• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ମମିତା ହତ୍ୟା ମାମଲା: ଆଜି ବଲାଙ୍ଗିର ବନ୍ଦ ଡାକରା ଦେଇଛି BJP; ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ

ମମିତା ହତ୍ୟା ମାମଲା: ଆଜି ବଲାଙ୍ଗିର ବନ୍ଦ ଡାକରା ଦେଇଛି BJP; ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ

Mamita Meher murder case | ଆଜି ଏହି ବନ୍ଦର ପରିଣାମ ସ୍ୱରୂପ ବାଲାଙ୍ଗିର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ, କଲେଜ ଓ ଦୋକାନ ବନ୍ଦ ରହିବ।

ମମିତା ହତ୍ୟା ମାମଲା ପ୍ରସଙ୍କରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦେଇଛି BJP

ମମିତା ହତ୍ୟା ମାମଲା ପ୍ରସଙ୍କରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦେଇଛି BJP

  • Share this:
News18 Odia Digital

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଶିକ୍ଷିକା ମମିତା ମେହେର ହ୍ୟାତ ପ୍ରସଙ୍ଗକୁ ନେଇ ରାଜନୀତି ମହଲରେ ଚହଳ । ଆଜି ଓଡ଼ିଶା ଭାରତୀୟ ଜନତା ପାର୍ଟି ୧୨ ଘଣ୍ଟିଆ ବାଲାଙ୍ଗିର ବନ୍ଦ ଡାକରା ଦେଇଛି। ଏହି ବନ୍ଦ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ମମିତାଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦଳ ଦାବି କରିଛି।

ଆଜି ଏହି ବନ୍ଦର ପରିଣାମ ସ୍ୱରୂପ ବାଲାଙ୍ଗିର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ, କଲେଜ ଓ ଦୋକାନ ବନ୍ଦ ରହିବ।

ସୂଚନାଯୋଗ୍ୟ ଯେ ମମିତାଙ୍କ ନିଖୋଜ ମାମଲାର ରହସ୍ୟ ବୁଧବାର ଦିନ ପ୍ରକାଶ ପାଇଥିଲା ଯେହେତୁ ପ୍ରଧାନ ଅଭିଯୁକ୍ତ ଗୋବିନ୍ଦା ସାହୁ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ଓ ପରେ ମୃତ ଦେହକୁ ଏକ ନିର୍ମାଣାଧୀନ ଷ୍ଟାଡିୟମରେ ପୋଡି ପୋତି ଦେଇଥିଲେ।

ମମିତା ସେକ୍ସ ରାକେଟ ବିଷୟରେ ଅବଗତ ଥିଲେ ଯାହା କାରଣରୁ ଗୋବିନ୍ଦା ତାଙ୍କୁ ଧମକ ଦେଉଥିଲେ। ତେବେ ରାଗିଯାଇ ଗୋବିନ୍ଦା ତାଙ୍କ ହତ୍ୟା ଯୋଜନା କରିଥିଲେ। ଅକ୍ଟୋବର ୮ ତାରିଖରେ ସେମାନେ ଭବାନୀପାଟଣାରୁ କେଗାଓଁ ଅଭିମୁଖେ ଯାଉଥିବାବେଳେ ସେ ମମିତାଙ୍କୁ ଏକ ୱାଗନ୍ ଆର କାରରେ ହତ୍ୟା କରିଥିଲେ। ଏହା ପରେ ସେ ମିନି ଷ୍ଟାଡିୟମରେ ପୂର୍ବରୁ ଖୋଳା ଯାଇଥିବା ଗର୍ତ୍ତରେ କାର୍ଡ଼ ବୋର୍ଡ ଓ ଟାୟାର ବ୍ୟବହାର କରି ଶରୀରକୁ ଜାଳି ଦେଇଥିଲେ ଓ ପରଦିନ ସକାଳେ ପୋତି ଦେଇଥିଲେ ।

କାର ଭିତରୁ କିଛି ପ୍ରମାଣ ମଧ୍ୟ ମିଳିଥିବା ରିପୋର୍ଟରେ କୁହାଯାଇଛି। ଏହି ହତ୍ୟା ମାମଲାରେ ପୋଲିସ ଗୋବିନ୍ଦାଙ୍କ ଡ୍ରାଇଭରକୁ ମଧ୍ୟ ଅଟକ ରଖିଛି। ଗୋବିନ୍ଦାଙ୍କୁ ଆଜି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟକୁ ପଠାଯିବ ଓ ଅଧିକ ତଦନ୍ତ ପାଇଁ ତାଙ୍କୁ ପାଞ୍ଚ ଦିନ ରିମାଣ୍ଡରେ ନିଆଯିବ।

ମଙ୍ଗଳବାର ଦିନ ମମିତାଙ୍କ ନିଖୋଜ ମାମଲା ସମ୍ପର୍କରେ ତାଙ୍କ ପରିବାର ଅଭିଯୋଗକୁ ଭିତ୍ତି ପୋଲିସ ଗିରଫ ଗୋବିନ୍ଦା ସାହୁଙ୍କୁ ଗିରଫ କରିଥିଲା। ତାଙ୍କୁ ବଲାଙ୍ଗିରର ବଙ୍ଗାମୁଣ୍ଡା ବ୍ଲକ ଅନ୍ତର୍ଗତ ବୁଦ୍ଧିପଦାର ଗ୍ରାମରୁ ଧରାଯାଇଥିଲା ।

ମମିତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ସାହୁ ବିଦ୍ୟାଳୟର ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଓ ତାଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ।
Published by:Lipina Das
First published: