ଓଡ଼ିଶା ଆସିବେ ମମତା ବାନାର୍ଜୀ: ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

୩ ଦିନିଆ ଓଡ଼ିଶା ଗସ୍ତ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଥମେ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପରେ ନବୀନ ମମତା ଭେଟ୍ ଘାଟ୍ !

ଓଡ଼ିଶା ଆସିବେ ମମତା ବାନାର୍ଜୀ: ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ଓଡ଼ିଶା ଆସିବେ ମମତା ବାନାର୍ଜୀ: ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ପୁରୀ: ଓଡ଼ିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (mamata banerjee) । ଚଳିତ ମାସ ୨୧ ତାରିଖରୁ ୩ ଦିନିଆ ଗସ୍ତ କରିବେ ମମତା । ୨୨ ତାରିଖରେ ପୁରୀରେ (puri) ଜଗନ୍ନାଥ ମନ୍ଦିର ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏବଂ ୨୩ ତାରିଖରେ ଭୁବନେଶ୍ଵରରେ (bhubaneswar) ନବୀନ ମମତା ଭେଟଘାଟ କାର୍ଯ୍ୟକ୍ରମ ରହିଛି ।

କେବଳ ପୂଜା ନୁହେଁ ବରଂ ମମତାଙ୍କ ଓଡ଼ିଶା ଗସ୍ତ ରାଜନୀତିକ (political) ଦୃଷ୍ଟିକୋଣରୁ ବେଶ ଗୁରୁତ୍ଵ ରଖୁଛି । ୨୩ ତାରିଖରେ ଓଡ଼ିଶା ଛାଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଉଭୟଙ୍କ ମଧ୍ୟରେ ଭେଟ ଘାଟ ହେବା ନେଇ ତୃଣମୂଳ କଂଗ୍ରେସ (congress) ପକ୍ଷରୁ ସୂଚନା ମିଳିଛି । କିଛି ଦିନ ହେବ ଅଣ ବିଜେପି ଓ ଅଣକଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟଙ୍କୁ ଏକାଠି କରିବାକୁ ପ୍ରୟାସ କରୁଛନ୍ତି ମମତା । ଅନେକ ସମୟରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଅଣ ବିଜେପି ରାଜ୍ୟର ମୁଖିଆ । ଶୁକ୍ରବାର ଦିନ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ମମତାଙ୍କ ମଧ୍ୟରେ ଭେଟଘାଟ ହୋଇଛି । କିନ୍ତୁ ସବୁବେଳେ ସମଦୂରତା ଫର୍ମୁଲା (formula) ଆପଣାଉଥିବା ନବୀନ ସବୁ ମେଣ୍ଟଠୁ ଦୂରେଇ ରହିବାକୁ ପସନ୍ଦ କରିଛନ୍ତି । ସଂସଦରେ ବିଭିନ୍ନ ବିଲରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିଲେ ବି ବିଜେପିଠୁ ଦୂରତା ବଜାୟ ରଖିଛନ୍ତି ନବୀନ । ହେଲେ ଏବେ ରାଜ୍ୟରେ ବିଜେପି-ବିଜେଡି ଏକ ପ୍ରକାର ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି । ତେଣୁ ମମତାଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ଵ ରଖୁଛି । ଶୁଣନ୍ତୁ ନବୀନ- ମମତାଙ୍କ ସମ୍ଭାବ୍ୟ ଭେଟ ଘାଟକୁ ନେଇ କଣ କହୁଛି ବିଜେଡି ଏବଂ ସମୀକ୍ଷକ ।

ଏହି ଖବର ପଢ଼ନ୍ତୁ - http://ବିଦେଶରେ ପୂଜା ପାଇବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ

୨୦୨୦ରେ ଶେଷଥର ପାଇଁ ଓଡ଼ିଶା ଆସିଥିଲେ ମମତା । ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବାକୁ ମମତା ଓଡ଼ିଶା ଆସିଥିବା ବେଳେ ନବୀନ ନିବାସରେ ଭେଟଘାଟ ହୋଇଥିଲା । ଗୋଟେ ଟେବୁଲରେ ମମତା ବାନାର୍ଜୀ, ନବୀନ ପଟ୍ଟନାୟକଙ୍କ (naveen patnaik) ସହ ଗୃହମନ୍ତ୍ରୀ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ଏକାଠି ହୋଇଥିଲେ । ଆଉ ଏବେ ଠିକ୍ ନିର୍ବାଚନ ପୂର୍ବରୁ ମମତାଙ୍କ ଓଡ଼ିଶା ଗସ୍ତ ଓ ନବୀନଙ୍କ ସହ ସମ୍ଭାବ୍ୟ ଭେଟ ଘାଟ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ।
Published by:Soubhagya Mishra
First published: