ମହାପ୍ରଭୁଙ୍କ ଦର୍ଶନ କଲେ ମମତା; ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ମହାପ୍ରଭୁଙ୍କ ଦର୍ଶନ କଲେ ମମତା; ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ମହାପ୍ରଭୁଙ୍କ ଦର୍ଶନ କଲେ ମମତା; ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ପୁରୀ : ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଜି ବଙ୍ଗାଳୀ ଅତିଥି ଭବନ ନିର୍ମାଣ ନେଇ ପୁରୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ମମତା ବାନୀର୍ଜୀ । ସିପସରୁବାଲି ମୌଜାରେ ଜମି ଚିହ୍ନଟ କରିଛନ୍ତି ମମତା । ଦିନ 2ଟାରେ କ୍ଷେତ୍ର ପରିଦର୍ଶନ ମଧ୍ୟ ବି କରିଛନ୍ତି । ଏ ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ସିପସରୁବାଲି ମୌଜାରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଥିଲା। ସେହିଠାରୁ ସିଧାସଳଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମମତା   ବାନୀର୍ଜୀ।



ଏକ ଘଣ୍ଟା ଭିତରେ ଜଗନ୍ନାଥଙ୍କୁ ପୂଜା ଦେବା ସହ ବେଢା ପରିକ୍ରମା କରିଛନ୍ତି ମମତା । ଭିତରକାଠ ପାଖରେ ମହାପ୍ରଭୁଙ୍କ ଦର୍ଶନ ପରେ ଭିତର ବେଢା ପରିକ୍ରମା କରି ମଙ୍ଗଳା, ବିମଳା ଆଦି ମନ୍ଦିରରେ ଦର୍ଶନ କଲେ ମମତା। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା।



୩ ଦିନିଆ ଓଡି଼ଶା ଗସ୍ତରେ ଅଛନ୍ତି ମମତା ବାନାର୍ଜୀ । ଓଡି଼ଶା ଅଭିମୁଖେ ବାହାରିବା ପୂର୍ବରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ମମତା ବାନାର୍ଜୀ । ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ମିଳୁନଥିବା ଅଭିଯୋଗ କରି ଆଗାମୀ ୨୯ ଓ ୩୦ ତାରିଖରେ ଦିଲ୍ଲୀ ବିଆର ଆମ୍ବେଦକର ପ୍ରତିମୂର୍ତି ତଳେ ଧାରଣା ଦେବେ ମମତା । ବାସହୀନଙ୍କୁ ଘର ଓ ଗ୍ରାମାଂଚଳ ରୋଜଗାର ସୃଷ୍ଟି ଭଳି ଯୋଜନାରେ କେନ୍ଦ୍ର ବଜେଟ୍ରେ ଅନୁଦାନ କମାଇ ଦିଆଯାଇଥିବାରୁ ଏହାର ପ୍ରତିବାଦ କରିବେ ।

ପଢନ୍ତୁ ପୂରା ଖବର : ଅନୁଭବ-ବର୍ଷା ମାମଲା : ହାଇକୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ

ମୋଦିଙ୍କ ବିରୋଧୀ ଭାବେ ବେଶ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କଂଗ୍ରେସକୁ ବାଦ୍ ଦେଇ ମୋଦୀ ବିରୋଧୀ ମଂଚ କଥା କହୁଥିବାରୁ ମମତାଙ୍କ ଓଡିଶା ଗସ୍ତର ଗୁରୁତ୍ୱ ବେଶ ବଢିଯାଇଛି । ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେସିଆରଙ୍କ ନେତୃତ୍ୱରେ ତିଆରି ହେଉଥିବା ତୃତୀୟ ସାମୁଖ୍ୟଠାରୁ ମଧ୍ୟ ଦୂରେଇ ରହିଛନ୍ତି । ତେଣୁ ୨୦୨୪ରେ ବିଜେପିକୁ ଚେକ୍ ଦେବା ପାଇଁ ନବୀନଙ୍କ ସହଯୋଗ ଲୋଡିପାରନ୍ତି ମମତା । ନିକଟରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଭେଟି ମେଂଟ କରିବାକୁ ଇସାରା ଦେଇଥିଲେ ମମତା । ତେଣୁ ମମତାଙ୍କ ଗସ୍ତ ପରେ ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।
Published by:Sujit Swain
First published: