News18 Odia Digital
ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଆରମ୍ଭ ହେବ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ। ଜନତା ମଇଦାନରେ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।
ଏଥିରେ ସାମିଲ ହେବେ ଏଲ୍.ଏନ୍ ମିତ୍ତଲ, କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍, ଆର୍ସେଲର୍ ମିତ୍ତଲ, କୁମାର ମଙ୍ଗଲମ୍ ବିର୍ଲା, ଚେୟାରମ୍ୟାନ୍, ଆଦିତ୍ୟ ବିର୍ଲା ଗ୍ରୁପ୍, ଅନୀଲ ଅଗ୍ରୱାଲ, ଚେୟାରମ୍ୟାନ୍, ବେଦାନ୍ତ ରିସୋର୍ସ ଲିମିଟେଡ୍, ସାଜନ ଜିନ୍ଦଲ, ଚେୟାରମ୍ୟାନ୍, ଜେଏସଡବ୍ଲୁ ଗ୍ରୁପ୍, ନବୀନ ଜିନ୍ଦଲ, ଚେୟାରମ୍ୟାନ୍, ଜେଏସପିଏଲ୍, ଟି.ଭି ନରେନ୍ଦ୍ରନ୍, ସିଇଓ ତଥା ଏମ୍ଡି, ଟାଟା ଷ୍ଟିଲ୍।
ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀର ସହଭାଗୀ ଦେଶଗୁଡିକର ପ୍ରତିନିଧୀମାନେ ମଧ୍ୟ ଯୋଗଦେବେ। ମେକ ଇନ୍ ଓଡିଶାର ତୃତୀୟ ସଂସ୍କରଣ ପାଇଁ ୧୧,୬୦୦ ପଞ୍ଜିକରଣ ହୋଇଛନ୍ତି। ଏହାସହ ୧୨୪ ଜଣ ବକ୍ତା ରହିଛନ୍ତି। ଏହାପୂର୍ବରୁ ୨୦୧୬ ପ୍ରଥମ ସଂସ୍କରଣ ଓ ୨୦୧୮ରେ ଦ୍ଵିତୀୟ ସଂସ୍କରଣ ମେକ ଇନ ଓଡ଼ିଶା କକ୍ଲେଭ ଆୟୋଜନ ହୋଇସାରିଛି।
ତୃତୀୟ ସଂସ୍କରଣ ମେକ୍ ଓଡ଼ିଶା ପୂର୍ବରୁ ଶିଳ୍ପ ବିଭାଗ ସାମ୍ବାଦିକ ସମ୍ମିଳନୀ କରିଛି। ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, "ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ କୋଟିରୁ ଉର୍ଦ୍ଧ୍ବ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ସେଥିରୁ ୩୫ ପ୍ରତିଶତ କାର୍ଯକ୍ରମ ପାଇଁ ସକ୍ଷମ ହୋଇଛନ୍ତି ସରକାର।’’
ଦ୍ଵିତୀୟ ସଂସ୍କରଣରେ ୪ ଲକ୍ଷ କୋଟିରୁ ଉର୍ଦ୍ଧ୍ବ କୋଟି ତାଙ୍କର ପ୍ରସ୍ତାବ ଆସିଥିବା ବେଳେ ୪୦ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଛି। ଚଳିତ ସଂସ୍କରଣରେ ପୂର୍ବ ଦୁଇଟି ସଂସ୍କରଣ ଠୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିବ ବୋଲି ଆଶା। କୋଭିଡ ଯୋଗୁଁ ତୃତୀୟ ସଂସ୍କରଣ ହୋଇପାରିନଥିଲେ ବି ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ତୃତୀୟ ସଂସ୍କରଣ ପାଇଁ ୧୧,୬୦୦ ଅଂଶଗ୍ରହଣ ଜଣ ପଞ୍ଜିକରଣ କରିଥିବା ୧୦୦ରୁ ଅଧିକ ବଡ଼ ବଡ଼ ଓ ମଧ୍ୟମ ଶିଳ୍ପ ପତି ଆସିବେ। ନେପାଲ, ବାଂଲାଦେଶ, ଚୀନ, ଜାପାନ ଆଦି ଦେଶରୁ ଶିଳ୍ପ ପ୍ରତିନିଧି ଯୋଗ ଦେବେ।
ମେଟାଲ ଓ କେମିକାଲ ଶିଳ୍ପ ପାଇଁ ଅଧିକ ପ୍ରସ୍ତାବ ଆସିଛି। ଓଡ଼ିଶାରେ ମେଟାଲ ଡାଉନ ସ୍ତ୍ରୀମ, ଆଲୁମିନିୟମ, ପେଟ୍ରୋ କେମିକାଲ, ଟେକ୍ସ ଟାଇଲ, ଫୁଡ୍ ପ୍ରୋସେସିଂ, ଗ୍ରୀନ ଏନର୍ଜି, ଫାର୍ମା, ପର୍ଯ୍ୟଟନ, ଆଇଟି କ୍ଷେତ୍ରକୁ ଫୋକସ କରାଯାଉଛି। ଗ୍ରୀନ ଏନର୍ଜି ପାଇଁ ନୂଆ ପଲିସି ଆସିବ। ବର୍ତ୍ତମାନ ଓଡ଼ିଶାରେ ସର୍ବାଧିକ ମିନେରାଲ ଉତ୍ପାଦନ ହେଉଛି ଓଡ଼ିଶାରେ। ୨୦୨୮ ସୁଦ୍ଧା ଆଗକୁ ଷ୍ଟିଲ ଓ ଷ୍ଟେନଏସସ ଉତ୍ପାଦନରେ ଓଡ଼ିଶା ଟପରେ ରହିବ।
ଲକ୍ଷେ ଏକର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ପାଇଁ ଲକ୍ଷ ରଖାଯାଇଛି। ଓଡ଼ିଶାରେ ୪୮୦ କିଲୋମିଟର ବେଲା ଭୂମି, ବନ୍ଦର,ଜମି, ପାଣି ଅଛି। ବିଜୁ ଏକ୍ସ ପ୍ରେସ ୱେ ଅଛି। ଯାହାକି ଶିଳ୍ପ ପ୍ରତିଷ୍ଠା ପାଇ ସହାୟକ ହେବ। ମେକ ଇନ୍ ଓଡ଼ିଶା ତୃତୀୟ ସଂସ୍କରଣ ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ଅନେକ ପୁଞ୍ଜିନିବେଶ ସମ୍ମିଳନୀ ହୋଇସାରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।