IPS ସ୍ତରରେ ଅଦଳବଦଳ: ପୁରୀ SP ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର DCP; ସାଗରିକାଙ୍କ ବଦଳି ହେଲା
Odisha IPS Officers Transfer & Posting | ସୁନ୍ଦରଗଡ଼ ଏସ୍.ପି. ଭାବେ ଭୁବନେଶ୍ବର ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଭୁବନେଶ୍ବର ଟ୍ରାଫିକ ଡିସିପି ଭାବେ ସୌମ୍ୟା ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରତୀକ ସିଂଙ୍କୁ କଟକ ଡିସିପି ଦାୟିତ୍ବ ଦିଆୟାଇଛି ।

ସୌମ୍ୟା ମିଶ୍ର ଓ (ଡାହାଣ) ଉମାଶଙ୍କର ଦାଶ
- News18 Odia
- Last Updated: July 14, 2020, 4:16 PM IST
ଭୁବନେଶ୍ୱର: ଆଜି ରାଜ୍ୟ ସରକାର ରାଜ୍ୟରେ IPS ଅଫିସରମାନଙ୍କ ପୋଷ୍ଟିଂରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଓ ହୋମ୍ ଗାର୍ଡର ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତି ମିଳିଥିବା ବେଳେ ଏଡିଜି କ୍ରାଇମ୍ ବ୍ରାଞ୍ଚ ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନିଯୁକ୍ତି ମିଳିଛି । ଭୁବନେଶ୍ୱର ଡିସିପି ପଦରେ ଥିବା ଅନୁପ ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ତାଙ୍କ ସ୍ଥାନରେ ଭୁବନେଶ୍ବର ଡିସିପି ଭାବେ ଉମାଶଙ୍କର ଦାଶଙ୍କୁ ନିଯୁକ୍ତି ମିଳିଛି । ଦାଶ ପୁରୀରେ ଏସ୍.ପି. ଥିଲେ ।
କନ୍ଧମାଳର ଏସ୍.ପି. ଥିବା ପ୍ରତୀକ ସିଂଙ୍କୁ କଟକ ଡିସିପି ଦାୟିତ୍ବ ଦିଆୟାଇଛି । କଟକ ଡିସିପି ଥିବା ଅଖିଳେଶ୍ବର ସିଂଙ୍କୁ ପୁରୀ ଜିଲ୍ଲା ଏସ୍.ପି. ଭାବେ ନିଯୁକ୍ତି ଦିଆୟାଇଛି । ସୁନ୍ଦରଗଡ଼ ଏସ୍.ପି. ଭାବେ ଭୁବନେଶ୍ବର ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଭୁବନେଶ୍ବର ଟ୍ରାଫିକ ଡିସିପି ଭାବେ ସୌମ୍ୟା ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଗଜପତି ଏସ୍.ପି. ଥିବା ସାରା ଶର୍ମାଙ୍କୁ ଭିଜିଲାନ୍ସ ଅଫିସ୍କୁ ବଦଳି କରାଯାଇଛି ।

କଟକ ଡିସିପି ପଦରେ ଥିବା ଅଖିଳେଶ୍ୱର ସିଂ ହେଲେ ପୁରୀ ଜିଲ୍ଲା ଏସ୍.ପି.

ସରକାର ଜାରୀ କରିଥିବା ନୂଆ ନିଯୁକ୍ତି ତାଲିକା
ରାହୁଲ ଜୈନଙ୍କୁ ନୂଆପଡ଼ା ଏସ୍.ପି., ତପନ କୁମାରଙ୍କୁ ଗଜପତି ଏସ୍.ପି. ଓ ଏସ.ସି. ଜମାଦାରଙ୍କୁ ଦେବଗଡ଼ ଏସ୍.ପି. ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।