News18 Odia Digital
ଭୁବନେଶ୍ୱର: ନିଜ ପାଖରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ରଖିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କୁ ଜେଲ୍ ପଠେଇ ଦିଆଯାଇଛି । ବୁଧବାର ଦିନ ଖୋର୍ଦ୍ଧା ନିକଟରେ ତାଙ୍କ କାର୍ ଯାଞ୍ଚ ବେଳେ ଜବତ ହୋଇଥିଲା ୨ ଲକ୍ଷ ୯୦ ହଜାର ଟଙ୍କା । ଏହା ସହ ତାଙ୍କର କଟକ ଜିଲ୍ଲା ନଖରାରେ ଥିବା ଘର ଓ ଅଫିସରେ ଚଢ଼ାଉ କରି ଭିଜିଲାନ୍ସ ବିଭାଗ ନଖରା ଅଞ୍ଚଳରେ ଥିବା ତାଙ୍କର ୨୪ ଲକ୍ଷ ୯୦ ହଜାର ଟଙ୍କାର ଏକ ପ୍ଲଟ୍ ଠାବ କରିଥିଲା । ସେହି ପ୍ଲଟ୍ତାଙ୍କ ପତ୍ନୀଙ୍କ ନାମରେ ରହିଛି ବୋଲି ଭିଜିଲାନ୍ସ ବିଭାଗ କହିଛି ।
ସୁଶାନ୍ତ କୁମାର ସାହୁ ନିଜ ପରିବାର ସହ ନଖରାରୁ ମାଲକାନଗିରି ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ତାଙ୍କ କାରକୁ ଏକ ଭିଜିଲାନ୍ସ ଟିମ୍ ଅଟକାଇଥିଲା । ସମୟ ଥିଲା ଦିନ ପ୍ରାୟ ସାଢ଼େ ଗୋଟାଏ । ତାଙ୍କ ନିଜର ପରିଚୟ ନେଇ ଯାଞ୍ଚ କରିବା ପରେ କାର୍ ଭିତରୁ ଟଙ୍କା ଜବତ ହୋଇଥିଲା । ଏତେ ପରିମାଣର ଟଙ୍କା ସେ କେଉଁଠୁ ଆଣିଥିଲେ ଓ କେଉଁ ବାବଦକୁ ପାଖରେ ରଖିଥିଲେ ତା’ର ହିସାବ ଦେଇ ପାରି ନ ଥିଲେ ସୁଶାନ୍ତ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼‘‘ଆମେ ତାଙ୍କ ବିଷୟରେ ଖବର ପାଇବା ପରେ ଆମ ଟିମ୍ ତାଙ୍କ ଗାଡି଼କୁ ସର୍ଚ୍ଚ କରିଥିଲା । ଗାଡି଼ରୁ ମିଳିଥିଲା ଦୁଇ ଲକ୍ଷ ୯୦ ହଜାର ଟଙ୍କା । ଟଙ୍କା ସମ୍ବନ୍ଧୀୟ କୌଣସି ପ୍ରମାଣ ଦେଇ ପରି ନ ଥିଲେ ମୋଟୁ ଥାନା ଅଧିକାରୀ । ତାଙ୍କୁ ବେଆଇନ ଟଙ୍କା ରଖିବା ଅଭିଯୋଗରେ ଗିରଫ କରାଯାଇଛି,’’ କହିଛନ୍ତି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଏସ୍.ପି. ଆର୍. ପ୍ରକାଶ ।

ଏହି କାରରେ ସାହୁ ଟଙ୍କା ନେଇ ଯାଉଥିଲେ ।
