ରାଜଧାନୀରେ ବଡ଼ ଦୁର୍ଘଟଣା; ୬ ଫୁଟ ଉପରକୁ ଉଠିଲା କାର

ଏୟାରପୋର୍ଟ ସିକ୍ୟୁରିଟି ହାଉସ ଗେଟ୍ ନମ୍ୱର୍ ୦୧ ନିକଟରେ ବଡ଼ ଦୁର୍ଘଟଣା। ଡିଭାଇଡରରେ ମାଡ ହୋଇ ୬ ଫୁଟ ଉପରକୁ ଉଠିଲା କାର।

ରାଜଧାନୀରେ ବଡ଼ ଦୁର୍ଘଟଣା; ୬ ଫୁଟ ଉପରକୁ ଉଠିଲା କାର

ରାଜଧାନୀରେ ବଡ଼ ଦୁର୍ଘଟଣା; ୬ ଫୁଟ ଉପରକୁ ଉଠିଲା କାର

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : ଭୁବନେଶ୍ୱର ରାଜରାସ୍ତାରେ ଉଡ଼ିଲା କାର । ପାଚେରୀ ମଧ୍ୟ ଭାଙ୍ଗିଲା । ହାଇ ସିକ୍ୟୁରିଟି  ଜୋନ ଅଞ୍ଚଳରେ ଘଟିଛି ବଡ଼ ଧରଣର ଦୁର୍ଘଟଣା । ରାତି ପ୍ରାୟ ୩.୩୦ରେ ନବୀନ ନିବାସ ଟ୍ରାଫିକ ଦେଇ ଯାଉଥିବା ବେଳେ ଏକ କାର୍ ଏୟାର ପୋର୍ଟ ସିକ୍ୟୁରିଟି ହାଉସ ଗେଟ୍ ନମ୍ୱର୍ ୦୧ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଡିଭାଇଡରରେ ମାଡ ହୋଇ ୬ ଫୁଟ ଉପରକୁ ଉଠିଥିଲା କାର । ଯାହା ଫଳରେ ଏକ ପାଚେରୀ ମଧ୍ୟ ଭାଙ୍ଗି ଯାଇଛି ।

ସୂଚନା ଅନୁସାରେ ବିମାନ ବନ୍ଦରରୁ ନବୀନ ନିବାସ ଟ୍ରାଫିକ ଦେଇ ଯାଉଥିଲା କାର ଆଇ ୨୦ । ଗାଡ଼ିଟିର ସ୍ପିଡ  ପ୍ରାୟ ୧୦୦ କି.ମି ଉପରେ ଥିଲା । ଯାହାଫଳରେ ଭାରସାମ୍ୟ ହରାଇ କାରଟି ଡିଭାଇଡରରେ ମାଡ ହୋଇଥିଲା । ଗାଡ଼ିରେ ଡ୍ରାଇଭର ଓ ସାଇଡ ସିଟରେ ଥିଲେ ଜଣେ ପାସେଞ୍ଜର । ଉଭୟ ସିଟ୍ ବେଲ୍ଟ ପିନ୍ଧିଥିଲେ ଏବଂ ଦୁର୍ଘଟଣା ସମୟରେ ବେଲୁନ୍ ବାହାରିବାରୁ ଉଭୟ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ଏୟାର ପୋର୍ଟ କର୍ତ୍ତୃପକ୍ଷ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।
Published by:Sujit Swain
First published: