ସିବିଆଇ ସ୍କାନରରେ ମହିମା ମିଶ୍ର; ରିମାଣ୍ଡ ବେଳେ ଖୋଲୁଛି ଗୁମର

ପାରାଦୀପ ପୋର୍ଟ ଟ୍ରଷ୍ଟର କନଭେୟର ବେଲ୍ଟ ମରାମତିରେ ଦେଖାଯାଇଥିବା ଅନୁକମ୍ପା ପାଇଁ  ୨୫  ଲକ୍ଷ ଟଙ୍କା ଲାଞ୍ଚ କାରବାର ନେଇ ତଦନ୍ତ ଜାରି ରଖିଛି ସିବିଆଇ । ଏହି ଘଟଣାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ତନାଘନା ଚଳାଇଛି ସିବିଆଇ ।

ସିବିଆଇ ସ୍କାନରରେ ମହିମା ମିଶ୍ର; ରିମାଣ୍ଡ ବେଳେ ଖୋଲୁଛି ଗୁମର

ସିବିଆଇ ସ୍କାନରରେ ମହିମା ମିଶ୍ର; ରିମାଣ୍ଡ ବେଳେ ଖୋଲୁଛି ଗୁମର

  • Share this:
News 18 Odia Digital

ଭୁବନେଶ୍ୱର; ପାରାଦୀପ ପୋର୍ଟ ଟ୍ରଷ୍ଟର କନଭେୟର ବେଲ୍ଟ ମରାମତିରେ ଦେଖାଯାଇଥିବା ଅନୁକମ୍ପା ପାଇଁ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ନେଇ ତଦନ୍ତ ଜାରି ରଖିଛି ସିବିଆଇ । ଏହି ଘଟଣାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ତନାଘନା ଚଳାଇଛି ସିବିଆଇ । ଶୁକ୍ରବାର ୪ ଜଣଙ୍କୁ ଏବଂ ଶନିବାର ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫ ମଧ୍ୟରେ ଅଛନ୍ତି ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର । ସେପଟେ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ବାରମ୍ବାର ଡାକି ସିବିଆଇ ପଚରାଉଚରା କରୁଥିବାରୁ ଆଗକୁ ଉଭୟ ବାପା ଓ ପୁଅଙ୍କ ପାଇଁ ଅଡ଼ୁଆ ବଢ଼ିବାର ଆଶଙ୍କା କରାଯାଉଛି ।



ଅଡ଼ୁଆରେ ପଡ଼ିଛନ୍ତି ଶିଳ୍ପପତି ମହିମା ମିଶ୍ର । ସାନ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ପରେ ଏବେ ବା ପୁଅ ଚନ୍ଦନ ପ୍ରତି ବଢୁଛି ଅଡ଼ୁଆ । କାରଣ ତାଙ୍କୁ ବାରମ୍ବାର ସିବିଆଇ ପଚରାଉଚରା କରିଛି । ପାରାଦୀପ ପୋର୍ଟ ଟ୍ରଷ୍ଟର କନଭେୟର ବେଲ୍ଟ ମରାମତିରେ ୨୫ଲକ୍ଷ ଟଙ୍କା ଲାଞ୍ଚ କାରବାର ତାଙ୍କର ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ ଜାରି ରଖିଛି ସିବିଆଇ । ଏହି ଘଟଣା ଶନିବାର   ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଓ ବିଲଡର ଶିଶିର ଦାସ ଙ୍କୁ ଗିରଫ କରିଛି ସିବିଆଇ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିବା ସହ ୯ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣି ଜେରା କରୁଛି ସିବିଆଇ । ସେହିଭଳି କଲିକତାରୁ ଗିରଫ ହୋଇଥିବା ଶଙ୍ଖ ଶୁଭ ମିତ୍ରଙ୍କୁ ମଧ୍ୟ ୯ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଛି ସିବିଆଇ । ରିମାଣ୍ଡରେ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପିସି ଆକ୍ଟ  ୭,୮,୯,୧୦,୧୧, ଓ ଆଇପିସି ୧୨୦(ବି) ରେ ମାମଲା ରୁଜୁ କରିଛି ସିବିଆଇ ।

