2000 Notes: ଫସେଇ ଦେଲା ୨୦୦୦ ଟଙ୍କିଆ ବଣ୍ଡଲ...୨ ନକ୍ସଲ ଗିରଫ
- News18 Odia
- Last Updated :
- Other, India
News18 Odia Digital
2000 Notes: ବ୍ୟାଙ୍କକୁ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆସି, ନକ୍ସଲ ଗିରଫ । ଏଭଳି ଘଟଣା ଦେଖିବାକୁ ମିଳିଛି ପଡୋଶୀ ଛତିଶଗଡର ବିଜାପୁର ଜିଲ୍ଲାରେ । ବ୍ୟାଙ୍କକୁ ୮ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆସିଥିଲା ମାଓବାଦୀ । ମାଓବାଦୀ ପାଖରେ ଥିଲା ବିଡା ବିଡା ୨ ହଜାର ଟଙ୍କିଆ ନୋଟ୍ ।
ସେଥିରେ ଜଣେ ବ୍ୟକ୍ତିଙ୍କ ନିକଟରେ ଏତେ ଟଙ୍କାର ୨ ହଜାର ଟଙ୍କିଆ ବଣ୍ଡଲ ଦେଖିବା ପରେ ବ୍ୟାଙ୍କରୁ ଥାନାକୁ ଜଣାଯାଇଥିଲା । ପୋଲିସ ପହଁଚିବା ପରେ ବ୍ୟକ୍ତିକୁ ଗିରଫ କରିଥିଲା ପୋଲିସ । ଜଣାପଡିଥିଲା ମାଓ ନେତା ମଲେସ ଠାରୁ ଦୁଇ ମାଓ ସହଯୋଗୀ ୮ ଲକ୍ଷ ଟଙ୍କାର ୨୦୦୦ ଟଙ୍କା ନୋଟ ନେଇ ଆସିଥିଲେ । ସେମାନଙ୍କ ନିକଟରୁ ନଗଦ ୮ ଲକ୍ଷ ଟଙ୍କା ଏବଂ ୧୧ଟି ବ୍ୟାଙ୍କର ପାସ୍ ବୁକ୍ ଜବତ କରିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ବିଜାପୁର SP ଅଞ୍ଜନେୟ ବାର୍ଣେୟ ।
ପଢନ୍ତୁ ଏହି ଖବର:
Electricity Bill: ୨୫୦ ଟଙ୍କା ଖର୍ଚ୍ଚ କଲେ ଅଧା ଆସିବ ବିଦ୍ୟୁତ୍ ବିଲ୍ ? ଜାଣନ୍ତୁ ସତ୍ୟତା...Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।