଲୁଟ୍ କରିବା ପରେ ସେ ଦିଲ୍ଲୀ ପଳେଇ ଯାଇଛି । ସୋମବାର ଦିନ ସେ ଦିଲ୍ଲୀରୁ ଇମ୍ଫାଲ୍ ଆସୁଥିବା ବେଳେ ଖବର ପାଇ କୋଲକାତା ଏୟାରପୋର୍ଟ ନିକଟରେ ଆମ ଟିମ୍ ଛକି ବସିଥିଲା । ରାଜୀବ ବିମାନ ବନ୍ଦରରୁ ବାହାରିବା କ୍ଷଣି ଆମ ଟିମ୍ ତାକୁ କାବୁ କରିଥିଲା,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ ।

ରାଜୀବ ଗୁପ୍ତାକୁ କୋଲକାତାରୁ ଗିରଫ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ତାଲିବାନ କହିଲା ହାତ କାଟିଦେବା ପରି ବର୍ବର ଦଣ୍ଡ ଫେରିବ; ଆମେରିକା କହିଲା, ‘‘ଆମେ ନଜର ରଖିଛୁ’’ରାଜୀବକୁ ଗିରଫ କରିବା ପରେ ତା’ ନିକଟରୁ ଦୁଇ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ । ତଦନ୍ତରୁ ଜଣାପଡ଼ିଛି ଯେ ସେ ଜଣେ ରଙ୍ଗୀନ୍ ମିଜାଜର ବ୍ୟକ୍ତି । ସେ ଲୋକଙ୍କୁ ଠକି ପାଉଥିବା ଟଙ୍କାରେ ଅୟସ କରୁଥିଲା ଓ ବିମାନରେ ବିଭିନ୍ନ ରାଜ୍ୟ ବୁଲୁଥିଲା । ଷ୍ଟାର୍ ହୋଟେଲରେ ରହୁଥିଲା । କୌଣସି ଗହଣା ଦୋକାନକୁ ଯିବା ବେଳେ ସେ ଦାମୀ ବ୍ରାଣ୍ଡର କାର୍ ଭଡ଼ାରେ ନେଇ ଯାଉଥିଲା ।
ଏହା ବି ପଢ଼ନ୍ତୁ | ବଙ୍ଗାଳୀ ଯୁବକ ଏକ କୋଟି ଟଙ୍କା ଲଟେରୀରେ ଜିତିଲେ, ଭୟରେ ଦୌଡ଼ି ଦୌଡ଼ି ଥାନାରେ ପହଞ୍ଚିଲେ‘‘ଭୁବନେଶ୍ୱର ପରେ ଅଭିଯୁକ୍ତ ରାଜୀବ ସମାନ ଢଙ୍ଗରେ ପୁରୀରେ ବି ଏକ ଗହଣା ଦୋକାନକୁ ଠକିଥିଲା । ସେ ଗହଣା କିଣି ସାରିବା ପରେ ଡିଜିଟାଲ୍ ପେମେଣ୍ଟ କରିବ ବୋଲି ଦୋକାନୀକୁ କହୁଥିଲା । ପ୍ରଥମେ ଦୋକାନୀଙ୍କ ବିଶ୍ୱାସ ଜନ୍ମାଉଥିଲା । ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ‘ସ୍କ୍ରିନସଟ୍ ମେକର୍ ଆପ୍’ ବ୍ୟବହାର କରି ଏକ ଲକ୍ଷ ଟଙ୍କାର ଫେକ୍ ପେମେଣ୍ଟ୍ ତିଆରି କରିଥିବା ଫଟୋକୁ ଦୋକାନୀକୁ ଦେଖାଉଥିଲା । ଟଙ୍କା ସକସେସଫୁଲ ଟ୍ରାଞ୍ଜକ୍ସନ ହୋଇଥିବା କହି ଦୋକାନରୁ ଖସି ଆସୁଥିଲା । ହେଲେ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉ ନ ଥିଲା । ଏ ନେଇ ତମାଣ୍ଡୋ ଥାନାରେ ଏକ ରିପୋର୍ଟ ହେବା ପରେ ରାଜୀବକୁ ଗିରଫ କରାଯାଇଛି,’’ କହିଛନ୍ତି ଡି.ସି.ପି. ।
ଏହା ବି ପଢ଼ନ୍ତୁ | ନୂଆ ମୋବାଇଲ୍ ସିମ୍ ନେବାର ନିୟମ ବଦଳିଲା; ଜାଣନ୍ତୁ କେମିତି ଲୋକକୁ ଆଉ ମିଳିବ ନାହିଁ SIM କାର୍ଡ଼ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ ରାଜୀବ କେବଳ ଓଡ଼ିଶାରେ ନୁହେଁ, ବାହାର ରାଜ୍ୟମାନଙ୍କରେ ମଧ୍ୟ ସମାନ ଢଙ୍ଗରେ ଟଙ୍କା ଲୁଟିଛି । ଏବେ ସୁଦ୍ଧା ଓଡ଼ିଶାରେ ତା’ ନାମରେ ଦୁଇଟି ମାମଲା ରୁଜୁ ହୋଇଛି । ରାଜ୍ୟ ବାହାର ଠକେଇ ବିଷୟରେ ଜାଣିବା ପାଇଁ ସି.ସି.ଟି.ଏନ୍.ଏସ୍.ର ସାହାଯ୍ୟ ନେଉଛି କମିସନରେଟ ପୋଲିସ । ତା’ ଫଳରେ ଆଉ କେଉଁଠି କେତେ ଜଣ ଲୋକଙ୍କୁ ସେ ଠକିଛି ତାହା ଜଣା ପଡି଼ବ । ତା’ ନାଁରେ ଅଭିଯୋଗ ବଢି଼ଲେ ତାକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି କହିଛନ୍ତି ଡି.ସି.ପି.।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।