ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟ ପରିବହନ ବିଭାଗର ବଡ଼ ନିଷ୍ପତ୍ତି; ପୂର୍ବ ଭଳି RTO ଚେକିଂ ସ୍କ୍ବାର୍ଡ଼ ଅତର୍କିତ ଚେକିଂ କରିପାରିବେ

ରାଜ୍ୟ ପରିବହନ ବିଭାଗର ବଡ଼ ନିଷ୍ପତ୍ତି; ପୂର୍ବ ଭଳି RTO ଚେକିଂ ସ୍କ୍ବାର୍ଡ଼ ଅତର୍କିତ ଚେକିଂ କରିପାରିବେ

ଆଞ୍ଚଳିକ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପରିବହନ ବିଭାଗର ବିଭିନ୍ନ ନୀତି ଓ ନିୟମକୁ ତ୍ୱରାନ୍ୱିତ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବରୁ ବିଭାଗୀୟ ଚେକିଂ ସ୍କ୍ୱାର୍ଡ଼କୁ ଦାୟିତ୍ୱ ଦିଆଯାଇଥିଲା ।

ରାଜ୍ୟ ପରିବହନ ବିଭାଗର ବଡ଼ ନିଷ୍ପତ୍ତି; ପୂର୍ବ ଭଳି RTO ଚେକିଂ ସ୍କ୍ବାର୍ଡ଼ ଅତର୍କିତ ଚେକିଂ କରିପାରିବେ
ପୂର୍ବ ଭଳି RTO ଚେକିଂ ସ୍କ୍ବାର୍ଡ ଅତର୍କିତ ଚେକିଂ କରିପାରିବେ
  • News18 Odia
  • Last Updated: September 20, 2021, 12:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଏଣିକି ଆଞ୍ଚଳିକ ପରିବହନର ଚେକିଂ ସ୍କ୍ବାର୍ଡ଼ ଚାହିଁଲେ ଯେତେବେଳେ ଓ ଯେକୌଣସି ସ୍ଥାନରେ ବି ଗାଡ଼ି କାଗଜପତ୍ରର ସରପ୍ରାଇଜ ଚେକିଂ କରିପାରିବେ। ପରିବହନ ବିଭାଗର ଆନ୍ତଃ ବିଭାଗୀୟ ସର୍କୁଲାର ନେଇ ଏଭଳି ନିଷ୍ପତ୍ତି ସାମ୍ନାକୁ ଆସିଛି । ପରିବହନ ବିଭାଗର ଇଣ୍ଟରନାଲ ସର୍କୁଲାର ବା ଆନ୍ତଃ ବିଭାଗୀୟ ତଥ୍ୟ ଅନୁସାରେ ଏଣିକି ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ । ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ଦ୍ବିମତ ପରିସ୍ଥିତି ଉପୁଜିଥିଲା । ବିଶେଷ କରି ଆଞ୍ଚଳିକ ପରିବହନ ଚେକିଂ ସ୍କ୍ୱାର୍ଡ଼ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ସରପ୍ରାଇଜ ଚେକିଂ କରିବା ନେଇ ଭିନ୍ନ ମତ ପ୍ରକାଶ ପାଇଥିଲା ।

ଆଞ୍ଚଳିକ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପରିବହନ ବିଭାଗର ବିଭିନ୍ନ ନୀତି ଓ ନିୟମକୁ ତ୍ୱରାନ୍ୱିତ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବରୁ ବିଭାଗୀୟ ଚେକିଂ ସ୍କ୍ୱାର୍ଡ଼କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ସେହି ନିୟମ ଅନୁସାରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ବିଭାଗର ଚେକିଂ ସ୍କ୍ୱାର୍ଡ଼ର ସରପ୍ରାଇଜ ଚେକିଂ ପ୍ରକ୍ରିୟାକୁ ନେଇ ଦ୍ୱିମତ ପ୍ରକାଶ ପାଇଥିଲା ।

ଅନେକଙ୍କର ଯୁକ୍ତି ଥିଲା ଏଭଳି ନିୟମ କାର୍ଯ୍ୟକାରୀ ହେଲେ ଅନେକ କ୍ଷେତ୍ରରେ ଗାଡ଼ି ଚାଳକଙ୍କୁ ବାରମ୍ବାର ଚେକିଂର ସାମ୍ନା କରିବାକୁ ପଡ଼ିପାରେ । ବିଶେଷ କରି ଅଳ୍ପ କିଛି କିଲୋମିଟର ବ୍ୟବଧାନରେ ଏକାଧିକ ଥର ଗାଡ଼ି ଚାଳକ ଚେକିଂ ଓ ଫାଇନର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ତେଣୁ ଏହାକୁ ବନ୍ଦ ରଖିବାକୁ ମତ ମଧ୍ୟ ପ୍ରକାଶ ପାଇଥିଲା ।

