ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ରେପ୍ ପରେ ମହିଳାଙ୍କ ମୃ୍ତ୍ୟୁ ମାମଲା: ‘‘କେସ୍ ବାସ୍ କିଛି କର୍ ନା’’

ଏହି ମହିଳାଙ୍କୁ ହସପିଟାଲ ଆଣିବା ପରେ ତାଙ୍କ ଶରୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଗଭୀର କ୍ଷତ ଥିବା ଦେଖିଥିଲେ ତାଙ୍କ ସ୍ୱାମୀ । ଏଥିରୁ ଜଣାପଡ଼ୁଛି ଯେ ଦୁଷ୍କର୍ମ ସମୟରେ ମହିଳାଙ୍କୁ ଦିଆଯାଇଥିଲା ନିର୍ମମ ଶାରୀରିକ ନିର୍ଯାତନା ।

ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ରେପ୍ ପରେ ମହିଳାଙ୍କ ମୃ୍ତ୍ୟୁ ମାମଲା: ‘‘କେସ୍ ବାସ୍ କିଛି କର୍ ନା’’
ଦୁଷ୍କର୍ମର ଶିକାର ହେବା ପର ଠାରୁ ଅଚେତ ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ସହ ପାଞ୍ଚ ଦିନ ସଂଗ୍ରାମ କରି ସେ ଆଖି ବୁଜାଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମାଲକାନଗିରି: ଉପାନ୍ତ ଜିଲ୍ଲା ମାଲକାନଗିରିରେ ପୋଲିସ କ୍ୟାଣ୍ଟିନରେ କାର୍ଯ୍ୟ କରୁଥିବା ଜଣେ ନୀରିହା ଆଦିବାସୀ ମହିଳା ଦୁଷ୍କର୍ମର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିବାର ପାଖାପାଖି ମାସେ ବିତିଯାଇଥିଲେ ବି ପୋଲିସ ଏହି ମାମଲାରେ କାହାରିକୁ ଗିରଫ କରିନାହିଁ । ମୃତା ମହିଳାଙ୍କ ସ୍ୱାମୀ ଆଜି ଚାଞ୍ଚଲ୍ୟକର ତଥ୍ୟ ଦେଇ କହିଛନ୍ତି ଯେ ଦୁଷ୍କର୍ମ ସମୟରେ ତାଙ୍କ ପତ୍ନୀଙ୍କ ଉପରେ ଜଘନ୍ୟ ଶାରୀରିକ ଅତ୍ୟାଚାର କରାଯାଇଥିଲା ଓ ପୋଲିସ ପକ୍ଷରୁ ଏହି ଘଟଣାକୁ ଦବେଇ ରଖିବା ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ ହୋଇଥିଲା ।

ମୃତ ମହିଳାଙ୍କ ସ୍ବାମୀ ବୁଦୁରା ଗୌଡ଼ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଯଦି ସତ ହୋଇଥାଏ, ତେବେ ଏହା ନିଶ୍ଚୟ ପୋଲିସ୍‌ ଖିଲାଫରେ ଅତି ସାଙ୍ଘାତିକ ମାମଲା । କେବଳ ଦୁଷ୍କର୍ମ ନୁହେଁ, ତାଙ୍କ ସ୍ତ୍ରୀଙ୍କ ଶରୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଗଭୀର କ୍ଷତ ରହିଥିବା କହିଛନ୍ତି ଗୌଡ଼ । ଏଥିରୁ ଅନୁମାନ କରାଯାଉଛି ଯେ ଦୁଷ୍କର୍ମ ସମୟରେ ମହିଳାଙ୍କୁ ଦିଆଯାଇଥିଲା ନିର୍ମମ ଶାରୀରିକ ନିର୍ଯାତନା । ଏହାରି ପରିମାଣରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଞ୍ଚ ଦିନ ସଙ୍ଘର୍ଷ କରି ମେ ୧୨ ତାରିଖରେ ଆଖି ବୁଜିଥିଲେ ପୀଡ଼ିତା ।