ଏହା ବି ପଢ଼ନ୍ତୁ | ପାକିସ୍ତାନର ISIର ଟାର୍ଗେଟରେ ଭାରତ; ଗୁଇନ୍ଦା ସଂସ୍ଥାମାନେ ଆଲର୍ଟ ଜାରି କଲେସୁଶାନ୍ତଙ୍କୁ ଟଙ୍କା ସହ ଧରିବା ପରେ ନଖରାରେ ଥିବା ତାଙ୍କ ଘର ଓ ମୋଟୁ ଥାନାରେ ଭିଜିଲାନ୍ସ ବିଭାଗର ଅଲଗା ଅଲଗା ଟିମ୍ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ତାଙ୍କ ପତ୍ନୀଙ୍କ ନାମରେ ଥିବା ୨୪ ଲକ୍ଷ ୯୦ ହଜାର ଟଙ୍କାର ଏକ ପ୍ଲଟ୍ ଠାବ ହୋଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଶ୍ଳୀଳ ଫିଲ୍ମ ମାମଲା: ଗେହନା ବଶିଷ୍ଟଙ୍କୁ ସୁପ୍ରିମ କୋର୍ଟରୁ କୋହଳତା ମିଳିଲା; ଏବେ ଗିରଫ ହେବେନି‘‘କିଛି ଦିନ ପୂର୍ବରୁ ଏହି ପ୍ଲଟ୍ କିଣା ହୋଇଛି । କେଉଁଠୁ ଟଙ୍କା ଆଣି ଏହି ପ୍ଲଟ୍ ସେ କିଣିଥିଲେ ତା’ ବିଷୟରେ କୌଣସି ତଥ୍ୟ ଦେଇ ନ ଥିଲେ ସୁଶାନ୍ତ । ତାଙ୍କର ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ବି ରହିଛି ବୋଲି ଜଣାପଡ଼ିଛି । ସେ ସବୁ ଆକାଉଣ୍ଟକୁ ଏବେ ଯାଞ୍ଚ କରାଯାଉଛି,’’ କହିଛନ୍ତି ଏସ୍.ପି. ଆର୍. ପ୍ରକାଶ ।
ଏହା ବି ପଢ଼ନ୍ତୁ | ଆମାଜନ୍ ଭାରତରେ ୮,୫୪୬ କୋଟି ଟଙ୍କା ଲାଞ୍ଚ ଦେଇଛି; PM ମୋଦି ଜବାବ ଦିଅନ୍ତୁ: କଂଗ୍ରେସସୁଶାନ୍ତ ଟଙ୍କା ସମ୍ପର୍କିତ କୌଣସି ତଥ୍ୟ ଦେଇ ନ ପାରିବାରୁ ଭିଜିଲାନ୍ସ ବିଭାଗର ସନ୍ଦେହ ବଢ଼ିବାରେ ଲାଗିଛି । ସୁଶାନ୍ତ ଏତେ ଟଙ୍କା କେଉଁଠୁ ଆଣିଲେ ତାହା କହୁ ନ ଥିବାରୁ ଏହି ଟଙ୍କା ସେ କୌଣସି ମାମଲାର ରଫାଦଫା ପାଇଁ ଲାଞ୍ଚ ନେଇଥିବା ସନ୍ଦେହ ବଢ଼ିଛି । ଏବେ ଭିଜିଲାନ୍ସ ବିଭାଗର ତଦନ୍ତ ଆଗକୁ ବଢୁଛି ।
ଏହା ବି ପଢ଼ନ୍ତୁ | IPL 2021: ଯଶସ୍ୱୀ ଜୈସୱାଲ ଖେଳିଳେ କରିଅରର ସର୍ବୋତ୍ତମ ଇନିଂସ୍, ତୃତୀୟ ଦିନ ବି ଧମାକା କଲେଗିରଫ ହେବା ପରେ ସୁଶାନ୍ତ କହିଛନ୍ତି, ‘‘ଜବତ ଟଙ୍କା ଲାଞ୍ଚ ଟଙ୍କା ନୁହେଁ । ଟଙ୍କା ମୋତେ ଜଣେ ଦେଇଥିଲେ । ମୋ’ ସ୍ତ୍ରୀଙ୍କ ନାମରେ ଥିବା ପ୍ଲଟ୍ ଉପହାର ସ୍ୱରୂପ ମୋତେ ମିଳିଥିଲା । ଏହି ପ୍ଲଟ୍ ପାଇଁ କେହି ମୋତେ କୌଣସି ଟଙ୍କା ଦେଇ ନାହାନ୍ତି ।’’
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।