ବଦଳରେ ପ୍ରତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଚେକିଂ ସ୍କ୍ୱାର୍ଡ଼କୁ ନିର୍ଦ୍ଧିଷ୍ଟ ଦିନ ଓ ନିର୍ଦ୍ଧିଷ୍ଟ ସମୟରେ ଚେକିଂ ପାଇଁ ସ୍ଲଟ୍ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଏହା ଦ୍ୱାରା କେଉଁ ଅଞ୍ଚଳରେ କେଉଁ ପରିବହନ କାର୍ଯ୍ୟାଳୟର ଚେକିଂ ସ୍କ୍ୱାର୍ଡ଼ ଯାଞ୍ଚ କରିବାକୁ ରାସ୍ତାକୁ ଓହ୍ଲାଇବେ ତାହା ସ୍ଥିରିକୃତ ହୋଇଥିଲା । ହେଲେ ଏହାଦ୍ୱାରା ଚେକିଂ ସ୍କ୍ୱାର୍ଡ଼ର କାର୍ଯ୍ୟକଳାପ ଓ ଚେକିଂ ସମୟ ସର୍ବସାଧାରଣକୁ ଜଣା ପଡ଼ିଯିବ ବୋଲି କିଛି ଯୁକ୍ତି ଦର୍ଶାଇବା କାରଣରୁ ମଧ୍ୟ ଭିନ୍ନ ମତ ସାମ୍ନାକୁ ଆସିଥିଲା ।

ଏ ସମସ୍ତ ତଥ୍ୟକୁ ବିଚାରକୁ ନେଇ ଆଞ୍ଚଳିକ ପରିବହନ କମିଶନ ପକ୍ଷରୁ ଏବେ ନୀତିଗତ ନିଷ୍ପତି ନିଆଯାଇଛି । ନିଷ୍ପତି ଅନୁସାରେ, ପୂର୍ବଭଳି ସମସ୍ତ ଆଞ୍ଚଳିକ ପରିବହନ ବିଭାଗର ଚେକିଂ ସ୍କ୍ୱାର୍ଡ଼ ନିଜ ନିଜର ଅଞ୍ଚଳର ପରିସୀମା ଭିତରେ ଅତର୍କିତ ଚେକିଂ କରିପାରିବେ । ଅର୍ଥାତ୍ ନିଜ ଅଫିସର ପରିସୀମା ଭିତରେ ପୂର୍ବଭଳି ଚେକିଂ କରି ପାରିବେ ଚେକିଂ ସ୍କ୍ବାର୍ଡ଼।

ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ର ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀଙ୍କ ସୂଚନା ଅନୁସାରେ, ‘‘ଏ ନେଇ ନିତୀଗତ ଭାବେ ଆନ୍ତଃକାର୍ଯ୍ୟାଳୟ ସୂଚନା ଜାରି କରାଯାଇଛି । କମିଶନ ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ଆଞ୍ଚଳିକ ପରିବହନ ବିଭାଗର ଚେକିଂ ଏକ ନିୟମିତ ପ୍ରକ୍ରିୟା । ପୂର୍ବରୁ ଚେକିଂ ସାରଣୀ ପ୍ରକାଶ କରିବା ଦ୍ୱାରା ନିୟମ ଖିଲାପକାରୀମାନେ ଚେକିଂ ବାବଦରେ ଆଗୁଆ ତଥ୍ୟ ପାଇଯିବେ । ଏହା ଦ୍ୱାରା ଚେକିଂର ପ୍ରକୃତ ଉଦେଶ୍ୟ ସାଧିତ ହୋଇପାରିବ ନାହିଁ ।’’

ଏହି ପ୍ରସଙ୍ଗରେ ମତ ରଖିଛନ୍ତି ସାତଶଙ୍ଖ ସଡ଼କ ସୁରକ୍ଷା ସଙ୍ଗଠନର ମୁଖ୍ୟ ପ୍ରକାଶ ମହାପାତ୍ର । ତାଙ୍କ ସୂଚନା ଅନୁସାରେ, ‘‘ଏହା ଏକ ଯଥାର୍ଥ ନିଷ୍ପତ୍ତି। ଏହା ଦ୍ୱାରା ପରିବହନ ବିଭାଗ ପ୍ରତି ନିୟମ ଖିଲାପକାରୀଙ୍କ ଡ଼ର ରହିବ । ମନଇଚ୍ଛା ନିୟମ ଖିଲାପକାରୀ ଚେକିଂକୁ ଡରିବେ । ପୂର୍ବରୁ ଯାହା ନିଷ୍ପତି ଥିଲା ତାହା ନିୟମଖିଲାପକାରୀଙ୍କୁ ସୁହାଇଥାନ୍ତା ।’’
ସେହିଭଳି ସଡ଼କ ସୁରକ୍ଷା ସାମାଜିକ କର୍ମୀ ସୁବ୍ରତ ନନ୍ଦଙ୍କ କହିବା ଅନୁଯାୟୀ, ‘‘ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କର୍ମଚାରୀ ଅଭାବରୁ ଧୀରେ ଧୀରେ ଚେକିଂ ସ୍କ୍ୱାର୍ଡ଼ ପ୍ରଭାବହୀନ ହେଉଛି । ପୂର୍ବ ନିଷ୍ପତ୍ତି ଅନୁସାରେ କାର୍ଯ୍ୟକାରିତା ପ୍ରଭାବହୀନ ଥିଲା । ପରିବହନ କମିଶନଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସମୟୋପଯୋଗୀ ।’’

ତେବେ ଏହି ନିଷ୍ପତ୍ତିର କାର୍ଯ୍ୟକାରୀତାକୁ ନେଇ ଖୁବ୍ ଶୀଘ୍ର ସ୍ପଷ୍ଟ ସୂଚନା ଆସିଯିବ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ ।
Published by: Lipina Das
First published: September 20, 2021, 12:54 PM IST