‘‘ମୋତେ ପୋଲିସ କ୍ୟାଣ୍ଟିନର ବିବିସି ଦାସ୍‌ ଗଲା ମାସ ୭ ତାରିଖରେ ଜଣେଇଥିଲେ ଯେ ମୋ’ ମାଇକିନାର ଦେହ ଖରାପ ଓ ତାକୁ ହସପିଟାଲକୁ ନେବାକୁ ହେବ । ସେଠାରେ ପୋଲିସବାଲା ମୋତେ କହିଲେ ତୋର୍‌ ମାଇକିନା ମଦ ପିଇ ପଡ଼ିଯାଇଛି । ମୁଁ ତାକୁ ହସପିଟାଲରେ ଭର୍ତ୍ତି କରିବା ସମୟରେ ତା’ ଦେହର ଅନେକ ସ୍ଥାନରେ କ୍ଷତ ଦେଖିବାକୁ ପାଇଥିଲି… ମୋତେ ପୋଲିସବାଲା ଏହି ମାମଲାରେ କେସ୍‌ ବାସ୍‌ କିଛି ନ କରିବାକୁ କହିଲେ । କହିଲେ ଯେଉଁଟା ହେବ ପୋଲିସ ତରଫରୁ ଯାହା କିଛି ହେବ (ସାହାଯ୍ୟ କରାଯିବ) । ହେଲେ ମୋ’ ସ୍ତ୍ରୀ ତ ଚାଲିଗଲା…,’’ କହିଛନ୍ତି ଗୌଡ଼ ।

ମୃତ ମହିଳାଙ୍କ ସ୍ୱୀମୀ କହିଛନ୍ତି: ‘‘ମୋତେ ପୋଲିସବାଲା ଏହି ମାମଲାରେ କେସ୍ ବାସ୍ କିଛି ନ କରିବାକୁ କହିଲେ ।’’


ହସପିଟାଲକୁ ଆସିଥିବା ପୋଲିସ କର୍ମଚାରୀମାନେ ତାଙ୍କ ସ୍ତ୍ରୀ କେଉଁଠି ମଦ ପିଇ ପଡ଼ିଗଲେ ତାହା କହିଲେ ନାହିଁ । ‘‘ହସପିଟାଲରେ ମୁଁ… ତା’ ଲୁଗା ଟେକି ଦେଖିଲି ଯେ ତା’ ଛାତିରେ ଓ ସେଠି (ଯୌନାଙ୍ଗ ନିକଟରେ) ଅନେକ କ୍ଷତ ଅଛି । ତା’ ଶାଡ଼ି ବି ଅନେକ ଜାଗାରେ ଛିଡ଼ିଯାଇଥିଲା । ମୁଁ ଜାଣିପାରିଥିଲି କ’ଣ ହୋଇଛି ତା’ ସହିତ… ହେଲେ ସେ ତ ଚାଲିଗଲା,’’ ବାଷ୍ପାରୁଦ୍ଧ କଣ୍ଠରେ କହିଛନ୍ତି ଗୌଡ଼ । ସେ କିନ୍ତୁ ମେ ୯ ତାରିଖରେ ଥାନାରେ ଏକ ଏତାଲା ଦେଇଥିଲେ ।

ମାଲକାନଗିରି ଜିଲ୍ଲା ପୋଲିସର ହେଡକ୍ବାର୍ଟର୍ସ ଭିତରେ ଏତେ ବଡ଼ ଜଘନ୍ୟ କାଣ୍ଡ ଘଟିବାର ମାସକ ପରେ ବି ଯୌନ ରାକ୍ଷସକୁ ଗିରଫ କରିବା ପାଇଁ ପୋଲିସ ଆଦୌ ତତ୍ପରତା ଦେଖାଉ ନ ଥିବା ଜଣାପଡ଼ିଥିଲା । ନ୍ୟୁଜ୍‌୧୮ ପକ୍ଷରୁ ଏହି ମାମଲାରେ ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ସଂକ୍ରାନ୍ତରେ ସୂଚନା ପାଇବାକୁ ଚେଷ୍ଟା କରିବା ବେଳେ ପୋଲିସ ତରଫରୁ କୁହାଗଲା ଯେ ଏ ପର୍ଯ୍ୟନ୍ତ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିନାହିଁ ବୋଲି ତଦନ୍ତ ଆଗେଇ ନାହିଁ ।

