ପୁରୀରେ ମହୋଦଧି ଦିବସ ପାଳିତ; ଅଲିଭ ରିଡଲେର ସୁରକ୍ଷା ବାର୍ତ୍ତା

ମହୋଦଧି ସମ୍ମାନ ପାଇଲେ ସୌମ୍ୟରଞ୍ଜନ । ପୁରୀ ସମୁଦ୍ରରେ ପ୍ରଥମ ଥର କାଏକିଂର ଦୃଶ୍ୟ ଉପଭୋଗ କଲେ ପର୍ଯ୍ୟଟକ ।

ପୁରୀରେ ମହୋଦଧି ଦିବସ ପାଳିତ; ଅଲିଭ ରିଡଲେର ସୁରକ୍ଷା ବାର୍ତ୍ତା

ପୁରୀରେ ମହୋଦଧି ଦିବସ ପାଳିତ; ଅଲିଭ ରିଡଲେର ସୁରକ୍ଷା ବାର୍ତ୍ତା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ଷ୍ଟେଟ ବ୍ୟାଙ୍କର ମିଳିତ ସହଯୋଗରେ ପାଳିତ ହୋଇଯାଇଛି ମହୋଦଧି ଦିବସ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କାଏକିଁ ରାଲି । "ପୁରୀ ସମୁଦ୍ରରେ ବେଲ୍ ଅନୁଷ୍ଠାନ ତରଫରୁ ପ୍ରଥମ ଥର ପାଇଁ ଏହା ଆୟୋଜିତ ହୋଇଥିଲା । କଟକର  Odisha Maritime Kalinga Surf Life Saving Society ଓ ପୁରୀର Kalinga Surfing Life Saving Society ଅନୁଷ୍ଠାନର ୮ଜଣ ଯୁବକ ଅଲିଭ ରିଡଲେର ସୁରକ୍ଷା କରନ୍ତୁ ସମୁଦ୍ର ବଞ୍ଚାନ୍ତୁ ବାର୍ତ୍ତା ନେଇ ବଳିଆ ପଣ୍ଡାଠାରୁ ଏହି ରାଲି ସମୁଦ୍ର ଭିତରେ ନୀଳାଦ୍ରି ବିଚ୍ ପର୍ଯ୍ୟନ୍ତ ଯାଇଥିଲା"।

"ଏହି ରାଲିକୁ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସେହିପରି ନୀଳାଦ୍ରି ବିଚ୍ ମୁକ୍ତାକାଶ ରଙ୍ଗମଞ୍ଚରେ ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହ ମହିଳା ମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପରିବେଶ ଓ କଇଁଛ ସୁରକ୍ଷା ଦିଗରେ କାର୍ଯ୍ୟ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା କରିବା ସହିତ ଲିମକା ବୁକରେ ନିଜ ନାମ ସାମିଲ କରିଥିବା ଯୁବ ପରିବେଶବିତ୍ ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ମହୋଦଧି ସମ୍ମାନ ୨୦୨୨ ସମ୍ମାନରେ ସମ୍ମାନିତ କରାଯାଇଛି"।

"ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଜିଲ୍ଲାପାଳ ସମର୍ଥ ବର୍ମା  । "ମହୋଦଧି ଉତ୍ସବ" ଅନୁଷ୍ଠାନର ଏକ ନିଆରା ପ୍ରୟାସ ଓ ଏହା ଆଗାମୀ ସମୟରେ ଓଡ଼ିଶାର ପ୍ରତ୍ୟେକଟି ଉପକୂଳ ଅଞ୍ଚଳର ସୁରକ୍ଷା ପାଇଁ ବାର୍ତ୍ତା ବହନ କରିବେ ବୋଲି କହିଥିଲେ । ଦି ବେଲ୍ ଆବାହକ ସିଦ୍ଧାର୍ଥ ରାୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ଓଡ଼ିଶାର ବିସ୍ତୃତ ଉପକୂଳ ବର୍ତ୍ତମାନ କ୍ଷୟ ହେବାକୁ ବସିଛି ଯାହା ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଚି ତେଣୁ ବେଲ୍ ଦ୍ଵାରା ଆରମ୍ଭ କରାଯାଇଥିବା ମହୋଦଧି ଉତ୍ସବ ଲୋକଙ୍କ ମନରେ ସମୁଦ୍ର ଓ ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସେତିକି ବେଳେ ସଫଳ ହେବ ଯେତେବେଳେ ଓଡ଼ିଶାର ପ୍ରତ୍ୟେକ ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି କାର୍ଯକ୍ରମ ଅନୁଷ୍ଠିତ ହେବ । ଏଥି ସହିତ ଚଳିତ ବର୍ଷ କୋଣାର୍କଠାରେ ମଧ୍ୟ ମହୋଦଧି ଉତ୍ସବ ବିଭିନ୍ନ ଅନୁଷ୍ଠାନ ତରଫରୁ ପାଳିତ ହେଉଛି ବୋଲି ସୂଚନା ଦେଥିଲେ"।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ମହୋଦଧି ଉତ୍ସବର ପତାକା ଉତ୍ତୋଳନ କରାଯିବା ସହିତ ଉପସ୍ଥିତ ଦର୍ଶକ ଓ ଛାତ୍ର ଛାତ୍ରୀମାନେ ମିଳିତ ଭାବରେ ମହୋଦଧି ସୁରକ୍ଷା ସମ୍ପର୍କରେ ଶପଥ ପାଠ କରିଥିଲେ ।
Published by:Soubhagya Mishra
First published: