ମାଲକାନଗିରି: ୩ ମାସ ଭଡ଼ାରେ ରହି ପରିବାର ସହ ଅନ୍ତରଙ୍ଗ ହେଲେ ତେଲୁଗୁ ଦମ୍ପତି, ତା’ ପରେ ଲୁଟିଲେ
ତେଲୁଗୁ ଦମ୍ପତି ଦେଇଥିବା ମିଠାକୁ ପାଟିଲ୍ ପରିବାର ଲୋକଙ୍କ ସମେତ ପାଖ ପଡ଼ିଶା ଲୋକ ବି ଖୁସିରେ ଖାଇଥିଲେ । ହେଲେ ମିଠା ଖାଇବାର ମାତ୍ର ଦୁଇ ଘଣ୍ଟା ପରେ ସମସ୍ତେ ଗଭୀର ନିଦ୍ରାରେ ସକାଳ ପର୍ଯ୍ୟନ୍ତ ଶୋଇଯାଇଥିଲେ ।

ଲୁଟ କରି ଫେରାର୍ ହୋଇଯାଇଥିବା ତେଲୁଗୁ ଦମ୍ପତି
- News18 Odia
- Last Updated: March 4, 2021, 5:29 PM IST
ମାଲକାନଗିରି: ଜଣେ ସୁନାରୀଙ୍କ ପରିବାର ସହ ତିନି ମାସ ଧରି ଅନ୍ତରଙ୍ଗ ହୋଇ ରହିବା ପରେ ତାଙ୍କ ଘରୁ ସବୁ ସୁନାଗହଣା ସହ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଏକ ତେଲୁଗୁ ଦମ୍ପତି । ଏହି ଦୁର୍ବୃତ୍ତ ଦମ୍ପତି ସୁନାରୀଙ୍କ ଘରେ ତିନି ମାସ ହେଲା ରହୁଥିଲେ ଓ ତାଙ୍କର ବିଶ୍ୱାସଭାଜନ ହୋଇଥିଲେ ।
ମାଲକାନଗିରିର ବିବିଗୁଡା କଲୋନୀରେ ବାସ କରୁଥିବା ସୁନାରୀ ସୁବାଷ ପାଟିଲ ଓ ଉଷା ପାଟିଲ ନିଜ ସୁନାଗହଣା ଓ ଟଙ୍କା ହରେଇ ଦୁଃଖରେ ଅଛନ୍ତି । ତେଲୁଗୁ ଦମ୍ପତି ପାଟିଲଙ୍କ ପରିବାର ଲୋକଙ୍କୁ ନିଶା ଦ୍ରବ୍ୟ ମିଶାହୋଇଥିବା ଖାଦ୍ୟ ଖାଇବାକୁ ଦେଇଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ନିଜ ମାଲିକକୁ ହତ୍ୟା କରିଥିବା କୁକୁଡ଼ାକୁ ଥାନାକୁ ଆଣିଲା ପୋଲିସ; ତାକୁ କୋର୍ଟରେ ପେଶ୍ କରିବ

ସୁବାଷ ପାଟିଲଙ୍କ ସୁନା ଦୋକାନ
ତେଲୁଗୁ ଦମ୍ପତି ଦେଇଥିବା ମିଠାକୁ ପାଟିଲ୍ ପରିବାର ଲୋକଙ୍କ ସମେତ ପାଖ ପଡ଼ିଶା ଲୋକ ବି ଖୁସିରେ ଖାଇଥିଲେ । ହେଲେ ମିଠା ଖାଇବାର ଦୁଇ ଘଣ୍ଟା ପରେ ସମସ୍ତେ ଧିରେ ଧିରେ ଗଭୀର ନିଦ୍ରାଗ୍ରସ୍ତ ହୋଇଥିଲେ । ରାତ୍ରି ଭୋଜନ ପରେ ସମସ୍ତେ ଅଚେତ ହୋଇ ଶୋଇପଡିଥିଲେ । ଏହାର ଫାଇଦା ଉଠାଇଥିଲା ସେହି ଦୁର୍ବୃତ୍ତ ଦମ୍ପତି । ରାତିରେ ପାଟିଲଙ୍କ ଘରର ଝରକାକୁ ଗ୍ୟାସ୍ କଟର ସାହାଯ୍ୟରେ କାଟି ଘର ଭିତରକୁ ପଶିଥିଲେ ସେମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ
ସୁନାରି ସୁବାଷ ପାଟିଲ ନିଜ ଦୋକାନରୁ ସୁନା ଆଣି ଘରେ ରଖିଥିଲେ । ତେଲୁଗୁ ଦମ୍ପତି ସେହି ସବୁ ତକ ସୁନା ଗହଣାକୁ ବାକ୍ସରୁ କାଢି ନେଇଥିଲେ ଓ ଖାଲି ବାକ୍ସକୁ ଫିଙ୍ଗି ଦେଇ ଚାଲିଯାଇଥିଲେ । ନଗଦ ୨ ଲକ୍ଷ ଟଙ୍କା ମଧ୍ୟ ତାଙ୍କ ଘରୁ ନେଇ ନେଇଯାଇଥିଲେ । ଘରେ ଥିବା ସବୁ ଘରକରଣା ଜିନିଷ ବି ନେଇଯାଇଥିଲେ ସେମାନେ । ଏପରିକି ସେଠାରେ ଲାଗିଥିବା ସିସିଟିଭିକୁ ବି ସେମାନେ ଖରାପ କରି ଚାଲିଯାଇଥିବା ଜଣାପଡି଼ଛି । ଏହି ସବୁ ଘଟଣା ଘଟୁଥିବା ବେଳଏ ଘର ଲୋକେ କିଛି ଜାଣିପାରି ନ ଥିଲେ । ସକାଳ ହେବା ପର୍ଯ୍ୟନ୍ତ ସମସ୍ତେ ଗଭୀର ନିଦ୍ରାଗ୍ରସ୍ତ ଥିଲେ ।
ଏହା ବି ପଢ଼ନ୍ତୁ | ଆସୁଛି ‘ନୂଆ ଜିଓଫୋନ୍ ୨୦୨୧’ ଅଫର୍; ଅସୀମିତ କଲ୍ ଓ ଅନେକ ଡାଟା; ଭାରତ ହେବ ୨ଜି-ମୁକ୍ତ
ସକାଳେ ପାଟିଲ ପରିବାର ଲୋକେ ଉଠି ଦେଖିବା ବେଳକୁ ସବୁ ସୁନା ଓ ଟଙ୍କା ଚୋରି ହୋଇଯାଇଥିଲା । ଆଖପାଖର ପଡି଼ଶାଙ୍କୁ ଏ ନେଇ ଖବର ଦେବାକୁ ଯିବା ବେଳେ ତାଙ୍କ ଘରେ ଭଡାରେ ରହିଥିବା ପରିବାର ଲୋକେ ଫେରାର ଥିବା ଦେଖିବାକୁ ପାଇଥିଲେ । ସେମାନେ ସେହି ଭଡା ଘରେ ଯାଇ ଦେଖିବା ବେଳକୁ ସେଠାରେ କେହି ନ ଥିଲେ ଓ କିଛି ନ ଥିଲା । କେବଳ କିଛି ଚାଉଳ ସେହି ଘରେ ଫୋପାଡି ତେଲୁଗୁ ଦମ୍ପତି ଚାଲିଯାଇଥିଲେ ।
ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ଏ ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ
ଘଟଣାର ଖବର ପାଇଁ ଅତିରିକ୍ତ ଏସ୍.ପି. ଉଦ୍ଧବ ନାୟକ, ଏସ୍.ଡି.ପି.ଓ. ଅଂଶୁମାନ ଦ୍ବିବେଦୀ ଓ ଆଇଆଇସି ରାମ ପ୍ରସାଦ ନାଗ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
‘‘ଖୁବ୍ ଶୀଘ୍ର ଚୋର ଧରାପଡି଼ବ । ସେମାନଙ୍କ ଫଟୋ ଆମେ ପାଇଯାଇଛୁ । ଆମ ତଦନ୍ତରେ ତାହା ବେଶ୍ ସହାୟକ ହେବ,’’ କହିଛନ୍ତି ଏସ୍.ଡି.ପି.ଓ. ଅଂଶୁମାନ ଦ୍ବିବେଦୀ ।
ଏହି ଦୁର୍ବୃତ୍ତ ତେଲୁଗୁ ଦମ୍ପତି ପାଟିଲଙ୍କ ଘରେ ଭଡାରେ ରହିବା ପାଇଁ ଆସିଥିବା ବେଳେ ସେମାନେ ନିଜ ଘରୁ ପଳାଇ ଆସିଥିବା କହି ପାଟିଲ ପରିବାରର ବିଶ୍ବାସ ଜନ୍ମାଇଥିଲେ । ଗତ ତିନି ମାସରେ ପାଟିଲ ପରିବାର ସହ ଏପରି ମିଶିଯାଇଥିଲେ ଯେ କେହି ସେମାନଙ୍କୁ ଚୋର କିମ୍ବା ଡକାୟତ ବୋଲି ଭାବିବେ ନାହିଁ । ହେଲେ ସୁନାରି ଘରୁ ଚୋରି କରିବା ପାଇଁ ଗତ ତିନି ମାସ ଧରି ସେମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ସନ୍ଦେହ କରୁଛି ପୋଲିସ ।