News18 Odia Digital
ପୁରୀ : ପଶ୍ଚିମବଙ୍ଗ ସରକାର ପୁରୀରେ ତିଆରି କରିବେ ସ୍ୱତନ୍ତ୍ର ଅତିଥି ଭବନ। ସେଥିପାଇଁ ପ୍ରସ୍ତାବିତ ଜାଗା ଅନୁଧ୍ୟାନ କଲେ ମମତା ବାନାର୍ଜୀ । ଜାଗା ଦେଖିବା ପରେ ଖୁସି ହୋଇଯାଇଥିଲେ ମମତା ବାନାର୍ଜୀ ।
ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ଆଜି ଜମି ଦେଖିଛନ୍ତି ମମତା ବାନାର୍ଜୀ ଓ ତାଙ୍କ ବିଭାଗର ଅନ୍ଯାନ୍ଯ ଅଧିକାରୀ । ପୁରୀ ବଳିଆପଣ୍ଡା ଅଞ୍ଚଳରେ ଜମି ଦେଖି ପସନ୍ଦ କରିଛନ୍ତି ମମତା । ମୁଖ୍ୟ ସଚିବ ପ୍ରଦୀପ ଜେନା ଓ ଅନ୍ଯ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ଜମି ଦେଖାଇଥିଲେ ।
ରାଜ୍ୟ ସରକାର ଜମି ଯୋଗାଇଛନ୍ତି । ପ୍ରସ୍ତାବିତ ଜାଗା ପସନ୍ଦ ଆସିଛି । ଆମ ଟିମ ପ୍ରଥମେ ଜମିର ଅନୁଧ୍ୟାନ କରିବ। ଏହା ପରେ ଖୁବ ଶୀଘ୍ର କାମ ଆରମ୍ଭ ହେବ। ପୂର୍ବରୁ ବହୁଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛି । ଏବାବଦରେ ତାଙ୍କ ସହ ଆଲୋଚନା ମଧ୍ଯ ଅଛି । ପୁରୀ ବଙ୍ଗାଳୀ ଲୋକମାନଙ୍କ ପାଇଁ ଫାଷ୍ଟ ହୋମ ଓ ସ୍ୱିଟ ହୋମ ବୋଲି କହିଥିଲେ ମମତା ।
ମହାପ୍ରଭୁଙ୍କ ଦର୍ଶନ କଲେ ମମତା; ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥାକେବଳ ସେତିକି ନୁହେଁ ଓଡିଶାର ଗଣମାଧ୍ୟମ ବହୁତ ଭଲ ବୋଲି ପ୍ରତିକ୍ରିୟାରେ କହିଥିଲେ ମମତା ବାନାର୍ଜୀ । ଆଜି
ଏକ ଘଣ୍ଟା ଭିତରେ ଜଗନ୍ନାଥଙ୍କୁ ପୂଜା ଦେବା ସହ ବେଢା ପରିକ୍ରମା କରିଛନ୍ତି ମମତା । ଭିତରକାଠ ପାଖରେ ମହାପ୍ରଭୁଙ୍କ ଦର୍ଶନ ପରେ ଭିତର ବେଢା ପରିକ୍ରମା କରି ମଙ୍ଗଳା, ବିମଳା ଆଦି ମନ୍ଦିରରେ ଦର୍ଶନ କଲେ ମମତା। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା ମଧ୍ଯ ହୋଇଥିଲା।ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।