ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା ମେହେର ହତ୍ୟା ମାମଲା; ବଦଳି ଯାଇଛନ୍ତି CM ନବୀନ କହିଲେ ବିରୋଧୀ

ମମିତା ମେହେର ହତ୍ୟା ମାମଲା; ବଦଳି ଯାଇଛନ୍ତି CM ନବୀନ କହିଲେ ବିରୋଧୀ

ବିରୋଧୀଙ୍କ ଅନେକ ସମାଲୋଚନା ପରେ କଡ଼ା ଜବାବ ଦେଇଛି ବିଜେଡି । ମୁଖ୍ୟ ମନ୍ତ୍ରୀ କେବେ ଦୁର୍ନୀତି ପ୍ରଶ୍ରୟ ଦେଇନାହାଁନ୍ତି କି ଆଜି ବି ଦେଉନାହାଁନ୍ତି ବୋଲି କହିଲା ଦଳ ।

ମମିତା ମେହେର ହତ୍ୟା ମାମଲା; ବଦଳି ଯାଇଛନ୍ତି CM ନବୀନ କହିଲେ ବିରୋଧୀ
ବଦଳି ଯାଇଛନ୍ତି CM ନବୀନ କହିଲେ ବିରୋଧୀ
  • News18 Odia
  • Last Updated: November 10, 2021, 4:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବଦଳୁଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ପୁର୍ବରୁ ଦୁର୍ନୀତିର ଛାଇ ପଡ଼ିଲେ ମୁଖ୍ୟ ମନ୍ତ୍ରୀ ମନ୍ତ୍ରୀମାନଙ୍କୁ ବିଦା କରୁଥିବା ବେଳେ ଏବେ ଦାଗୀ ମନ୍ତ୍ରୀଙ୍କୁ ପାଖରେ ବସାଇ ସୁରକ୍ଷା ଦେଉଛନ୍ତି। ଦୀର୍ଘ ଦୁଇ ଦଶନ୍ଧିର ଶାସନ ଭିତରେ ନିଜକୁ କ୍ଲିନ ରଖିଥିବା ନବୀନ ଏବେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ବସାଇ ନିଜ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଯାହାକୁ ନେଇ ବିରୋଧୀ ସିଧା ଆରୋପ କରିଛନ୍ତି।

କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେଉ ନ ଥିବା କିମ୍ବା ନିଜ ଦେହରେ ଦାଗ ଲାଗିବାକୁ ଦେଉ ନ ଥିବା ନବୀନ କିଭଳି ଦିବ୍ୟଶଙ୍କରଙ୍କୁ ମଞ୍ଚରେ ବସାଇଲେ ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ। ଏହା ନବୀନଙ୍କ ଶେଷର ଆରମ୍ଭ ବୋଲି କରିଛନ୍ତି ଅଭିଯୋଗ। ଏପରିକି ନବୀନ ଏବେ ପୂର୍ବ ଭଳି ନାହାଁନ୍ତି ବଦଳି ଯାଇଛନ୍ତି ବୋଲି ବି ବିରୋଧୀ କହିଛନ୍ତି। ସେପଟେ ବିଜେଡି ବି ରଖିଛି କଡ଼ା ଜବାବ।

ନୂଆ ମୋଡ଼ ନେଇଛି ମମିତା ମେହେର ହତ୍ୟା ପ୍ରସଙ୍ଗ। ମୁଖ୍ୟ ମନ୍ତ୍ରୀ କଳାହାଣ୍ଡି କାର୍ଯ୍ୟକ୍ରମରେ ମଞ୍ଚରେ ଦିବ୍ୟଶଙ୍କର ମିଶ୍ରଙ୍କୁ ବସାଇବା ପରେ ମୋଡ଼ ନେଇଛି ରାଜନୀତି। ବିରୋଧୀ ସିଧାସଳଖ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଓ ବହିଷ୍କାର ତଥା ଗିରଫ ଦାବି ହେଉଥିବାବେଳେ ତାଙ୍କୁ ବହିଷ୍କାର ତ ଦୂରର କଥା ନିଜ ମଞ୍ଚରେ ବସାଇ ନବୀନ ଗୋଟେ ବଡ଼ ଭୁଲ କରିଥିବା ବିରୋଧୀ କହିଛନ୍ତି।

ଯାହାକୁ ତାଙ୍କ ନିରଙ୍କୁଶ ଶାସନର ଶେଷର ଆରମ୍ଭ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ନବୀନ ଏବେ ଆଗ ଭଳି ନାହାଁନ୍ତି ବହୁତ ବଦଲି ଯାଇଛନ୍ତି । ପୂର୍ବରୁ ଦୁର୍ନୀତି ଅଭିଯୋଗରେ ଅମର ଶତପଥୀ, ପ୍ରଶାନ୍ତ ନନ୍ଦ, କମଳା ଦାସ, ନଗେନ୍ଦ୍ର ପ୍ରଧାନ, ଅତନୁ ସବ୍ୟସାଚୀଙ୍କୁ ବହିସ୍କାର କରିଥିଲେ । ଆଉ ଏବେ ଦାଗି ନେତାଙ୍କୁ ପାଖରେ ବସାଉଛନ୍ତି। ଯାହାର ଜବାବ ଲୋକେ ଖୁବ୍ ଶୀଘ୍ର ଦେବେ"।

ଏପରିକି ଯେତେ ଯାହା କଲେ ବି ମମିତାଙ୍କୁ ନ୍ୟାୟ ଓ ମହାଲିଙ୍ଗ ଘଟଣାର ସତର ପର୍ଦ୍ଦା ଫାସ ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିରୋଧୀ ଚେତାଇ ଦେଇଛନ୍ତି।

ବିଜେଡି ମଧ୍ୟ ଏ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛି। ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି, "ନବୀନ କେବେ ହେଲେ ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହାଁନ୍ତି କି ଆଜି ବି ଦେଉନାହାଁନ୍ତି । ଆଜି ବି ନବୀନ ସେମିତି ଅଛନ୍ତି ଯେମିତି ପୂର୍ବରୁ ଥିଲେ। ସେ କିଛି ବଦଳି ନାହାଁନ୍ତି । ଏପରିକି ନବୀନଙ୍କ ଏହା ଶେଷର ଆରମ୍ଭ କିମ୍ବା ବିରୋଧୀଙ୍କ ପାଇଁ ଏହା ଶେଷ ତାହାକୁ ଅପେକ୍ଷା କରନ୍ତୁ ବିରୋଧୀ।’’

ମମିତା ମେହେର ପ୍ରସଙ୍ଗରେ ରାଜ୍ୟରେ ଜୋରଦାର ବିରୋଧ ପରେ ମଧ୍ୟ ଯେଉଁ ମନ୍ତ୍ରୀଙ୍କ ବହିଷ୍କାର ପ୍ରସଙ୍ଗ ନେଇ ବିରୋଧୀ ଅଡ଼ି ବସିଥିଲେ ଖୋଦ ମୁଖ୍ୟ ମନ୍ତ୍ରୀ ତାଙ୍କୁ ମଞ୍ଚରେ ବସାଇ କଡ଼ା ବାର୍ତ୍ତା ଦେଇସାରିଛନ୍ତି। ଏଭଳି ସ୍ଥିତିରେ ଆଗକୁ ବିରୋଧୀ ବିରୋଧକୁ ଆହୁରି ଶାଣିତ କରିବେ ବୋଲି ଘୋଷଣା କରିସାରିଛନ୍ତି। ଏହା ଭିତରେ ଓଡ଼ିଶାଵାସୀ ଏ ପ୍ରସଙ୍ଗରେ ନବୀନଙ୍କୁ ବିଶ୍ୱାସକୁ ନେଉଛନ୍ତି ନା ବିରୋଧୀଙ୍କୁ ତା ଉପରେ ସମସ୍ତଙ୍କ ନଜର ରହିଛି ।
Published by: Lipina Das
First published: November 10, 2021, 4:03 PM IST