- News18 Odia
- Last Updated :
- Other, India
News18 Odia Digital
ଗଜପତି: ଜହ୍ଲାଦ ସ୍ବାମୀର ଉନ୍ମକ୍ତ କାଣ୍ଡ। ସ୍ବାମୀ ହାତରେ ସ୍ତ୍ରୀର କଟାମୁଣ୍ଡ । ଏଭଳି ଏକ ଲୋମଟଙ୍କୁରା ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ । ସ୍ବାମୀ-ସ୍ତ୍ରୀ ବଚସାରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସ୍ବାମୀ ସ୍ତ୍ରୀ ଦୁହେଁ ମିଶି ବଗଡକୁ ଚାଷ କରିବା ପାଇଁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ନେଇଥିଲା। ଉତକ୍ଷିପ୍ତ ସ୍ବାମୀ ଚନ୍ଦ୍ରଶେଖର, ଧରିଥିବା କଟୁରିରେ ସ୍ତ୍ରୀ ଉର୍ମିଳା କାର୍ଯିର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା। ଏହାପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଚନ୍ଦ୍ରଶେଖର ଘରକୁ ଆସିଥିଲା । ଖବର ପାଇ କାଶୀନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ତଦନ୍ତ କରୁଛି ।
ଚନ୍ଦ୍ରଶେଖର ଏବଂ ଉର୍ମିଳାଙ୍କ ବିବାହ ୪ ବର୍ଷ ତଳେ ହୋଇଥିଲେ । ବାରମ୍ବାର ପାରିବାରିକ କଳହ ସମ୍ପର୍କରେ ତିକ୍ତତା ଆଣୁଥିଲା । ଶେଷରେ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇ ନାହାନ୍ତି ଚନ୍ଦ୍ରଶେଖର ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।