ମମିତା ହତ୍ୟା ମାମଲା: ପ୍ରସଙ୍ଗକୁ ନେଇ ଜୋର ଧରିଲା ମହିଳା ରାଜନୀତି; ଜବାବ ଦେଲା ଶାସକ ଦଳ

ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ନହେଲେ ଆଗକୁ ଦଳ ଜୋରଦାର ପ୍ରତିବାଦ କରିବାକୁ ଦଳ ଧମକ ଦେଇଛି।

 ମମିତା ହତ୍ୟା ମାମଲାକୁ ନେଇ ଜୋର ଧରିଲା ମହିଳା ରାଜନୀତି

ମମିତା ହତ୍ୟା ମାମଲାକୁ ନେଇ ଜୋର ଧରିଲା ମହିଳା ରାଜନୀତି

  • Share this:
News18 Odia Digital

ଭୁବନେଶ୍ବର: ମମିତା ମେହେର ହତ୍ୟା ଘଟଣାକୁ ନେଇ ଜୋର ଧରିଛି ମହିଳା ରାଜନୀତି। ବିଶେଷ କରି ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ମହିଳା ଶାଖା ଘଟଣାର ସିବିଆଇ ତଦନ୍ତ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିବାରୁ ଘଟଣା ଜଟିଳ ହେବାରେ ଲାଗିଛି।

ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣା ନୂଆ ମୋଡ଼ ନେବାରେ ଲାଗିଛି। ଘଟଣାର ସିବିଆଇ ତଦନ୍ତ ସହିତ ଗୃହ ରାଷ୍ଟମମତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରସ ଜୋରଦାର ପ୍ରତିବାଦ କରିଛି।

ବାଣୀବିହାର ସ୍ଥିତ ଡି.ସି.ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ମହିଳା କଂଗ୍ରେସ କର୍ମୀ। ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ଦାବିଥିଲା ଘଟଣାରେ କେଵଳ ଗୋବିନ୍ଦ ସାହୁଙ୍କୁ ଗିରଫ କରି ପୋଲିସ କାମ ସାରି ଦେଇଥିବା କହିଛନ୍ତି। କିନ୍ତୁ ଏହା ପଛରେ କ୍ୟାପଟେନ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ରହିଛି। ତାକୁ ତଦନ୍ତ ପରିସରଭୁକ୍ତ କରାଯିବା ଦରକାର। ତେଣୁ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ। ନ ହେଲେ ଆଗକୁ ଦଳ ଜୋରଦାର ପ୍ରତିବାଦ କରିବାକୁ ସେ ଧମକ ଦେଇଥିଲେ।

ମମିତା ହତ୍ୟା ମାମଲା ବିରୋଧୀଙ୍କୁ ଜବାବ ଦେଲା ଶାସକ ଦଳ


ଏହି ପ୍ରସଙ୍ଗରେ ରାଜ୍ୟ ମାନବଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଛନ୍ତି ବିଜେପି। ମମିତା ମେହେର ହତ୍ୟା କାଣ୍ଡରେ ମନବଧିକାର କମିଶନଙ୍କ ହସ୍ତକ୍ଷେପ ଦାବି ନେଇ ମାନବିଧିକାର କମିଶନଙ୍କୁ ଭେଟିଥିଲେ ବିଜେପିର ଏକ ଟିମ୍। ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଛନ୍ତି । କିନ୍ତୁ ପୋଲିସ କେବଳ ଗୋବିନ୍ଦ ସାହୁଙ୍କୁ ଅଭିଯୁକ୍ତ ଦର୍ଶାଇ ମନ୍ତ୍ରୀଙ୍କୁ ଖସାଇବାକୁ ଚେଷ୍ଟା କରୁଛି। ମନ୍ତ୍ରୀ ସେଠାକୁ ଯାଉଥିଲେ ଓ ରାତ୍ରୀ ଯାପନ କରୁଥିଲେ ବୋଲି ପରିବାର ଲୋକ ବାରମ୍ବାର ଅଭିଯୋଗ ସତ୍ତ୍ଵେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ପୋଲିସ। ତେଣୁ ତଦନ୍ତରେ ମନବଧିକାର କମିଶନ ହସ୍ତକ୍ଷେପ କରି ସତର ପର୍ଦ୍ଦାଫାଶ କରନ୍ତୁ।

ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଥିଲେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଇପ୍ସିତା କହିଥିଲେ, ‘‘ଏ ଘଟଣା ପାଇଁ ମୁଁ ଦୁଃଖିତ, ମୋ ଦଳ ବି ଦୁଃଖିତ । କିନ୍ତୁ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗକୁ କେବଳ ରାଜନୀତିକରଣ କରୁଛି । ତାଙ୍କୁ ନ୍ୟାୟ ଦେବା ମନୋଭାବ ପରିବର୍ତ୍ତେ ଅଧିକ ରାଜନୀତି କରଣ ହେଉଛି । ସେହି ଶିକ୍ଷାନୁଷ୍ଠାନରେ ଏବେ ବି ଶହ ଶହ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଶିକ୍ଷାନୁଷ୍ଠାନକୁ ବଦନାମ କରାଯିବା ଦ୍ବାରା ପାଠ ପଢୁଥିବା ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ହେବ ତା'ର ଉତ୍ତର କିଏ ଦେବ। ବିଜେପି ଏହିର ଉତ୍ତର ଦାୟୀ ରହିବ। ଆମମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉ ମମିତା ମେହେରଙ୍କୁ ନ୍ୟାୟ ମିଳୁ।’’

ମମିତା ହତ୍ୟା ମାମଲା ପ୍ରସଙ୍ଗକୁ ନେଇ ଚର୍ଚ୍ଚା


ସେ ଆହୁରି କହିଛନ୍ତି, ‘‘ଯଦି ଆପଣଙ୍କ ପାଖରେ କିଛି ପ୍ରମାଣ କି ତଥ୍ୟ ଅଛି ତ କୋର୍ଟକୁ ଯାଆନ୍ତୁ । ଦୋଷୀଙ୍କୁ ଦଣ୍ଡିତ କରାନ୍ତୁ । ଦୋଷୀ ଯିଏ, ତା ଉପରେ ସରକାର, କୋର୍ଟ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବେ । ମହିଳାଙ୍କ ପ୍ରସଙ୍ଗ ପ୍ରତି ସମ୍ବେଦନଶୀଳ ରହିବା ଦରକାର। ବାହାରେ ରାଜରାସ୍ତାରେ ଉତ୍ପାତ କରୁଛନ୍ତି କିନ୍ତୁ କୋର୍ଟ ଯିବେନି। ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କ ପ୍ରତିନିଧି ଉକ୍ତ କଲେଜ ଗଭର୍ଣ୍ଣିଂ ବଡିର ସଦସ୍ୟ ଅଛନ୍ତି । ଏହି କ୍ରାଇମରେ ସେ ବି ଜଡ଼ିତ ଥିବେ।’’
Published by:Lipina Das
First published: