News18 Odia Digital
Fake Certificate: କେନ୍ଦୁଝର (Keonjhar) ଜିଲ୍ଲାକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ୍ର (Fake Certificate) ଚେର। କେନ୍ଦୁଝର ଜିଲ୍ଲା (Keonjhar District) ସ୍ବାସ୍ଥ୍ୟବିଭାଗରେ ଜାଲ୍ ସାର୍ଟିଫିକେଟ୍ (Fake Certificate) ଦେଇ ଚାକିରି କରିଛନ୍ତି ଶତାଧିକ କର୍ମଚାରୀ। ଏହା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି।
ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଆଇଟିଆଇ କର୍ମୀ। ତେବେ ତଦନ୍ତ ପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦୁଝର ସିଡିଏମଓ।
କେନ୍ଦୁଝର ଜିଲ୍ଲା ସ୍ବାସ୍ଥ୍ୟବିଭାଗର ନିଯୁକ୍ତି କ୍ଷେତ୍ରରେ ବଡ଼ ଦୁର୍ନୀତି। ଜାଲ୍ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଛନ୍ତି ଶତାଧିକ କର୍ମଚାରୀ। ଗତ ୨୦୦୮- ୨୦୦୯ରେ ତତ୍କାଳୀନ ମୁଖ୍ୟ ଚିକିତ୍ସାଧିକାରୀ ବେଣୁଧର ମୁଦୁଲିଙ୍କ ସମୟରେ ଜାଲ୍ ସାର୍ଟିଫିକେଟ୍ ନେଇ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଆଇଟିଆଇ ତଥ୍ୟରୁ ଜଣାପଡ଼ିଛି।
ଏନେଇ ଆଇଟିଆଇ ଯୋଗେ ସମସ୍ତ ତଥ୍ୟ ହାସଲ କରିଛନ୍ତି ଆରଟିଆଇ କର୍ମୀ ରମେଶ କର। ଏଭଳି ଦୁର୍ନୀତି ସମ୍ପର୍କୀତ ତଥ୍ୟ ବିଭିନ୍ନ ସମୟରେ ସେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଅବଗତ କରି କୌଣସି ଫଳ ହେଉ ନଥିବା କହିଛନ୍ତି। ଅନ୍ୟପଟେ, ବିଧିବଦ୍ଧ ପରୀକ୍ଷା ଦେଇ ଚାକିରି କରିଥିବା କର୍ମଚାରୀଙ୍କୁ ବେଆଇନ୍ ଭାବେ ଛଟେଇ କରାଯାଇଥିବା ଅଭିଯୋଗ ହୋଇଛି।
କେବଳ ସେତିକି ନୁହେଁ, ୨୦୦୫ ମସିହାରେ ୧୧୦ଟି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଥିବା ବେଳେ, ଏନେଇ ୨୦୦୮ରେ ୧୧୦ଟି ବଦଳରେ ୪୪ଟି ପଦବୀ ପୂରଣ ପାଇଁ ବିଜ୍ଞାପନ ଦିଆଯାଇଥିଲା। ଅବଶିଷ୍ଟ ୬୬ଜଣଙ୍କ ଠାରୁ ପରେ ଲକ୍ଷାଧିକ ଟଙ୍କା ଲାଞ୍ଚ ଆଦାୟ କରି ତତ୍କାଳୀନ ସିଡିଏମଓଙ୍କ ଦସ୍ତଖତକୁ ଜାଲିଆତି କରି ନିଯୁକ୍ତି ଦିଆଯାଇଛି।
ପଢ଼ନ୍ତୁ ଏହି ଖବର: Dogs Cry: କାହିଁକି ରାତିରେ କାନ୍ଦନ୍ତି କୁକୁର? ପ୍ରକୃତ କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟଫଳରେ, କୋଟି କୋଟି ଟଙ୍କା ସରକାରୀ ଅର୍ଥ ପାଣିରେ ପଡୁଛି। କିଛି ଅସାଧୁ କର୍ମଚାରୀ ଓ ଅଧିକାରୀଙ୍କ ଦ୍ବାରା ଏପରି ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ସଠିକ୍ ରୂପରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିରୋଧୀ ଦଳର ନେତା। ଏବିଷୟରେ ଅବଗତ ହେବା ପରେ ଘଟଣାର ଅନୁଧ୍ୟାନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦୁଝର ସିଡିଏମଓ।
ଅଭୟ କୁମାର ମହାପାତ୍ରଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।