ମାଲକାନଗିରି ଏସ.ପି. ଋଷିକେଷ ଦ୍ୟାନଦେଓ ଖିଲାରିଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ଏକ ସାତ-ଜଣିଆ ସ୍ପେସାଲ୍ ଟିମ୍ ଗଠନ କରାଯାଇ ଅଧିକ ତଦନ୍ତ କରାଯାଉଛି । ହେଲେ ବିଭିନ୍ନ ସମାଜସେବୀ ଓ ଆଇନଜୀବୀ ଏହି ମାମଲାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ଦୋଷାରୋପ କରି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ ।


‘‘ପୋଷ୍ଟମର୍ଟମ ରିପୋର୍ଟ ଆସିବାରେ ଗୋଟିଏ ମାସ ଲାଗିବା ପୋଲିସର ତଦନ୍ତରେ ସନ୍ଦେହ ସୃଷ୍ଟି କରୁଛି । ଏମିତି ଆଦୌ ହେବା କଥା ନୁହେଁ । ବିଳମ୍ବ ହେବା ଦର୍ଶାଉଛି ମାମଲାରେ କିଛି ଗଡ଼ବଡ଼ ଅଛି । ଏଇଟା ଅତି ସାଙ୍ଘାତିକ ଘଟଣା,’’ କହିଛନ୍ତି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ ।

ବରିଷ୍ଠ ଓକିଲ ବନ ମହାନ୍ତି କହିଛନ୍ତି: ‘‘ରେପ୍‌ ହେବାର ୨୪ ଘଣ୍ଟା ମଧ୍ୟରେ ଡାକ୍ତରଙ୍କ ମତ ଲେଖାଯାଏ । ଏହି ମାମଲାରେ ଲାଗୁଛି ଯେ ଜାଣିଶୁଣି ସେମାନେ ଏହାକୁ ଲଟକେଇ ରଖିଛନ୍ତି । ଯଦି ଏହି ଘଟଣା ସତ୍ୟ, ତାହେଲେ ଏହା ନିହାତି ନିନ୍ଦନୀୟ । ଏମିତି ଘଟଣା ପାଇଁ ସାରା ଓଡ଼ିଶାର ପୋଲିସ ନିନ୍ଦିତ ହେଉଛି ।’’

ପୋଲିସର ପ୍ରାଥମିକ ଅନୁସନ୍ଧାନରେ ବିଳମ୍ବ ହେବା ଯୋଗୁଁ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ୁଛି ବୋଲି କହି ସମାଜସେବୀ ପ୍ରୀତି ଧଳ ଏହି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ମାଲକାନଗିରି ଜିଲ୍ଲା ଟେକବାଡି ସାହିର ଏହି ମହିଳା ଦୁଷ୍କର୍ମର ଶିକାର ହେବା ପର ଠାରୁ ଅଚେତ ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ସହ ପାଞ୍ଚ ଦିନ ସଂଗ୍ରାମ କରି ସେ ଆଖି ବୁଜାଥିଲେ । କୋରାପୁଟ୍ ଡାକ୍ତରଖାନାରୁ ବ୍ରହ୍ମପୁର ହସପିଟାଲକୁ ଆମ୍ବୁଲାନ୍ସରେ ନେବା ବାଟରେ ରାୟଗଡା ସହର ଠାରେ ମେ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 9, 2020, 10:50 PM IST
corona virus btn
corona virus btn
Loading