ସିବିଆଇ ସୂଚନା ଅନୁସାରେ, ପାରାଦୀପ ପୋର୍ଟର ମେକାନିକାଲ ଇଞ୍ଜିନିୟର ସରୋଜ ଦାସ OSL ଭଳି ବିଭିନ୍ନ କମ୍ପାନୀରୁ କାର୍ଗୋ ପରିବହନ କରାଇ ଦେବା କହି ବିପୁଳ ଟଙ୍କା ଲାଞ୍ଚ ନେଉଥିଲେ । ସୁମନ୍ତ, ସଂଖ ଶୁଭ୍ର ମିତ୍ର , ଦେବପ୍ରିୟ ମହାନ୍ତି ଏହି ଲାଞ୍ଚ କାରବାରରେ ମଧ୍ୟସ୍ଥି ଭାବେ କାମ କରୁଥଲେ । କାର୍ଗୋ ପରବହନ ବେଳେ OSL ଦ୍ୱାରା ପାରାଦୀପ ପୋର୍ଟର କନଭେୟର ବେଲ୍ଟ କ୍ଷତିଗ୍ରସ୍ତ ହୋଇଥିଲା । ଏହାର ମରାମତି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ସରୋଜ ଦାସ ଏହାର ମରାମତି ଦାୟିତ୍ୱ ନେଇ ସୁମନ୍ତ, ସଂଙ୍ଖ ଶୁଭ ଓ ଚର୍ଚ୍ଚିତ ମିଶ୍ରଙ୍କ ସହ ଷଡଯନ୍ତ୍ର କରି ଏହାକୁ ପାରାଦୀପ ପୋର୍ଟ ଦ୍ୱାରା ମରାମତି କରାଇଥିଲେ । ଏହାଦ୍ୱାରା OSL  କୁ ଫାଇଦା ହୋଇଥିଲା କୋଟି କୋଟି ଟଙ୍କା  । ପରବର୍ତ୍ତୀ ସମୟରେ ଏହି ଫାଇଦା ପାଇଁ ସରୋଜ ଦାସ 60 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ଦେବାରୁ ବିଳମ୍ବ ହେବାରୁ ସରୋଜ ଓ ସୁମନ୍ତ OSL ର  ଡ଼ିଜିଏମ୍ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଯୋଗାଯୋଗ କରୁଥିଲେ ।

ଗତ ଜୁଲାଇ ୩୧ ତାରିଖରେ  ଶଙ୍ଖଶୁଭ ମିତ୍ର ଓ  ସୁମନ୍ତ ରାଉତଙ୍କୁ କଟକରେ ଲାଞ୍ଚ ଟଙ୍କା ମିଳିବା କହି ଡାକରା ଆସିଥିଲା । ଗତ ୩ ତାରିଖରେ ସୁମନ୍ତ କଟକ ଯାଇ OSL ଠାରୁ ୨୫ଲକ୍ଷ ଟଙ୍କା ଗ୍ରହଣ କରିଥିଲେ । ଏହାସହ ସୁମନ୍ତ ବିଲଡର ଶିଶିର ଦାଶଙ୍କୁ ଅଗ୍ରୀମ ଆକାରରେ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଯାହା ତଦନ୍ତ ବେଳେ ସାମ୍ନାକୁ ଆସିଥିବା ଜଣା ପଡ଼ିଛି ।

ସୂଚନାଯୋଗ୍ୟ, ଏହି ମାମଲାରେ ଏବେସୁଧା ମୋଟ ୬ଜଣଙ୍କୁ ଗିରଫ କରିଛି CBI । ସମସ୍ତଙ୍କୁ ମୁହାଁମୁହିଁ ଜେରା ଚାଲିଛି । ପ୍ରଶ୍ନ ଉଠୁଛି, କେବଳ ୨୫ଲକ୍ଷ ଟଙ୍କା ଲାଞ୍ଚ କାରାବର କୁ ନେଇ ତଦନ୍ତ ଚାଲିଛି ନା ଆଉ କିଛି ବଡ଼ ଧରଣର ଘୋଟାଲା ହୋଇଛି ? ୨୫ଲକ୍ଷ ଟଙ୍କା ଲାଞ୍ଚ କାରବାର ଘଟଣାରେ ଶିଲ୍ପପତି ମହିମା ମିଶ୍ରଙ୍କ ଭୂମିକା କଣ ? ବଡ଼ ପୁଅ ଚନ୍ଦନଙ୍କୁ କାହିଁକି ବାରମ୍ବାର ଜେରାର ସମ୍ମୁଖିନ କରୁଛି ସିବିଆଇ ? ଆଗକୁ ମହିମା ମିଶ୍ରଙ୍କ ପରିବାର ପାଇଁ ପଡିପାରେ କି ବିପଦ ? ।
Published by:Soubhagya Mishra
First published: