- News18 Odia
- Last Updated :
- Other, India
News18 Odia Digital
କଳାହାଣ୍ଡି: ମମିତା ମେହେରଙ୍କ ପରିବାରକୁ ମିଳିବ ସହାୟତା ରାଶି। ପୀଡ଼ିତାଙ୍କ ସହାୟତା ରାଶି ବାବଦରେ ମିଳିବ ତାଙ୍କ ପରିବାକୁ ୧୦ଲକ୍ଷ ଟଙ୍କା ମିଳିବ । ଏନେଇ ବଲାଙ୍ଗୀର ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ମମିତାଙ୍କ ଭାଇ ବଣ୍ଟି ମେହେର ସହାୟତା ରାଶି ଯୋଗାଇଦେବା ପାଇଁ ଆବେଦନ କରିଥିଲେ। ବଣ୍ଟିଙ୍କ ଆବେଦନକୁ ବିଚାରକୁ ନିଆଯାଇ ସହାୟତା ରାଶି ରୂପେ ଟଙ୍କା ମଞ୍ଜୁର କରାଯାଇଛି । ସହାୟତା ରାଶି ପାଇଁ ୨୬ଟି ଆବେଦନ ହୋଇଥିବା ବେଳେ ୨୩ଟି ଆବେଦନକୁ ଗ୍ରହଣ କରିଥିଲା କମିଟି ।
ଅର୍ଥମନ୍ତ୍ରୀଙ୍କ ଟ୍ୱିଟ ପରେ ଚେତିଲା ବ୍ୟାଙ୍କ; ହ୍ବିଲ ଚେୟାର ସହ ଘରେ ପହଞ୍ଚିଲା ଭତ୍ତାକଳାହାଣ୍ଡି ଜିଲ୍ଲାର ସନସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟତ୍ରୀ ଥିବା ୨୩ ବର୍ଷୀୟ ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିବା ପରେ ପୋତି ଦେଇଥିଲା । ପୋଲିସ ମଧ୍ଯ ତାକୁ ଗିରଫ କରିଥିଲେ । ପୂର୍ବ ବର୍ଷ ଡିସେମ୍ୱର ମାସରେ ଜେଲରେ ଥିବା ଅବସ୍ଥାରେ ଆତ୍ମହତ୍ଯା କରିଥିଲା ଗୋବିନ୍ଦ ସାହୁ । ଯାହାକୁ ନେଇ ରାଜନୀତୈକ ଆଲୋଚନା ଜୋର ଧରିଥିଲା ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।