ଭୁବନେଶ୍ୱରରୁ ଚଢ଼େଇ ଚୋରା ଚାଲାଣ କରୁଥିବା ବେଳେ ଧରା ପଡିଲେ ବାପ-ପୁଅ

ଓଡ଼ିଶାରେ ଏହି ସବୁ ଚଢ଼େଇର ଚାହିଦା ସେତେଟା ନାହିଁ l କର୍ଣ୍ଣାଟକ ଓ କେରଳ ଭଳି ଦକ୍ଷିଣ ଭାରତୀୟ ରାଜ୍ୟରେ ଲୋକେ ଏହି ଚଢେଇକୁ ଘରେ, ଫାର୍ମ ହାଉସରେ ଓ ଆଶ୍ରମରେ ରଖିଥାନ୍ତି । ଗିରଫ ବାପ-ପୁଅ ପିପିଲିରୁ ଚଢ଼େଇଗୁଡ଼ିକୁ ଆଣିଥିଲେ ।

ଭୁବନେଶ୍ୱରରୁ ଚଢ଼େଇ ଚୋରା ଚାଲାଣ କରୁଥିବା ବେଳେ ଧରା ପଡିଲେ ବାପ-ପୁଅ
ଗିରଫ ବାପ-ପୁଅ ଓ ତାଙ୍କ ଠାରୁ ଜବତ ଚଢ଼େଇଗୁଡ଼ିକରୁ କିଛି
  • News18 Odia
  • Last Updated: June 23, 2020, 11:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାଘ ଛାଲ ଓ ବଜ୍ରକାପ୍ତା ଚୋରା ଚାଲାଣ ପରେ ଏବେ ସ୍ମଗଲରମାନଙ୍କ ନଜର ଓଡ଼ିଶାର ଦୁର୍ଲଭ ଚଢ଼େଇଙ୍କ ଉପରେ ପଡ଼ିଛି l ରାଜଧାନୀରୁ ବେଙ୍ଗାଲୁରୁକୁ ୧୬୦ଟି ଦୁର୍ଲଭ ମୁନିଆ ଚଢେଇ ସ୍ମଗଲିଂ ପ୍ରୟାସର ପର୍ଦ୍ଦାଫାଶ ହେବା ପରେ ଏ ମାମଲା ସାମନାକୁ ଆସିଛି l

ଚଢ଼େଇ ଚୋରା ଚାଲାଣ କରି ଧରା ପଡିଲେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ l ମୁନିଆ ଚଢ଼େଇ ସ୍ମଗଲିଂ କରୁଥିବା ବେଳେ ସିଟି ଫରେଷ୍ଟ ଡିଭିଜନ ହାତରେ ଧରାପଡିଛନ୍ତି ପୁରୁଣା ଭୁବନେଶ୍ଵର ହରଚଣ୍ଡିସାହିର ଜିତେନ କୁମାର ମହାପାତ୍ର (୫୦) ଏବଂ ତାଙ୍କ ପୁଅ ଶ୍ୱାସ୍ତି ସୁନ୍ଦର ମହାପାତ୍ର (୩୮) l ୧୯୭୨ ୱାଇଲଡ ଲାଇଫ ପ୍ରୋଟେକ୍ସନ ଆକ୍ଟ ଆଧାରରେ ବାପା ଓ ପୁଅକୁ ଗିରଫ କରିଛି ବନ ବିଭାଗ l ଚଢ଼େଇଗୁଡିକୁ ଶିକାର କରିଥିବାରୁ ଧାରା ୯ ଏବଂ ଚୋରା ଚାଲାଣ କରୁଥିବାରୁ ଧାରା ୩୯ରେ ଦୁହିଁଙ୍କ ବିରୋଧରେ କେସ୍‌ ରୁଜୁ ହୋଇଛି l

‘‘ମୁନିଆ ଚଢ଼େଇ ଦେଖିବାକୁ ଅତି ସୁନ୍ଦର l ଲୋକେ ନିଜ ସୌକ ପାଇଁ ଏହି ଚଢ଼େଇକୁ ଘରେ ରଖିବାକୁ ପସନ୍ଦ କରିଥାନ୍ତି l ବିଶେଷକରି କର୍ଣ୍ଣାଟକ ଓ କେରଳ ଭଳି ଦକ୍ଷିଣ ଭାରତୀୟ ରାଜ୍ୟରେ ଲୋକେ ଏହି ଚଢେଇକୁ ଘରେ, ଫାର୍ମ ହାଉସରେ ଓ ଆଶ୍ରମରେ ରଖିଥାନ୍ତି,’’ କହିଛନ୍ତି ସିଟି ଡିଭିଜନ ଏ.ସି.ଏଫ୍‌. ପ୍ରଶାନ୍ତ ପଣ୍ଡା ।

ଗିରଫ ବାପ-ପୁଅଙ୍କ ପାଖରେ ବିଭିନ୍ନ ପ୍ରକାରର ଚଢ଼େଇ ଥିବା ଦେଖିବାକୁ ମିଳିଥିଲା ।


ଆଇନଜୀବୀ ବନ ମହାନ୍ତି କହିଛନ୍ତି, ‘‘ଘରେ ଶୁଆ, ଶାରୀ ଓ ବଣି ଆଦି ଚଢ଼େଇ ରଖିବା ସମ୍ପୂର୍ଣ୍ଣ ବେଆଇନ l  କାରଣ ଏ ସବୁ ଚଢ଼େଇ ସିଡୁଲ ୪ ଅନ୍ତଭୁକ୍ତ l ତଥାପି ଲୋକେ ନିଜ ସୌକ ପାଇଁ ଏ ସବୁ ଚଢେଇକୁ ପଞ୍ଜୁରି ଭିତରେ ବନ୍ଦି କରି ରଖିଥାନ୍ତି l ମୁନିଆ ଚଢ଼େଇକୁ ମଧ୍ଯ ବନ୍ଦି କରି ରଖିବା ବେଆଇନ l ତଥାପି ଲୋକେ ରଖୁଛନ୍ତି l ଏଭଳି ଦୁର୍ଲଭ ଚଢେଇର ଚୋରା ଚାଲାଣକୁ ବନ୍ଦ କରିବା ଦରକାର l’’

ଓଡ଼ିଶାରେ ଏହି ସବୁ ଚଢ଼େଇର ଚାହିଦା ସେତେଟା ନାହିଁ l ଓଡିଶାରେ ଲୁଚା ଛପାରେ ଗୋଟିଏ ଯୋଡ଼ା ଚଢ଼େଇ ୫୦୦ ଟଙ୍କାରୁ ୬୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାହାର ରାଜ୍ୟରେ ୧,୨୦୦ ଟଙ୍କାରୁ ୧,୫୦୦ ଟଙ୍କାରେ ବିକ୍ରି ହେଉଛି l ଅନୁସନ୍ଧାନରୁ ଜଣାପଡିଛି ଯେ ଚଢ଼େଇ ଧରାଳିଙ୍କ ଠାରୁ ୬୦ ରୁ ୯୦ ଟଙ୍କାରେ ଏହି ବାପ ପୁଅ ପ୍ରତି ଚଢ଼େଇ କିଣୁଥିଲେ l ପରେ ସେମାନେ ଚଢ଼େଇଗୁଡିକୁ ୨୦୦ରୁ ୩୦୦ଟଙ୍କାରେ ଥାର୍ଡ ପାର୍ଟିକୁ ବିକ୍ରି କରୁଥିଲେ l ଟ୍ରେନ ଯୋଗେ ଚଢ଼େଇଗୁଡିକୁ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିଲା l କିନ୍ତୁ ରୀତିମତ ଚଢ଼ାଉ ନ କରି କେବଳ ମଝିରେ ମଝିରେ ବନ ବିଭାଗ ଚଢ଼ାଉ କରୁଥିବାରୁ ଚୋରା ଚାଲାଣ ବଢୁଛି  ବୋଲି କହିଛନ୍ତି ଏ ବିଷୟରେ ଜାଣିଥିବା ଲୋକେ l

‘‘ଗିରଫ ହୋଇଥିବା ବାପପୁଅଙ୍କୁ କୋର୍ଟ ଚାଲାଣ କରାଯାଇଛି l ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କୁ ନୋଟିସ ଦିଆଯିବ l ଚଢ଼େଇଗୁଡିକୁ ସେମାନେ ପୁରୀ ଜିଲ୍ଲା ପିପିଲିରୁ ଆଣିଥିବା କହିଛନ୍ତି l ଚଢେଇ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ କରାଯିବ,’’ କହିଛନ୍ତି ସିଟି ଡିଭିଜନର ଏ.ସି.ଏଫ. ପ୍ରଶାନ୍ତ ପଣ୍ଡା ।

ଏହା ବି ପଢ଼ନ୍ତୁ: 

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 23, 2020, 11:11 PM IST
corona virus btn
corona virus btn
Loading