ସମ୍ବଲପୁର: ଗୁଟ୍‌ଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୫ ଆହତ

ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ଘଟିଛି (ପ୍ରତୀକାତ୍ମକ ଛବି)

ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ଘଟିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ସମ୍ବଲପୁର : ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ହେଲେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନାହିଁ । ଏହାସହ ଅଗ୍ନିକାଣ୍ଡରେ ଗୁଟ୍‌ଖା କାରାଖାନାର କେତେ କ୍ଷୟକ୍ଷତି ହୋଇଛି, ତାହାର ମଧ୍ୟ ସ୍ପଷ୍ଟ ସୂଚନା ନାହିଁ । ଏହି କାରାଖାନାରେ ଗୁଟ୍‌ଖା ସହ ପାନ ମସଲା ତିଆରି କରାଯାଏ ।

ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ସେମାନେ କାରଖାନା ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। କାରଖାନା ଭିତରଟି ପ୍ରବଳ ଧୂଆଁରେ ଭର୍ତ୍ତି ହୋଇଯାଇଥିବା ଯୋଗୁ ଉଦ୍ଧାର କାର୍ଯ୍ୟରେ ସସମ୍ୟା ଉପୁଜି ଥିଲା। କାରଖାନାର ବଏଲର ଫାଟି ଯାଇ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଏସ୍‌ପି କହିଛନ୍ତି, ଅଗ୍ନିକାଣ୍ଡ କେମିତି ଘଟିଲା ତା’ର ତଦନ୍ତ କରାଯିବ। ତା’ସହିତ କାରଖାନାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ, ତା’ର ମଧ୍ୟ ତଦନ୍ତ କରାଯିବ।
Published by:Soumya Das
First published: